​​​​​​​ମେଷ- ଦିନଟି ସାଧାରଣ ରହିବ। କାମରେ କିଛି ଚାପ ଥାଇପାରେ। କିନ୍ତୁ ଶେଷରେ ସମାଧାନ ମିଳିବ। ଅର୍ଥ ସମ୍ପର୍କିତ କାମରେ ଧୀର ଗତି ଦେଖାଯିବ। ପରିବାରରେ ସହଯୋଗ ରହିବ। ଅନାବଶ୍ୟକ ଚିନ୍ତା କମ କରନ୍ତୁ। ଧୈର୍ଯ୍ୟ ଧରିବା ଭଲ।

ବୃଷ- ମଧ୍ୟମ ଫଳ ମିଳିବ। କାମରେ ଲାଭ ଥିଲେ ମଧ୍ୟ ପରିଶ୍ରମ ବଢ଼ିବ। ଅର୍ଥ ଆଗମନ ହେବ, କିନ୍ତୁ ବ୍ୟୟ ମଧ୍ୟ ରହିବ। ପରିବାରରେ ଛୋଟ ଛୋଟ କଥାରେ ମନୋମାଳିନ୍ୟ ହୋଇପାରେ। ସ୍ୱାସ୍ଥ୍ୟ ନିମନ୍ତେ ସତର୍କ ରୁହନ୍ତୁ। ଶାନ୍ତ ରହି କାମ କରନ୍ତୁ।

ମିଥୁନ- ଶ୍ରୀ ଚନ୍ଦ୍ରର ପ୍ରଭାବରେ ଭଲ ଫଳ ମିଳିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ଓ ସମ୍ମାନ ବଢ଼ିବ। ନୂତନ ସୁଯୋଗ ଆସିପାରେ। ଅର୍ଥ ଲାଭ ହେବାର ଭଲ ଯୋଗ ଅଛି। ପରିବାରରେ ଖୁସି ରହିବ। ମନ ଖୁସି ଓ ଶକ୍ତିଶାଳୀ ରହିବ।

କର୍କଟ- ଦିନଟି ଅନୁକୂଳ ନୁହେଁ। କାମରେ ବାଧା ଓ ବିଳମ୍ବ ହେବାର ସମ୍ଭାବନା ଅଛି। ଅର୍ଥ ହାନି କିମ୍ବା ଅନାବଶ୍ୟକ ବ୍ୟୟ ବଢ଼ିପାରେ। ସ୍ୱାସ୍ଥ୍ୟରେ ଅସୁବିଧା ଦେଖାଯିବ। ପରିବାରରେ ମନୋମାଳିନ୍ୟ ହେବାର ଯୋଗ ଅଛି। ଧୈର୍ଯ୍ୟ ଧରିବା ଅତ୍ୟାବଶ୍ୟକ।

ସିଂହ- ଦିନଟି ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଓ ସଫଳତା ମିଳିବ। ଅଟକିଥିବା କାମ ସମାପ୍ତ ହେବ। ଅର୍ଥ ଲାଭର ଯୋଗ ଅଛି। ପରିବାରରେ ଖୁସି ଓ ସମର୍ଥନ ମିଳିବ। ମନୋବଳ ବଢ଼ିବ ଓ ଆତ୍ମବିଶ୍ୱାସ ବଢ଼ିବ।

କନ୍ୟା- ଘାତ ଚନ୍ଦ୍ରର ପ୍ରଭାବରେ ଦିନଟି ଅନୁକୂଳ ନୁହେଁ। କାମରେ ବିଘ୍ନ ଓ ବିଳମ୍ବ ହେବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବେ ନାହିଁ। ଅର୍ଥ ହାନି ହୋଇପାରେ। ଯାତ୍ରା ଏଡ଼ାଇବା ଭଲ। ବିବାଦରୁ ଦୂରେଇ ରୁହନ୍ତୁ।

ତୁଳା- ମଧ୍ୟମ ଫଳ ମିଳିବ। କାମରେ ଧୀର ଗତି ରହିବ। ଅର୍ଥ ସ୍ଥିତି ସାଧାରଣ ରହିବ। ପରିବାରରେ ଶାନ୍ତି ରହିବ। ନୂତନ ଯୋଜନା ଭାବିପାରିବେ। ଧୈର୍ଯ୍ୟ ଧରିବା ଆବଶ୍ୟକ।

ବିଛା- ଦିନଟି ଖରାପ ରହିପାରେ। କାମରେ ବିଘ୍ନ ଓ ହାନି ହେବାର ଯୋଗ ଅଛି। ଅର୍ଥ ନଷ୍ଟ ହେବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟରେ ଅସୁବିଧା ଦେଖାଯିବ। ପରିବାରରେ ବାଦ ବିବାଦ ହୋଇପାରେ। ସତର୍କ ରହନ୍ତୁ।

ଧନୁ- ମଧ୍ୟମ ଫଳ ମିଳିବ। କାମରେ ବିଳମ୍ବ ହେବା ସମ୍ଭାବନା ଅଛି। ଅର୍ଥ ସ୍ଥିତି ଧୀରେ ଭଲ ହେବ। ପରିବାରରେ ସହଯୋଗ ମିଳିବ। ମନ ଅସ୍ଥିର ରହିପାରେ। ଧୈର୍ଯ୍ୟ ଧରନ୍ତୁ।

ମକର- ଭଲ ଫଳ ମିଳିବ ଯଦିଓ ଘାତ ବାର ରହିଛି। କାମରେ ସଫଳତା ଓ ଉନ୍ନତି ହେବ। ଅର୍ଥ ଲାଭ ହେବାର ସମ୍ଭାବନା ଅଛି। ପରିବାରରେ ଖୁସି ରହିବ। କିଛି ଚାପ ଥାଇପାରେ କିନ୍ତୁ ନିୟନ୍ତ୍ରଣରେ ରହିବ। ସତର୍କ ରୁହନ୍ତୁ।

କୁମ୍ଭ- ମିଶ୍ର ଫଳ ମିଳିବ। କିଛି କାମ ସଫଳ ହେବ ଓ କିଛିରେ ବାଧା ଆସିପାରେ। ଅର୍ଥ ଲାଭ ସହିତ ବ୍ୟୟ ମଧ୍ୟ ରହିବ। ପରିବାରରେ ସାଧାରଣ ପରିସ୍ଥିତି ରହିବ। ମନ ଅସ୍ଥିର ରହିପାରେ। ସତର୍କ ରୁହନ୍ତୁ।

ମୀନ- ଦିନଟି ଅନୁକୂଳ ନୁହେଁ। କାମରେ ବିଘ୍ନ ଓ ବିଳମ୍ବ ହେବ। ଅର୍ଥ ସମସ୍ୟା ଦେଖାଯିବ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପରିବାରରେ ମନୋମାଳିନ୍ୟ ହୋଇପାରେ। ଧୈର୍ଯ୍ୟ ଧରି ଦିନଟି କାଟନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ– 8249826682