ମେଷ – ଆସନ୍ତାକାଲି ଦିନଟି ମଧ୍ୟମ ଫଳଦାୟକ ରହିବ। କାମରେ ହାଲୁକା ଅସୁବିଧା ଆସିପାରେ କିନ୍ତୁ ସହନଶୀଳତାରେ ସମାଧାନ ମିଳିବ। ପରିବାରରେ ସାଧାରଣ ଶାନ୍ତି ରହିବ। ଅନାବଶ୍ୟକ ଖର୍ଚ୍ଚ ବଢିପାରେ। ମନ ଅସ୍ଥିର ରହିବା ସମ୍ଭାବନା। କାହାକୁ ଧନ ଧାର ଦେବାରୁ ବଚନ୍ତୁ। ଯାତ୍ରାରେ ସତର୍କ ରୁହନ୍ତୁ।

ବୃଷ - ଭଲ ସୁଯୋଗ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରୟାସ ସଫଳ ହେବ। ଧନ ଲାଭର ଯୋଗ ରହିଛି। ପରିବାରରେ ଖୁସିର ପରିବେଶ ରହିବ। ନୂଆ କାମ ଆରମ୍ଭ ପାଇଁ ଦିନଟି ଭଲ। ପୁରୁଣା ଦେୟ ଫେରତ ମିଳିପାରେ। ବନ୍ଧୁମାନଙ୍କ ସହଯୋଗ ମିଳିବ।

ମିଥୁନ - ଦିନଟି କିଛିଟା ଚିନ୍ତାଜନକ ରହିପାରେ। ମନରେ ଅଶାନ୍ତି ବଢିପାରେ। କାମରେ ବାଧା ଆସିପାରେ। ଆର୍ଥିକ ଦିଗରେ ସାବଧାନ ରୁହନ୍ତୁ। ବିବାଦରୁ ଦୂରରେ ରହିବା ଭଲ। ଅନ୍ୟମାନଙ୍କ କଥାରେ ଭରସା କମ କରନ୍ତୁ। ସ୍ୱାସ୍ଥ୍ୟରେ ହାଲୁକା ଅସୁବିଧା ହୋଇପାରେ।

କର୍କଟ - ଦିନଟି ସାଧାରଣ ରହିବ। କାର୍ଯ୍ୟରେ ଧୀରେ ଧୀରେ ଉନ୍ନତି ହେବ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଦିଗରେ ହାଲୁକା ଧ୍ୟାନ ଦିଅନ୍ତୁ। ଆତ୍ମବିଶ୍ୱାସ ବଢିବ। ଅଟକିଥିବା କାମ ଆଗକୁ ବଢିବ। ବୃଦ୍ଧଙ୍କ ଆଶୀର୍ବାଦ ମିଳିପାରେ।

ସିଂହ - ଦିନଟି ଅନୁକୂଳ ନୁହେଁ। କାମରେ ବିଘ୍ନ ବା ବିଳମ୍ବ ହୋଇପାରେ। ଅନ୍ୟମାନଙ୍କ ସହିତ ମତଭେଦ ହେବାର ସମ୍ଭାବନା। ଆର୍ଥିକ କ୍ଷତି ହୋଇପାରେ। ସ୍ୱାସ୍ଥ୍ୟ ଦିଗରେ ସତର୍କ ରୁହନ୍ତୁ। ମନୋବଳ କମିପାରେ। ଗୁରୁତ୍ୱପୂର୍ଣ୍ଣ କାମ ପଛକୁ ସରାନ୍ତୁ।

କନ୍ୟା - ଦିନଟି ମଧ୍ୟମ ଫଳ ଦେବ। କାର୍ଯ୍ୟରେ ଲାଭ ହେବା ସହିତ କିଛି ବାଧା ମଧ୍ୟ ଆସିପାରେ। ପରିବାରରେ ସାଧାରଣ ସ୍ଥିତି ରହିବ। ଧନ ଆଗମନ ରହିଛି। ମନ ଶାନ୍ତ ରଖନ୍ତୁ। କାର୍ଯ୍ୟରେ ପ୍ରଶଂସା ମିଳିପାରେ। ନୂଆ ଯୋଗାଯୋଗ ହେବ।

ତୁଳା - ଘାତ ବାର ଥିବାରୁ ସତର୍କ ରହିବା ଆବଶ୍ୟକ। କାମରେ ବିଘ୍ନ ବା ବିବାଦ ହୋଇପାରେ। ଧନ ହାନିର ସମ୍ଭାବନା। ଯାତ୍ରାରେ ସତର୍କତା ଆବଶ୍ୟକ। ଶାନ୍ତ ରହିବା ଉପକାରୀ। ଅନାବଶ୍ୟକ ନିଷ୍ପତ୍ତି ନେବାରୁ ବଚନ୍ତୁ। ଘରେ ଛୋଟ ଅସନ୍ତୋଷ ହୋଇପାରେ।

ବିଛା - ଦିନଟି ଭଲ ରହିବ। କାର୍ଯ୍ୟରେ ସଫଳତା ମିଳିବ। ଧନ ଲାଭ ହେବାର ଯୋଗ ରହିଛି। ପରିବାରରେ ଖୁସି ରହିବ। ପୁରୁଣା କାମ ସମାପ୍ତ ହେବ। ନୂଆ ଯୋଜନା ଆରମ୍ଭ ହେବ। ସମ୍ମାନ ବଢିପାରେ।

ଧନୁ - ଘାତ ଚନ୍ଦ୍ର ଥିବାରୁ ଦିନଟି କଠିନ ରହିପାରେ। ମନ ଚିନ୍ତାଗ୍ରସ୍ତ ରହିବ। କାମରେ ବାଧା ଆସିପାରେ। ଧନ ନଷ୍ଟ ହୋଇପାରେ। ଧୈର୍ଯ୍ୟ ଧରିବା ଆବଶ୍ୟକ। ସ୍ୱାସ୍ଥ୍ୟରେ ଅସୁବିଧା ହୋଇପାରେ। ବିବାଦରୁ ଦୂରେ ରୁହନ୍ତୁ।

ମକର - ଦିନଟି ଭଲ ଫଳ ଦେବ। କାର୍ଯ୍ୟରେ ଲାଭ ମିଳିବ। ଆର୍ଥିକ ସ୍ଥିତି ସୁଧାରିବ। ପରିବାରର ସମର୍ଥନ ମିଳିବ। ନୂଆ ଯୋଜନା ସଫଳ ହେବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିପାରେ। ଯାତ୍ରା ଶୁଭ ହେବ।

କୁମ୍ଭ - ଘାତ ବାର ଥିବାରୁ ସାବଧାନ ରୁହନ୍ତୁ। କାମରେ ବାଧା ଆସିପାରେ। ଧନ ହାନି ହୋଇପାରେ। ପରିବାରରେ ମତଭେଦ ହେବାର ସମ୍ଭାବନା। ଶାନ୍ତ ମନେ ନିଷ୍ପତ୍ତି ନିଅନ୍ତୁ। ଅନ୍ୟମାନଙ୍କ ସହିତ ବାଦବିବାଦ ଏଡ଼ନ୍ତୁ। ଯାତ୍ରା ବିଳମ୍ବ ହୋଇପାରେ।

ମୀନ - ଦିନଟି ଶୁଭ ରହିବ। ମନରେ ଖୁସି ରହିବ। କାର୍ଯ୍ୟରେ ସଫଳତା ମିଳିବ। ଧନ ଲାଭ ହେବ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ନୂଆ ସୁଯୋଗ ମିଳିପାରେ। ସମ୍ପର୍କ ମଜବୁତ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682