ମେଷ- ଘାତ ବାର ଓ ଘାତ ଚନ୍ଦ୍ର ପ୍ରଭାବ ଜୋରଦାର ରହିବ। ମନରେ ଅଶାନ୍ତି ଓ ଚିନ୍ତା ବଢ଼ିବ। ତ୍ୱରାନ୍ୱିତ ନିଷ୍ପତ୍ତି ଭୁଲ୍ ସାବିତ ହେବ। କାର୍ଯ୍ୟରେ ବାଧା ଓ ବିଳମ୍ବ ଦେଖାଯିବ । କ୍ରୋଧରେ କହିଥିବା କଥା ସମ୍ପର୍କକୁ କ୍ଷତି କରିପାରେ।

ବୃଷ- ଖର୍ଚ୍ଚ ଅନିୟନ୍ତ୍ରିତ ଭାବେ ବଢ଼ିପାରେ । ଆର୍ଥିକ ଚାପ ଓ ଚିନ୍ତା ମନକୁ ଭାରି କରିଦେବ । ଗୁପ୍ତ ଶତ୍ରୁ ଆପଣଙ୍କ ବିପକ୍ଷରେ କାମ କରିପାରନ୍ତି। କାର୍ଯ୍ୟରେ ଅନାବଶ୍ୟକ ବିଳମ୍ବ ହେବ। ଯାତ୍ରା କ୍ଷତିକାରକ ହୋଇପାରେ। ଧୈର୍ଯ୍ୟ ଓ ସତର୍କତା ଅତ୍ୟାବଶ୍ୟକ।

ମିଥୁନ- ଲାଭ ଆସିବା ସୁଯୋଗ ଥିଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ। ବନ୍ଧୁମାନଙ୍କ ସହଯୋଗ ଅଧାରେ ରହିଯିବ। ଆର୍ଥିକ ଭାବେ ଅପେକ୍ଷା କମ୍ ଫଳ ମିଳିବ । ଯୋଜନା କାମରେ ବାଧା ଆସିପାରେ। ମନରେ ଅସନ୍ତୋଷ ରହିବ । ଧୀରେ ଧୀରେ ପ୍ରୟାସ କରିବା ଦରକାର ।

କର୍କଟ- ଦିନ ଅନୁକୂଳ ନୁହେଁ ଓ ପରିଣାମ ନିରାଶାଜନକ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଚାପ ଓ ଅସନ୍ତୋଷ ବଢ଼ିବ । ଉପରିସ୍ଥଙ୍କ ସହ ମତଭେଦ ହୋଇପାରେ। ଆର୍ଥିକ ଲାଭ ବିଳମ୍ବ ହେବ। ପରିବାରରେ ଅଶାନ୍ତି ଦେଖାଯିବ । ମାନସିକ ଚିନ୍ତା ବଢ଼ିବ ।

ସିଂହ- ଭାଗ୍ୟ ସହଯୋଗ କଲେ ମଧ୍ୟ ଫଳ ମଧ୍ୟମ ରହିବ। ଯାତ୍ରାରେ ବାଧା ଆସିପାରେ। ଧାର୍ମିକ କାମରେ ମନ ଲାଗିବ କିନ୍ତୁ, ଶାନ୍ତି ମିଳିବ ନାହିଁ। ଶିକ୍ଷାରେ ଧ୍ୟାନ କମିଯିବ। ନୂଆ କାମ କରିବାରୁ ବିରତ ରୁହନ୍ତୁ। ଧୈର୍ଯ୍ୟ ରଖନ୍ତୁ।

କନ୍ୟା- ସ୍ୱାସ୍ଥ୍ୟରେ ଅସୁବିଧା ଓ ଶରୀରରେ କ୍ଲାନ୍ତି ରହିବ । ଧନ ହାନି ହେବାର ସମ୍ଭାବନା ରହିଛି । ଗୁପ୍ତ ଶତ୍ରୁ ସକ୍ରିୟ ହେବେ । କାର୍ଯ୍ୟରେ ବାଧା ଓ ବିଳମ୍ବ ହେବ । ମାନସିକ ଚାପ ବଢ଼ିବ ।

ତୁଳା- ସମ୍ପର୍କରେ ଅସନ୍ତୋଷ ଓ ମତଭେଦ ଦେଖାଯିବ। ଦାମ୍ପତ୍ୟରେ ଅଳ୍ପ ଦ୍ୱନ୍ଦ୍ୱ ହୋଇପାରେ। ବ୍ୟବସାୟରେ ଲାଭ ସୀମିତ ରହିବ। ଆଲୋଚନାରେ ବିଳମ୍ବ ହେବ । ମନରେ ଅସନ୍ତୋଷ ରହିବ । ଧୈର୍ଯ୍ୟ ରଖିବା ଦରକାର ।

ବିଛା- ବିଛା ରାଶି ପାଇଁ ଘାତ ଚନ୍ଦ୍ର ପ୍ରଭାବ ଶକ୍ତିଶାଳୀ ରହିବ । ଶରୀରରେ ଅସୁସ୍ଥତା ଓ ଅଳସ୍ୟ ବଢ଼ିବ । କାମରେ ବାଧା ଓ ଅପେକ୍ଷା ବିପରୀତ ପରିଣାମ ମିଳିପାରେ । ମନରେ ଚିନ୍ତା ଓ ଭୟ ରହିବ । ଅନାବଶ୍ୟକ ବିବାଦ ହୋଇପାରେ । ସତର୍କ ରହିବା ଆବଶ୍ୟକ ।

ଧନୁ- ମନ ଖୁସି ରହିବା ସତ୍ୱେ ଫଳ ମଧ୍ୟମ ରହିବ । ପ୍ରେମ ସମ୍ପର୍କରେ ଭୁଲ୍ ବୁଝାମଣା ହୋଇପାରେ। ସୃଜନଶୀଳ କାମରେ ବିଳମ୍ବ ହେବ । ଶିକ୍ଷାରେ ଧ୍ୟାନ କମିଯିବ । ଅତି ଆତ୍ମବିଶ୍ୱାସ କ୍ଷତିକାରକ ହେବ । ସତର୍କ ରୁହନ୍ତୁ ।

ମକର- ପରିବାରରେ ଅଶାନ୍ତି ଓ ମନମୁଟାବ ବଢ଼ିପାରେ । ଘରୋଇ କାମରେ ବାଧା ଆସିପାରେ । ଧନ ସମ୍ପର୍କିତ ଚିନ୍ତା ବଢ଼ିବ । ମାତୃ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । କାର୍ଯ୍ୟରେ ବିଳମ୍ବ ହେବ । ଧୈର୍ଯ୍ୟ ଧରନ୍ତୁ ।

କୁମ୍ଭ- ସାହସ ଥିଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ। ଭାଇଭଉଣୀଙ୍କ ସହ ମତଭେଦ ହୋଇପାରେ । କାମରେ ଗତି କମିଯିବ । ମନରେ ଅସ୍ଥିରତା ରହିବ । ଧୈର୍ଯ୍ୟ ଆବଶ୍ୟକ।

ମୀନ- ଦିନ ଆର୍ଥିକ ଦିଗରୁ ଚିନ୍ତାଜନକ ହୋଇପାରେ। ଖର୍ଚ୍ଚ ବଢ଼ି ଧନ ସମସ୍ୟା ହେବ । ପରିବାରରେ ମନୋମାଳିନ୍ୟ ହୋଇପାରେ । କଥାବାର୍ତ୍ତାରେ ଭୁଲ୍ ହୋଇ ବିବାଦ ହେବ । ସ୍ୱାସ୍ଥ୍ୟ ମଧ୍ୟମ ରହିବ । ମାନସିକ ଚାପ ବଢ଼ିବ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ– 8249826682