ମୁମ୍ଵାଇ ୦୨।୦୬; ୨୦୨୨ ମସିହାର ଏକ ଇନଷ୍ଟାଗ୍ରାମ ପୋଷ୍ଟ ଯାହା ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ମନୋରଞ୍ଜନ ଜଗତ ପର୍ଯ୍ୟନ୍ତ ସବୁଠି ଝଡ଼ ସୃଷ୍ଟି କରିଥିଲା । ଯେବେ ଫଟୋ ସାମ୍ନାକୁ ଆସିଲା, ସମ୍ପର୍କ ନିଶ୍ଚିତ ହୋଇଗଲା. ଆଉ ରାତାରାତି, ଅଭିନେତ୍ରୀଙ୍କୁ ନେଇ ଚାରିଆଡେ ବିଭିନ୍ନ ପ୍ରକାରର ଗୁଜବ ଏବଂ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲା। କାରଣ ସେ ପୋଷ୍ଟରେ ଥିଲେ ବଲିଉଡର ସୁନ୍ଦରୀ ସୁସ୍ମିତା ସେନ ଏବଂ ପ୍ରସିଦ୍ଧ ବ୍ୟବସାୟୀ ଲଳିତ ମୋଦି । କିନ୍ତୁ ଏବେ କିଛି ବର୍ଷ ପରେ ଲଳିତ ମୋଦି ସେହି ସମ୍ପୂର୍ଣ୍ଣ ବିବାଦ ଉପରେ ତାଙ୍କର ନୀରବତା ଭାଙ୍ଗିଛନ୍ତି ।

ଲଳିତ ମୋଦିଙ୍କ ସହ ତାଙ୍କ ସମ୍ପର୍କ ସାର୍ବଜନୀନ ହେବା ପରେ ସୁସ୍ମିତାଙ୍କୁ "ଗୋଲ୍ଡ ଡିଗର" ବୋଲି କହିଥିବା ୟୁଜର୍ସଙ୍କୁ ଏକ କଡ଼ା ଜବାବ ଦେଇ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଥିଲେ । ଚାରି ବର୍ଷ ପରେ ଏହି ଆଲୋଚନା ପୁଣି ଥରେ ସାମ୍ନାକୁ ଆସିଛି। ଲଲିତ ନିଜେ ଏହି ବିବାଦ ଉପରେ ମତ ରଖିଛନ୍ତି।  ଏକ ସାକ୍ଷାତକାରରେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ସୁସ୍ମିତା କେବେ କାହାଠାରୁ ଜିନିଷ ଗ୍ରହଣ କରିବାକୁ କେବେ ପସନ୍ଦ କରନ୍ତି ନାହିଁ । ଯେତେବେଳେ ଲୋକମାନେ ତାଙ୍କୁ "ଗୋଲ୍ଡ ଡିଗର" ବୋଲି କହୁଥିଲେ, ସେମାନେ ସମ୍ପୂର୍ଣ୍ଣ ଭୁଲ ଥିଲେ। ସେ ପ୍ରକୃତରେ ସେ ଜଣେ ହୀରା ।’ ଲଲିତ ମୋଦି ସୁସ୍ମିତାଙ୍କୁ ତାଙ୍କ ଜୀବନର ସବୁଠାରୁ ସ୍ବତନ୍ତ୍ର ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ବୋଲି ବର୍ଣ୍ଣନା କରିଥିଲେ। ସେ ନିଜ ଗୋଡ଼ରେ ଛିଡା ହୋଇ ସଫଳତା ହାସଲ କରିଛନ୍ତି । ସେ ଜଣେ ସୁନ୍ଦର, ସଫଳ  ମହିଳା। ତାଙ୍କ ପାଖରେ ଟଙ୍କା ଠୁ ଆରମ୍ଭ କରି ଫେମ ସବୁକିଛି ସେ ନିଜେ ରୋଜଗାର କରିଛନ୍ତି ବୋଲି କହିଥିଲେ ଲଲିତ।

ଲଳିତ ମୋଦି ମଧ୍ୟ ସୁସ୍ମିତା ସେନଙ୍କୁ ଜଣେ ଏକାକୀ ମାଆ ଭାବରେ ତାଙ୍କ ଭୂମିକା ପାଇଁ ପ୍ରଶଂସା କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ ସୁସ୍ମିତା ତାଙ୍କ ଝିଅ-ରେନି ଏବଂ ଆଲିସାଙ୍କ ଯେଉଁଭଳି ଭାବରେ ଲାଳନପାଳନ କରିଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ। ସେ ଆଜି ପର୍ଯ୍ୟନ୍ତ ସୁସ୍ମିତାଙ୍କୁ ଜଣେ ଘନିଷ୍ଠ ବନ୍ଧୁ ବୋଲି ମାନି ଆସୁଛନ୍ତି । ସେ ଆହୁରି କହିଥିଲେ, ‘ମୁଁ ତାଙ୍କ ସାମ୍ନାରେ ସେହି ପୋଷ୍ଟ କରିଥିଲି। ସେ ଭାବି ନଥିଲେ ଯେ ମୁଁ ପ୍ରକୃତରେ ଏହା କହିବି। ବିମାନରେ ଥିବା ସମୟରେ ଆମେ କିଛି ବିଷୟରେ ଯୁକ୍ତି କରୁଥିଲୁ, ଏବଂ ସେ କହିଲେ, ‘ତୁମେ ତାହା ପୋଷ୍ଟ କରିବ ନାହିଁ।’ ମୁଁ ହସିକି ପୋଷ୍ଟ ସେୟାର କରିଦେଲି । ଆଉ ପୋଷ୍ଟଟି କିଛି ମୁହୂର୍ତ୍ତରେ ତାହା ଭାଇରାଲ ହେଲା। ତାପରେ ସବୁଠି ହଙ୍ଗାମା ହୋଇଥିଲା। କିନ୍ତୁ ଏଥିରେ ସୁସ୍ମିତାଙ୍କ କିଛି ଭୁଲ ନଥିଲା। ସୁସ୍ମିତା ମୋତେ କେବେ ପୋଷ୍ଟ ହଟାଇବାକୁ କହି ନଥିଲେ, କିମ୍ବା ଏହି ଭାବନା ମୋ ମନକୁ ଆସି ନଥିଲା। ଏହି ଘଟଣା ପାଇଁ ସୁସ୍ମିତାଙ୍କୁ ଟ୍ରୋଲ କରିବା ବନ୍ଦ କରିବାକୁ ଲଳିତ କହିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ପୁଣି ବଢିଛି ।