ମେଷ – ଆସନ୍ତାକାଲି କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଧନ ଲେନଦେନରେ ସତର୍କ ରୁହନ୍ତୁ। ପରିବାରରେ ଛୋଟ ଖୁସିର ଖବର ମିଳିବ। ବନ୍ଧୁଙ୍କ ସହଯୋଗ ଲାଭଦାୟକ ହେବ। ଅତି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଜମି କିମ୍ବା ଯାନବାହନ ସମ୍ବନ୍ଧୀୟ ଆଲୋଚନା ଆଗକୁ ବଢ଼ିପାରେ। ସନ୍ତାନଙ୍କ ସଫଳତା ମନକୁ ଖୁସି ଦେବ।

ବୃଷ – ଦିନଟି ମିଶ୍ର ଫଳଦାୟକ ରହିବ। ଚାକିରିରେ ଉନ୍ନତି ପାଇଁ ନୂଆ ସୁଯୋଗ ଆସିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ବ୍ୟବସାୟରେ ନୂଆ ଗ୍ରାହକ ମିଳିପାରନ୍ତି। ଦୂରସ୍ଥ ବନ୍ଧୁଙ୍କ ସହ ଯୋଗାଯୋଗ ବଢ଼ିବ।

ମିଥୁନ – ମନରେ ଉତ୍ସାହ ବଢ଼ିବ। ବ୍ୟବସାୟରେ ଭଲ ଲାଭର ସମ୍ଭାବନା ଅଛି। ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ଦୂର ଯାତ୍ରାର ଯୋଗ ଦେଖାଯାଉଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ। ନୂଆ ଯୋଜନାରୁ ଭବିଷ୍ୟତରେ ଲାଭ ମିଳିବ। ପ୍ରେମ ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ।

କର୍କଟ – ଅନାବଶ୍ୟକ ଚିନ୍ତା ମନକୁ ବିଚଳିତ କରିପାରେ। ଆର୍ଥିକ କ୍ଷେତ୍ରରେ ସଂଯମ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ଧରି କାମ କରନ୍ତୁ। ପରିବାରର ବୟସ୍କଙ୍କ ପରାମର୍ଶ ଲାଭଦାୟକ ହେବ। ସନ୍ଧ୍ୟା ପରେ ପରିସ୍ଥିତି ସୁଧାରିବ। ପୁରୁଣା ବିବାଦର ସମାଧାନ ହୋଇପାରେ। ସ୍ୱାସ୍ଥ୍ୟ ଦିଗରେ ବିଶେଷ ଧ୍ୟାନ ଦିଅନ୍ତୁ।

ସିଂହ – ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ବଢ଼ିପାରେ। ଆର୍ଥିକ ସ୍ଥିତି ମଜବୁତ ରହିବ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ଅତ୍ୟଧିକ କ୍ରୋଧରୁ ଦୂରେ ରୁହନ୍ତୁ। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବ। ନୂଆ ଦାୟିତ୍ୱ ମିଳିପାରେ।

କନ୍ୟା – କାମରେ ବ୍ୟସ୍ତତା ବଢ଼ିବ। ଅପେକ୍ଷା କରୁଥିବା ଧନ ପ୍ରାପ୍ତିର ସମ୍ଭାବନା ଅଛି। ପରିବାରରେ ଖୁସିର ପରିବେଶ ରହିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି। ସ୍ୱାସ୍ଥ୍ୟ ସାଧାରଣ ରହିବ। ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିପାରେ। ଅନୁଭବୀ ବ୍ୟକ୍ତିଙ୍କ ସହଯୋଗ ମିଳିବ।

ତୁଳା – ଭାଗ୍ୟର ସହଯୋଗ ମିଳିବ। ଚାକିରି ଓ ବ୍ୟବସାୟରେ ଉନ୍ନତିର ଯୋଗ ଅଛି। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ପରିବାର ସହ ସମୟ ବିତାଇବେ। ନୂଆ ପରିଚୟ ଭବିଷ୍ୟତରେ ଲାଭ ଦେବ। ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ। ଅଟକିଥିବା ଯାତ୍ରା ସମ୍ପନ୍ନ ହେବ।

ବିଛା – ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ। ଅଟକିଥିବା କାମ ଆଗକୁ ବଢ଼ିବ। ଧନ ସମ୍ବନ୍ଧୀୟ ନିଷ୍ପତ୍ତି ଭଲ ଫଳ ଦେଇପାରେ। ପରିବାରରେ ସମ୍ମାନ ବଢ଼ିବ। ସନ୍ଧ୍ୟା ପରେ ମନ କିଛି ଅସ୍ଥିର ରହିପାରେ। ବ୍ୟବସାୟରେ ନୂଆ ସମ୍ପର୍କ ସ୍ଥାପିତ ହେବ। ଜୀବନସାଥୀଙ୍କ ସହଯୋଗ ମନୋବଳ ବଢ଼ାଇବ।

ଧନୁ – ଖର୍ଚ୍ଚ ବଢ଼ିବାର ସମ୍ଭାବନା ଅଛି। ଗୁପ୍ତ ଶତ୍ରୁଙ୍କ ପ୍ରତି ସତର୍କ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅଧିକ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟରେ ଅଳ୍ପ ସମସ୍ୟା ଦେଖାଯାଇପାରେ। ଧାର୍ମିକ ଚିନ୍ତାଧାରା ମନକୁ ଶାନ୍ତ କରିବ। ବିଦେଶ ସମ୍ବନ୍ଧୀୟ କାମରେ ଅଗ୍ରଗତି ହେବ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ।

ମକର – ଆୟ ବୃଦ୍ଧିର ଭଲ ଯୋଗ ଅଛି। ବନ୍ଧୁମାନଙ୍କ ସହଯୋଗରେ କାମ ସଫଳ ହେବ। ବ୍ୟବସାୟୀମାନେ ନୂଆ ଚୁକ୍ତି ପାଇପାରନ୍ତି। ପରିବାରରେ ଖୁସି ବଢ଼ିବ। ନିବେଶ କ୍ଷେତ୍ରରେ ଲାଭ ମିଳିପାରେ। ପୁରୁଣା ଆଶା ପୂରଣ ହେବ। ସାମାଜିକ ସମ୍ପର୍କ ମଜବୁତ ହେବ।

କୁମ୍ଭ – କାର୍ଯ୍ୟକ୍ଷେତ୍ରରେ ସମ୍ମାନ ଓ ପ୍ରଶଂସା ମିଳିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ଲାଭଦାୟକ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପରିବାରରେ ଦାୟିତ୍ୱ ବଢ଼ିପାରେ। ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ ପାଇଁ ଭଲ ସମୟ। ପଦୋନ୍ନତି ସମ୍ବନ୍ଧୀୟ ଖବର ମିଳିପାରେ। ମାନସିକ ସନ୍ତୋଷ ବଢ଼ିବ।

ମୀନ – ଦିନଟି ସାଧାରଣ ତୁଳନାରେ କିଛି ଚ୍ୟାଲେଞ୍ଜପୂର୍ଣ୍ଣ ରହିପାରେ। ଭାଗ୍ୟର ସହଯୋଗ ମିଳିଲେ ମଧ୍ୟ କିଛି କାମରେ ବିଳମ୍ବ ହେବ। ଦୂରସ୍ଥ ସ୍ଥାନରୁ ଆସୁଥିବା ଖବର ନେଇ ଚିନ୍ତା ବଢ଼ିପାରେ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଯାତ୍ରା ସମୟରେ ସତର୍କ ରୁହନ୍ତୁ। ଆର୍ଥିକ ନିଷ୍ପତ୍ତିରେ ତ୍ୱରାହୁଡ଼ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଦିଗରେ ଅବହେଳା କ୍ଷତିକାରକ ହୋଇପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682