ମେଷ - ଆସନ୍ତାକାଲି ମନରେ ଅଶାନ୍ତି ରହିପାରେ କିନ୍ତୁ କାମରେ ଧୈର୍ଯ୍ୟ ରଖିଲେ ସଫଳତା ମିଳିବ। ପରିବାର ସହ ଅଳ୍ପ ମତଭେଦ ହେବାର ସମ୍ଭାବନା ଅଛି। ଅର୍ଥ ଖର୍ଚ୍ଚ ବୃଦ୍ଧି ପାଇପାରେ। କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ଆସିପାରେ। ଅଚିନ୍ତିତ ସମ୍ବାଦ ମନକୁ ଚିନ୍ତିତ କରିପାରେ।

ବୃଷ - ଦିନଟି ସାଧାରଣ ଭାବରେ କଟିବ କିନ୍ତୁ ଧୈର୍ଯ୍ୟ ଧରିବା ଆବଶ୍ୟକ। ଦାମ୍ପତ୍ୟ ଜୀବନରେ ଅଳ୍ପ କଥାକଟାକଟି ହୋଇପାରେ। ଅର୍ଥ ଲାଭ ଥିଲେ ମଧ୍ୟ ସଞ୍ଚୟ କମ ହେବ। ନିକଟାତ୍ମୀୟଙ୍କ ସହଯୋଗ ମିଳିପାରେ। ଶାରୀରିକ ଦୃଷ୍ଟିରୁ ସାବଧାନ ରହନ୍ତୁ।

ମିଥୁନ - କାର୍ଯ୍ୟକ୍ଷେତ୍ରରେ ଚାପ ବୃଦ୍ଧି ପାଇପାରେ କିନ୍ତୁ ପ୍ରୟାସରେ ଫଳ ମିଳିବ। ସହକର୍ମୀଙ୍କ ସହଯୋଗ ମିଳିବ। ଅର୍ଥ ଲାଭର ସୁଯୋଗ ରହିଛି। ପରିବାରରେ ଖୁସିର ପରିବେଶ ରହିବ। ଯାତ୍ରା ସମୟରେ ସତର୍କ ରହନ୍ତୁ।

କର୍କଟ - ମନ ଶାନ୍ତ ରହିବ ଓ ଆତ୍ମବିଶ୍ୱାସ ବଢିବ। କାମରେ ସଫଳତା ମିଳିବ। ଅର୍ଥ ଲାଭ ଓ ନୂତନ ଅବସର ଆସିପାରେ। ପରିବାରର ସହଯୋଗ ଭଲ ରହିବ। ପ୍ରେମ ସମ୍ପର୍କ ମଧୁର ହେବ।

ସିଂହ - ଦିନଟି ମଧ୍ୟମ ରହିବ ଏବଂ ଧୈର୍ଯ୍ୟ ରଖିବା ଦରକାର। ଅନାବଶ୍ୟକ ଖର୍ଚ୍ଚ ହେବାର ଆଶଙ୍କା ଅଛି। କାର୍ଯ୍ୟରେ ବିଳମ୍ବ ହୋଇପାରେ। ପରିବାର ସହ ମନମାଲିନ୍ୟ ହୋଇପାରେ। ସ୍ୱାସ୍ଥ୍ୟ ଦିଗରେ ସତର୍କ ରହନ୍ତୁ।

କନ୍ୟା - ଆସନ୍ତାକାଲି ଦିନଟି ଶୁଭ ରହିବ ଓ କାମରେ ସଫଳତା ମିଳିବ। ଅର୍ଥ ଲାଭର ସୁଯୋଗ ରହିଛି। ସହକର୍ମୀ ଓ ଉପରସ୍ଥରୀୟଙ୍କ ସହଯୋଗ ମିଳିବ। ପରିବାରରେ ଖୁସି ରହିବ। ନୂତନ ଯୋଜନା ଆରମ୍ଭ କରିପାରିବେ।

ତୁଳା - ଅନିଶ୍ଚିତତା ରହିପାରେ ଓ ମନ ଚିନ୍ତିତ ରହିବ। କାର୍ଯ୍ୟରେ ବାଧା ଆସିପାରେ। ଅର୍ଥ ଖର୍ଚ୍ଚ ବଢିପାରେ। ପରିବାର ସହ ମନମାଲିନ୍ୟ ହେବାର ସମ୍ଭାବନା ଅଛି। ଶାରୀରିକ ଦୃଷ୍ଟିରୁ ସତର୍କ ରହନ୍ତୁ।

ବିଛା- ଚନ୍ଦ୍ର ରାଶିରେ ଥିବାରୁ ଆଜି ମନୋବଳ ବଢିବ ଓ ସମ୍ମାନ ମିଳିବ। କାର୍ଯ୍ୟରେ ସଫଳତା ମିଳିବ। ଅର୍ଥ ଲାଭ ହେବାର ସମ୍ଭାବନା ଅଛି। ପରିବାରରେ ସୁଖ ଶାନ୍ତି ରହିବ। ନୂତନ କାମରେ ରୁଚି ବଢିବ।

ଧନୁ - ରବିବାର ମନ ଅଶାନ୍ତ ରହିପାରେ ଓ ଚିନ୍ତା ବଢିପାରେ। ଖର୍ଚ୍ଚ ବଢିବାର ସମ୍ଭାବନା ଅଛି। କାମରେ ବିଳମ୍ବ ହେବାର ଆଶଙ୍କା ଅଛି। ପରିବାର ସହ ଅଳ୍ପ ମତଭେଦ ହୋଇପାରେ। ଯାତ୍ରାରେ ସତର୍କ ରହନ୍ତୁ।

ମକର – ଆସନ୍ତାକାଲି ଦିନଟି ଶୁଭ ଓ ଲାଭଦାୟକ ରହିବ। ମିତ୍ରଙ୍କ ସହଯୋଗ ମିଳିବ। ଅର୍ଥ ଲାଭ ଓ ନୂତନ ଅବସର ଆସିପାରେ। କାର୍ଯ୍ୟରେ ପ୍ରଶଂସା ମିଳିବ। ପରିବାରରେ ଖୁସି ରହିବ।

କୁମ୍ଭ - କାର୍ଯ୍ୟକ୍ଷେତ୍ରରେ ଚାପ ବଢିପାରେ କିନ୍ତୁ ପ୍ରୟାସରେ ସଫଳତା ମିଳିବ। ଅଧିକ କାମ ଥିବାରୁ କ୍ଲାନ୍ତି ହେବ। ଅର୍ଥ ଲାଭ ସାଧାରଣ ରହିବ। ପରିବାର ସହ ସମ୍ପର୍କ ଭଲ ରହିବ। ସ୍ୱାସ୍ଥ୍ୟ ଦିଗରେ ଧ୍ୟାନ ଦିଅନ୍ତୁ।

ମୀନ - ଭାଗ୍ୟର ସହଯୋଗ ମିଳିବ ଓ କାମରେ ସଫଳତା ଆସିବ। ଧାର୍ମିକ କାମରେ ରୁଚି ବଢିବ। ଅର୍ଥ ଲାଭ ଓ ସୁଖ ସମୃଦ୍ଧି ଆସିପାରେ। ପରିବାରରେ ଖୁସି ରହିବ। ଯାତ୍ରା ଶୁଭ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682