ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି, କିନ୍ତୁ ବଜାରର ରିସ୍କ ନେବାକୁ ଚାହୁଁନାହାନ୍ତି? ତାହେଲେ ପୋଷ୍ଟ ଅଫିସର କିଷାନ ବିକାଶ ପତ୍ର ବା KVP ଆପଣଙ୍କ ପାଇଁ ଏକ ବିକଳ୍ପ ହୋଇପାରେ। ଏହି ସ୍କିମ୍ ରେ ବର୍ତ୍ତମାନ ବର୍ଷକୁ ୭.୫% ସୁଧ ମିଳୁଛି। ସବୁଠାରୁ ବଡ଼ କଥା ହେଉଛି, ଯଦି ଆପଣ ଏଥିରେ ଟଙ୍କା ଜମା ରଖୁଛନ୍ତି ତେବେ ୯ ବର୍ଷ ୭ ମାସରେ ଟଙ୍କା ଦୁଇଗୁଣ ହୋଇଯିବ ।

ତେବେ କେତେ ଟଙ୍କାରୁ ଆରମ୍ଭ କରିପାରିବେ ?

KVPରେ ମାତ୍ର ୧,୦୦୦ ଟଙ୍କାରୁ ନିବେଶ ଆରମ୍ଭ କରିପାରିବେ। ଏଥିରେ ସର୍ବାଧିକ କେତେ ଟଙ୍କା ରଖିବେ, ସେଥିପାଇଁ କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ ନାହିଁ। ଅର୍ଥାତ୍, ଆପଣ ନିଜ ସାମର୍ଥ୍ୟ ଅନୁସାରେ ଟଙ୍କା ରଖିପାରିବେ।

ଟଙ୍କା କେମିତି ଦୁଇଗୁଣ ହୁଏ ତାହା ବିଷୟରେ ମଧ୍ୟ ଜାଣି ରଖନ୍ତୁ ?

ଏହି ସ୍କିମ୍ ରେ ଆପଣଙ୍କ ଟଙ୍କା ଉପରେ ସୁଧ ମିଳେ। ପୁଣି ସେହି ସୁଧ ଟଙ୍କାରେ ଯୋଡ଼ି ହୋଇ ପରବର୍ତ୍ତୀ ସମୟରେ ତା’ ଉପରେ ମଧ୍ୟ ସୁଧ ମିଳେ।ଅର୍ଥାତ ଏଠି ଚକ୍ରବୃଦ୍ଧି ସୁଧ ଲାଗିଥାଏ l ଯାହା ଫଳରେ ଟଙ୍କା ବଢ଼ି ବଢ଼ି ୧୧୫ ମାସ ବା ୯ ବର୍ଷ ୭ ମାସ ପରେ ଦୁଇଗୁଣ ହୁଏ।

READ ALSO- ୩୨ ବର୍ଷ ବୟସରେ ୯ କୋଟିର ସମ୍ପତ୍ତି: ଅଧିକ ରିଟର୍ଣ୍ଣ ନୁହେଁ, ଅଧିକ ନିବେଶ ହିଁ ସୁଧୀରଙ୍କ ସଫଳତାର ମନ୍ତ୍ର

ତେବେ କିଏ KVPରେ ଟଙ୍କା ରଖିପାରିବେ?

ଭାରତର ଯେକୌଣସି ନାଗରିକ ଏହି ସ୍କିମ୍ ରେ ନିବେଶ କରିପାରିବେ। ୧୮ ବର୍ଷରୁ ଅଧିକ ବୟସର ଲୋକ ନିଜ ନାମରେ ଆକାଉଣ୍ଟ ଖୋଲିପାରିବେ। ନାବାଳକଙ୍କ ନାମରେ ମଧ୍ୟ ଅଭିଭାବକ ଆକାଉଣ୍ଟ ଖୋଲିପାରିବେ। ଏହା ସହ ଦୁଇ ଜଣ ମିଶି ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ।

ତେବେ କେଉଁଠି ଖୋଲିବେ ଆକାଉଣ୍ଟ?

KVP ଆକାଉଣ୍ଟ ଖୋଲିବା ପାଇଁ ନିକଟସ୍ଥ ପୋଷ୍ଟ ଅଫିସ ଯାଇପାରିବେ। ତା ସହିତ ନିକଟସ୍ତ ବ୍ୟାଙ୍କରେ ମଧ୍ୟ ଆକାଉଣ୍ଟ ଖୋଲି ପାରିବେ l

କାହା ପାଇଁ ଭଲ?

ଯେଉଁମାନେ ଟଙ୍କାକୁ ସୁରକ୍ଷିତ ଭାବେ ରଖିବା ସହ ନିଶ୍ଚିତ ରିଟର୍ଣ୍ଣ ଚାହୁଁଛନ୍ତି, ସେମାନଙ୍କ ପାଇଁ KVP ଖୁବ ଲାଭ ଦାୟକ l ବିଶେଷ କରି ଯେଉଁମାନେ ଷ୍ଟକ୍ ମାର୍କେଟ୍ର ରିସ୍କ ନେବାକୁ ଚାହୁଁନାହାନ୍ତି ଏବଂ ଦୀର୍ଘ ସମୟ ପାଇଁ ଟଙ୍କା ରଖିପାରିବେ, ସେମାନଙ୍କ ପାଇଁ ଏହା ଏକ ଭଲ ଯୋଜନା l ତେବେ ଆଉ ଗୋଟେ କଥା ମାନେ ରଖନ୍ତୁ , KVPର ସୁଧ ହାର ସରକାର ସମୟ ସମୟରେ ବଦଳାଇପାରନ୍ତି। ତେଣୁ ଟଙ୍କା ଲଗାଇବା ପୂର୍ବରୁ ବର୍ତ୍ତମାନର ସୁଧ ହାର ଓ ନିୟମ ବିଷୟରେ ପୋଷ୍ଟ ଅଫିସରୁ ଜାଣିନେବା ଭଲ।