ମେଷ - ଆସନ୍ତାକାଲି ସତର୍କ ରହିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ଅଚାନକ ପରିବର୍ତ୍ତନ ଆସିପାରେ। ଉଚ୍ଚ ଅଧିକାରୀଙ୍କ ସହ କଥାବାର୍ତ୍ତାରେ ସାବଧାନ ରହନ୍ତୁ। ପରିବାରରେ ଛୋଟ ମତଭେଦ ହେବାର ସମ୍ଭାବନା ରହିଛି। ଯାତ୍ରା କାର୍ଯ୍ୟରେ ବାଧା ଆସିପାରେ।

ବୃଷ -  ଆପଣଙ୍କ ପାଇଁ ମଧ୍ୟମ ଫଳଦାୟକ ଦିନ। ଆର୍ଥିକ ଦିଗରେ କିଛି ଲାଭ ହେଲେ ମଧ୍ୟ ଖର୍ଚ୍ଚ ବଢିପାରେ। କାର୍ଯ୍ୟକ୍ଷେତ୍ରରେ ପ୍ରୟାସର ଫଳ ଦେରିରେ ମିଳିବ। ପରିବାରରେ ସହଯୋଗ ମିଳିବ। ଶରୀରରେ ଅଳ୍ପ କ୍ଲାନ୍ତି ଅନୁଭବ କରିପାରିବେ। ଧୈର୍ଯ୍ୟ ଧରି କାମ କଲେ ଫଳ ମିଳିବ।

ମିଥୁନ - ସୋମବାର ଘାତ ବାର ପ୍ରଭାବରୁ କାମରେ ବାଧା ଆସିପାରେ। ନୂତନ କାମ ଆରମ୍ଭ କରିବାରୁ ଦୂରେ ରହିବା ଭଲ। ଧନ ଖର୍ଚ୍ଚ ବଢିପାରେ ଏବଂ ଅନାବଶ୍ୟକ ଯାତ୍ରା ହେବାର ସମ୍ଭାବନା ରହିଛି। ଶରୀରରେ ଅସୁବିଧା ଅନୁଭବ କରିପାରିବେ। ଶାନ୍ତ ମନରେ ଦିନ କାଟିବା ଉଚିତ।

କର୍କଟ - କାର୍ଯ୍ୟକ୍ଷେତ୍ରରେ ଧୀରେ ଧୀରେ ଉନ୍ନତି ହେବ। ଧନ ଲାଭର ଛୋଟ ଯୋଗ ରହିଛି। ପରିବାରରେ ଶୁଭ ସମ୍ବାଦ ମିଳିପାରେ। ଶିକ୍ଷାର୍ଥୀମାନେ ଭଲ ଫଳ ପାଇପାରନ୍ତି। ଆପଣଙ୍କ ଯୋଜନା ସଫଳ ହେବାର ଆରମ୍ଭ ହେବ। ମନ ଶାନ୍ତ ରହିବ।

ସିଂହ - ଆସନ୍ତାକାଲି ଆପଣଙ୍କ ପାଇଁ ମିଶ୍ର ଫଳ ରହିବ। କାମରେ ଦେରି ହେବାର ସମ୍ଭାବନା ରହିଛି। ଧନ ଲାଭ ହେଲେ ମଧ୍ୟ ସଞ୍ଚୟ କମ୍ ହେବ। ପରିବାରରେ ସମର୍ଥନ ମିଳିବ। ମିତ୍ରଙ୍କ ସହଯୋଗ ଲାଭଦାୟକ ହେବ। ନୂତନ ସୁଯୋଗ ଆସିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

କନ୍ୟା -  ଆପଣଙ୍କ ପାଇଁ ଭଲ ଦିନ ରହିବ। କାର୍ଯ୍ୟରେ ସଫଳତା ମିଳିବ। ଧନ ଆଗମନ ହେବାର ଯୋଗ ରହିଛି। ପରିବାରରେ ଖୁସି ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ କାମ ଆରମ୍ଭ କଲେ ସଫଳତା ମିଳିପାରେ।

ତୁଳା -  ଧନ ସମ୍ବନ୍ଧୀୟ କାର୍ଯ୍ୟରେ ସତର୍କ ରହନ୍ତୁ। କାମରେ ଅନାବଶ୍ୟକ ଚାପ ବଢିପାରେ। ପରିବାରରେ ଛୋଟ ଅସମ୍ମତି ହୋଇପାରେ। ଯାତ୍ରାରେ ବାଧା ଆସିପାରେ। ଶରୀରରେ ଥକାନି ଅନୁଭବ କରିପାରିବେ।  ଧୈର୍ଯ୍ୟ ଧରିବା ଉଚିତ।

ବିଛା - ଆସନ୍ତାକାଲି ଘାତ ଚନ୍ଦ୍ର ପ୍ରଭାବରୁ ସତର୍କ ରହିବା ଆବଶ୍ୟକ। କାର୍ଯ୍ୟରେ ବାଧା ଏବଂ ବିଳମ୍ବ ହେବାର ସମ୍ଭାବନା ରହିଛି। ଧନ ଖର୍ଚ୍ଚ ବଢିପାରେ। ପରିବାରରେ ମନମୁଟାଉ ହୋଇପାରେ। ସ୍ୱାସ୍ଥ୍ୟରେ ଅଳ୍ପ ସମସ୍ୟା ଦେଖାଯାଇପାରେ। ଆଜି ଶାନ୍ତ ଓ ସାବଧାନ ରହିବା ଉଚିତ।

ଧନୁ - ଆପଣଙ୍କ ପାଇଁ ଭଲ ଫଳ ରହିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ଧନ ଲାଭର ଯୋଗ ରହିଛି। ପରିବାରରେ ସମ୍ମାନ ବଢିବ। ନୂତନ ସୁଯୋଗ ମିଳିପାରେ। ମିତ୍ରଙ୍କ ସହଯୋଗ ଲାଭଦାୟକ ହେବ।

ମକର - କାମରେ ଚାପ ବଢିପାରେ। ଧନ ଆଗମନ ହେଲେ ମଧ୍ୟ ଖର୍ଚ୍ଚ ବଢିପାରେ। ପରିବାରରେ ସମର୍ଥନ ମିଳିବ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ଯାତ୍ରାରେ ସାବଧାନ ରହନ୍ତୁ। ଧୀରେ ଧୀରେ ଫଳ ମିଳିବ।

କୁମ୍ଭ - ସୋମବାର ଆପଣଙ୍କ ପାଇଁ ଶୁଭ ଦିନ। କାର୍ଯ୍ୟରେ ସଫଳତା ମିଳିବ। ଧନ ଲାଭ ହେବ। ପରିବାରରେ ଖୁସି ରହିବ। ନୂତନ ଯୋଜନା ସଫଳ ହେବ। ମିତ୍ରଙ୍କ ସହ ସମୟ ଭଲ କଟିବ।

ମୀନ - ଆସନ୍ତକାଲି ଆପଣଙ୍କ ପାଇଁ ମିଶ୍ର ଫଳ ରହିବ। କାମରେ କିଛି ବାଧା ଆସିପାରେ। ଧନ ଖର୍ଚ୍ଚ ବଢିପାରେ। ପରିବାରରେ ସମ୍ମିଳନ ରଖିବା ଆବଶ୍ୟକ। ଶରୀରରେ ଅଳ୍ପ ଅସୁବିଧା ଅନୁଭବ ହେବ। ଧୈର୍ଯ୍ୟ ଧରି କାମ କଲେ ଦିନଟି କଟିଯିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682)