ମେଷ- ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ। କୌଣସି ଧାର୍ମିକ ଅନୁଷ୍ଠାନକୁ ଯାତ୍ରା କରିବାର ସୁଯୋଗ ପାଇବେ। ବଡ଼ ବଡ଼ ସମସ୍ୟାର ସହଜରେ ସମାଧାନ ହୋଇଯିବ। ଗୁରୁଜନଙ୍କ ମାର୍ଗଦର୍ଶନ ଆପଣଙ୍କୁ ନୂଆ ଉତ୍ସାହ ଦେବ। ମନ ଶାନ୍ତ ଓ ପ୍ରସନ୍ନ ରହିବ।

ବୃଷ- ଅଷ୍ଟମ ଚନ୍ଦ୍ର ହେତୁ କାର୍ଯ୍ୟରେ କିଛି ବାଧା ଆସିପାରେ। ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ରହିବାର ସମ୍ଭାବନା ଅଛି। ହଠାତ୍ କିଛି ଗୁପ୍ତ ଧନ ମିଳିବାର ଯୋଗ ରହିଛି। ଗାଡ଼ି ଚଳାଇବା ବେଳେ ଅତି ସାବଧାନ ରୁହନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଜି ସ୍ଥଗିତ ରଖନ୍ତୁ।

ମିଥୁନ- ଦାମ୍ପତ୍ୟ ଜୀବନରେ ମଧୁରତା ଭରି ରହିବ। ବ୍ୟବସାୟୀମାନେ ନୂଆ ଚୁକ୍ତି କରିବାରେ ସଫଳ ହେବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ଆଦର ବୃଦ୍ଧି ପାଇବ। ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କୁ ଲାଭ ଦେବ। ବନ୍ଧୁମାନଙ୍କ ସହ ଭଲ ସମୟ ବିତାଇବେ।

କର୍କଟ- ଶତ୍ରୁମାନଙ୍କ ଉପରେ ବିଜୟୀ ହେବେ। କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ଆସିପାରେ। ଶରୀର ସୁସ୍ଥ ରହିବା ସହ ମନରେ ବଳ ଆସିବ। ପୁରୁଣା କରଜ ପରିଶୋଧ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ଆପଣଙ୍କର ଦକ୍ଷତା ପ୍ରମାଣିତ ହେବ।

ସିଂହ- ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ମିଳିପାରେ। ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ। ପ୍ରେମ ସମ୍ପର୍କରେ ନୂଆ ମୋଡ଼ ଆସିବାର ସମ୍ଭାବନା ଅଛି। ପଢ଼ାପଢ଼ିରେ ଛାତ୍ରଛାତ୍ରୀମାନେ ଉତ୍ତମ ଫଳାଫଳ ପାଇବେ। ଆର୍ଥିକ ଯୋଜନା କରିବା ପାଇଁ ଦିନଟି ଶୁଭ।

କନ୍ୟା- ପାରିବାରିକ ସୁଖ ଶାନ୍ତିରେ ସାମାନ୍ୟ ବାଧା ଆସିପାରେ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଦୃଷ୍ଟି ଦେବା ଜରୁରୀ। ନିଜର ବାସସ୍ଥାନ ସଫାସୁତୁରା ରଖିବାକୁ ଚେଷ୍ଟା କରିବେ। ମନ ଭିତରେ କିଛି ଅଜଣା ଭୟ ରହିପାରେ। ସାମାନ୍ୟ କଠିନ ପରିଶ୍ରମ ପରେ ସଫଳତା ମିଳିବ।

ତୁଳା- ନିଜର ପରାକ୍ରମ ବଳରେ ସବୁ କାମ ହାସଲ କରିବେ। ପଡ଼ୋଶୀ ଏବଂ ଭାଇଭଉଣୀଙ୍କ ସହ ସମ୍ପର୍କ ମଜବୁତ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଶ୍ରେଷ୍ଠ। ଦୂର ସଂଚାର ମାଧ୍ୟମରୁ ଶୁଭ ସମ୍ବାଦ ପାଇବେ। ଆତ୍ମବିଶ୍ୱାସ ବହୁତ ବଢ଼ିବ।

ବିଛା- ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିବ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା ହେବ। ମିଠା କଥା କହି ସମସ୍ତଙ୍କ ମନ ଜିତିବେ। ଅଟକି ରହିଥିବା ଟଙ୍କା ଫେରି ପାଇପାରନ୍ତି। ଘରକୁ ଅତିଥିଙ୍କ ଆଗମନ ହୋଇପାରେ।

ଧନୁ- ନିଜର ଶାରୀରିକ ସୁସ୍ଥତା ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। ପ୍ରଭାବଶାଳୀ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକର୍ଷିତ କରିବ। ମନରେ ଶାନ୍ତି ଏବଂ ପ୍ରଫୁଲ୍ଲତା ଅନୁଭବ କରିବେ। ନୂଆ ଯୋଜନା ପ୍ରସ୍ତୁତ କରିବା ପାଇଁ ଦିନଟି ଶୁଭ। ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ।

ମକର- ଅନାବଶ୍ୟକ ଭାବେ ଟଙ୍କା ଖର୍ଚ୍ଚ ହୋଇଯାଇପାରେ। ମନରେ ଅସ୍ଥିରତା ଏବଂ ଦ୍ୱନ୍ଦ୍ୱ ଦେଖାଦେଇପାରେ। ଯାତ୍ରା କରିବା ସମୟରେ ଅଧିକ ସାବଧାନ ରୁହନ୍ତୁ। ଗୁପ୍ତ ଶତ୍ରୁମାନେ ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର କରିପାରନ୍ତି। ଆଧ୍ୟାତ୍ମିକତା ଆଡ଼କୁ ମନ ବଳାଇଲେ ଶାନ୍ତି ମିଳିବ।

କୁମ୍ଭ- ବିଭିନ୍ନ ମାର୍ଗରୁ ଧନ ଲାଭର ଯୋଗ ଅଛି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବାରୁ ମନ ଖୁସି ରହିବ। ବଡ଼ ଭାଇଭଉଣୀଙ୍କ ଠାରୁ ଆଶୀର୍ବାଦ ଏବଂ ସହଯୋଗ ପାଇବେ। ସମାଜରେ ଆପଣଙ୍କର ଗୌରବ ବୃଦ୍ଧି ପାଇବ। ନିଜର ଲକ୍ଷ୍ୟ ପଥରେ ସଫଳ ହେବେ।

ମୀନ- କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ସମ୍ମାନ ମିଳିବାର ସୁଯୋଗ ରହିଛି। କାର୍ଯ୍ୟଶୈଳୀକୁ ଉଚ୍ଚ ପଦସ୍ଥ ଅଧିକାରୀମାନେ ପ୍ରଶଂସା କରିବେ। ବ୍ୟବସାୟରେ ନୂଆ ନିବେଶ ପାଇଁ ଦିନଟି ଅନୁକୂଳ। ପିତାଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ସାହାଯ୍ୟ ମିଳିପାରେ। ଚାକିରି ସନ୍ଧାନରେ ଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ- 8249826682