ମାଥିଲି: ଅବ୍ୟବସ୍ଥା ଭିତରେ ଛାତ୍ରୀ ନିବାସ। ପାନୀୟ ଜଳର ସଙ୍କଟ ସାଙ୍ଗକୁ ଛାତ୍ରୀ ନିବାସରେ ନାହିଁ ବିଦ୍ୟୁତ ବ୍ୟବସ୍ଥା। ଫଳରେ ଚାରି ଦିନ ହେଲା ଅନ୍ଧାରରେ ଛାତ୍ରୀ ନିବାସ। ଖାଲି ସେତିକି ନୁହେଁ ଖାଲି ସେତିକି ନୁହେଁ ଛାତ୍ରୀନିବାସରେ ୫୦୦ ଅନ୍ତେବାସୀ ରହୁଥିବା ବେଳେ କ୍ୟାମ୍ପସ ଭିତରେ ଛାତ୍ର ମଧ୍ୟ ରହୁଥିବା ଜଣାପଡ଼ିଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ମାଥିଲି ସଦର ସ୍ଥିତ କଲ୍ୟାଣ ବିଭାଗ ଅଧୀନରେ ଥିବା ସରକାରୀ ଏସଏସଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ।

ସୂଚନା ମୁତାବକ, ଗତ ମାର୍ଚ୍ଚ ମାସରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପରିସ୍ଥ ଅଧିକାରୀଙ୍କୁ ବିଦ୍ୟୁତ ସମସ୍ୟା ନେଇ ଜଣାଇଥିଲେ । ଅଳ୍ପ କିଛିମାତ୍ରାରେ କାମ କରାଯାଇଥିବା ବେଳେ, ଗତ ଚାରିଦିନ ତଳେ ଟ୍ରାନସଫରମର ପୋଡ଼ି ଯାଇଥିଲା । ଫଳରେ ଚାରିଦିନ ହେଲା ଛାତ୍ରୀନିବାସଟି ଅନ୍ଧାରରେ ରହିଛି।

ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ବିଦ୍ୟୁତ ଯୋଗାଣ ଖୁବଶୀଘ୍ର ସ୍ବାଭାବିକ କରାଯିବାକୁ ଚେଷ୍ଟା କରାଯାଉଛି। ସେହିଭଳି ଜଳ ସଂକଟ ଦୂର କରିବା ପାଇଁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଉଥିବା ସୂଚନା ମିଳିଛି।ତେବେ ଦେଖିବାକୁ ବାକି ରହିଲା କେବେ ପ୍ରକୃତରେ ଅନ୍ତେବାସୀଙ୍କ ପାଇଁ ଏସବୁ ସମସ୍ୟାର ସମାଧାନ ହୋଇପାରିବ ?