ମେଷ- କର୍ମକ୍ଷେତ୍ରରେ ଉନ୍ନତିର ନୂଆ ସୁଯୋଗ ମିଳିବ ଏବଂ ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ଚୁକ୍ତି ସ୍ୱାକ୍ଷରିତ ହେବା ଦ୍ୱାରା ଆର୍ଥିକ ସ୍ଥିତି ମଜଭୁତ୍ ହେବ। ଶିବ ମନ୍ଦିର ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହେବ ଏବଂ ମାନସିକ ଶାନ୍ତି ମିଳିବ।

ବୃଷ- ଭାଗ୍ୟର ସହଯୋଗ ମିଳିବା ଦ୍ୱାରା ବହୁ ଦିନରୁ ଅଟକି ରହିଥିବା ସରକାରୀ କାର୍ଯ୍ୟ ସହଜରେ ଶେଷ ହେବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଆଧ୍ୟାତ୍ମିକ ଶାନ୍ତି ଅନୁଭବ କରିବେ ଏବଂ ଆତ୍ମବିଶ୍ୱାସ ବଢ଼ିବ। ଆର୍ଥିକ ଦିଗରୁ ଦିନଟି ବହୁତ ଶୁଭ ରହିବ ଏବଂ ହଠାତ୍ କୌଣସି ସୂତ୍ରରୁ ଧନ ପ୍ରାପ୍ତିର ଯୋଗ ଅଛି।

ମିଥୁନ- ଅଷ୍ଟମ ଚନ୍ଦ୍ର ଯୋଗୁ ପ୍ରତ୍ୟେକ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ ଏବଂ ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ତେଣୁ ଖାଦ୍ୟପେୟ ଉପରେ ବିଶେଷ ନିୟନ୍ତ୍ରଣ ରଖିବା ଜରୁରୀ। ଅଜ୍ଞାତ ବ୍ୟକ୍ତିଙ୍କ ଉପରେ ଅଧିକ ବିଶ୍ୱାସ କରନ୍ତୁ ନାହିଁ, ନଚେତ୍ ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି।

କର୍କଟ- ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଏବଂ ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇ କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟରେ ନୂତନ ଅଂଶୀଦାର ଯୋଗ ଦେଇପାରନ୍ତି ଯାହା ଆଗାମୀ ସମୟ ପାଇଁ ଲାଭଦାୟକ ପ୍ରମାଣିତ ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିପତ୍ତି ବଢ଼ିବ ଏବଂ ଲୋକେ ଆପଣଙ୍କ କଥାକୁ ଗୁରୁତ୍ୱ ଦେବେ।

ସିଂହ- ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ ଏବଂ ଆଇନଗତ ମାମଲାରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ପୁରୁଣା ରୋଗରୁ ଉପଶମ ମିଳିବା ସହ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିବେ।କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଅନୁସାରେ ଉପଯୁକ୍ତ ପ୍ରଶଂସା ଓ ସମ୍ମାନ ପାଇବେ।

କନ୍ୟା- ସନ୍ତାନମାନଙ୍କର ଶିକ୍ଷା ଓ କ୍ୟାରିୟରକୁ ନେଇ କୌଣସି ଶୁଭ ଖବର ପାଇ ମନ ଖୁସି ହେବ। ପ୍ରେମ ଜୀବନରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଆନନ୍ଦଦାୟକ ରହିବ ଏବଂ ସାଥୀଙ୍କ ସହ ସମୟ କଟିବ। ନିଜର ସୃଜନଶୀଳ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଉପଯୁକ୍ତ ମଞ୍ଚ ମିଳିପାରେ।

ତୁଳା- ପାରିବାରିକ ପରିବେଶ ଶାନ୍ତିପୂର୍ଣ୍ଣ ରହିବ ଏବଂ ମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ନୂତନ ଯାନବାହନ କିମ୍ବା ଗୃହ ପାଇଁ ଆସବାବପତ୍ର କ୍ରୟ କରିବା ପାଇଁ ମନ ବଳାଇପାରନ୍ତି।କୌଣସି ପୁରୁଣା ବନ୍ଧୁଙ୍କୁ ହଠାତ୍ ଭେଟି ପାରନ୍ତି ଯାହା ଫଳରେ ମନର ସବୁ ଦୁଃଖ ଦୂର ହୋଇଯିବ।

ବିଛା- ସାହସ ଓ ପରାକ୍ରମ ବୃଦ୍ଧି ପାଇବ ଯାହା ଫଳରେ ଜଟିଳ କାର୍ଯ୍ୟକୁ ମଧ୍ୟ ସହଜରେ ପୂରଣ କରିପାରିବେ। ଭ୍ରାତୃ ଓ ଭଗ୍ନୀଙ୍କ ସହଯୋଗରେ ନୂତନ ବ୍ୟବସାୟିକ ଯୋଜନା ପ୍ରସ୍ତୁତ କରିବା ପାଇଁ ଦିନଟି ଅନୁକୂଳ ଅଟେ। ଛୋଟ ଯାତ୍ରାରୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ଅଛି ଏବଂ ଆତ୍ମବିଶ୍ୱାସ ବଢ଼ିବ।

ଧନୁ- ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇପାରେ ଏବଂ ଅତିଥିଙ୍କ ଆଗମନ ହୋଇପାରେ। ବାଣୀ ଉପରେ ସଂଯମତା ରଖନ୍ତୁ, ଯାହାଦ୍ୱାରା ବ୍ୟକ୍ତିଗତ ଓ ବ୍ୟବସାୟିକ ସମ୍ପର୍କରେ ମଧୁରତା ବଜାୟ ରହିବ। ଆର୍ଥିକ ନିବେଶରୁ ଭଲ ଲାଭ ମିଳିବା ଯୋଗୁ ମନ ପ୍ରଫୁଲ୍ଲ ରହିବ।

ମକର- ବ୍ୟକ୍ତିତ୍ୱରେ ଚମକ ଆସିବ ଏବଂ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଶ୍ରେଷ୍ଠ ଅଟେ। ଶାରୀରିକ ସୁସ୍ଥତା ଅନୁଭବ କରିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆତ୍ମବିଶ୍ୱାସର ସହ ନେବାରେ ସଫଳ ହେବେ। କର୍ମକ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିବେ ଏବଂ ବରିଷ୍ଠଙ୍କ ସହଯୋଗ ପାଇବେ।

କୁମ୍ଭ- ଅଯଥା ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁ ଆର୍ଥିକ ଚାପ ଅନୁଭବ କରିପାରନ୍ତି ତେଣୁ ସତର୍କ ରୁହନ୍ତୁ। ଦୂର ଯାତ୍ରା କରୁଥିଲେ ସାବଧାନତା ଅବଲମ୍ବନ କରନ୍ତୁ ଏବଂ ନିଜର ଦ୍ରବ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟରେ ମନୋନିବେଶ କଲେ ମାନସିକ ସ୍ଥିରତା ମିଳିବା ସହ ଦୁଶ୍ଚିନ୍ତା ଦୂର ହେବ।

ମୀନ- ଆୟର ମାତ୍ରା ବୃଦ୍ଧି ପାଇବ ଏବଂ ନୂଆ ନୂଆ ପନ୍ଥା ଫିଟିବା ଯୋଗୁ ବହୁତ ଖୁସି ରହିବେ। ବଡ଼ ଭାଇ କିମ୍ବା ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ବଡ଼ ସମସ୍ୟାର ସମାଧାନ ହୋଇଯିବ। ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ ଏବଂ ଦିନଟି ସଫଳତାର ସହ ଅତିବାହିତ ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682