ମୁମ୍ବାଇ:ସିନେମାରେ ଏକ ଚରିତ୍ରକୁ ଜୀବନ୍ତ କରିବାକୁ ହେଲେ ପରଦା ପଛରେ ଅଭିନେତା ଅଭିନେତ୍ରୀ ମାନଙ୍କୁ ଅନେକ ପରିଶ୍ରମ କିରବାକୁ ପଡିଥାଏ I ଅଭିନୟ କେବଳ କ୍ୟାମେରା ସାମ୍ନାରେ ଡାଏଲଗ୍ କହିବା ନୁହେଁ, ବରଂ ଚରିତ୍ରର ଭାବନାକୁ ନିଜ ଭିତରେ ଅନୁଭବ କରିବା। ଏହି କଥାକୁ ନିଜ ଅନୁଭବରୁ ବୁଝାଇଛନ୍ତି ବଲିଉଡ୍ ଅଭିନେତ୍ରୀ କିଆରା ଆଡ଼ଭାନୀ । ୟଶଙ୍କ ଅଭିନୀତ ଫିଲ୍ମ ‘Toxic’ରେ କାମ କରିବା ସମୟର ଏକ କଠିନ ଦୃଶ୍ୟ ବିଷୟରେ ସେ ନିଜ ଅନୁଭୂତି ସେୟାର କରିଛନ୍ତି ।

ALSO READ -ପ୍ରଯୋଜକଙ୍କ ବଡ଼ ଖୁଲାସା....‘ହନୁମାନ ଅଂଶ’ର ସିକ୍ୱେଲରେ ନଜର ଆସିବେ ଅନୁଷ୍କା-ବିରାଟ-ଜୁଲିଆ ରବର୍ଟସ !

କିଆରା କହିଛନ୍ତି ଯେ, ଫିଲ୍ମର ଏକ ବିଶେଷ ସିନ୍ର ଶୁଟିଂ ତାଙ୍କ ପାଇଁ ଅତ୍ୟନ୍ତ ଥକାଇ ଦେବା ଭଳି ଥିଲା। ଏହି ଦୃଶ୍ୟ ଶେଷ ହେବା ପରେ ସେ ଶାରୀରିକ ଭାବେ ଥକିଯିବା ସହ ମାନସିକ ଭାବେ ମଧ୍ୟ ଖୁବ୍ କ୍ଲାନ୍ତ ଅନୁଭବ କରିଥିଲେ। ତାଙ୍କ କହିବା ଅନୁସାରେ, ସେହି ସିନ୍ରେ ନିଜର ସମସ୍ତ ଶକ୍ତି ଓ ଭାବନା ଲଗାଇ ଦେଇଥିଲେ କିଆରା ।

ଅଭିନେତ୍ରୀଙ୍କ ଏହି କଥାରୁ ଜଣାପଡ଼ୁଛି ଯେ ‘Toxic’ରେ ତାଙ୍କ ଚରିତ୍ର ପାଇଁ ସେ କେତେ ଗଭୀର ଭାବେ ପ୍ରସ୍ତୁତି କରିଥିଲେ । କିଆରା ନିଜ ଅଭିନୟରେ ନୂଆ ଚ୍ୟାଲେଞ୍ଜ ନେବାକୁ ଚାହୁଁଥିବା କଥା ମଧ୍ୟ ଜଣାଇଛନ୍ତି। ତାଙ୍କ ମତରେ, ଜଣେ ଅଭିନେତା ଭାବେ ନିଜକୁ ଲଗାତାର ଚ୍ୟାଲେଞ୍ଜ କରିବା ଦରକାର।

‘Toxic’ରେ କିଆରା ଆଡ଼ଭାନୀଙ୍କନ ସହ ୟଶ, ନୟନତାରା ଓ ତାରା ସୁତାରିଆ ପ୍ରମୁଖ ଭୂମିକାରେ ଅଛନ୍ତି। ଫିଲ୍ମଟି ରିଲିଜ୍ ପରେ ବକ୍ସ ଅଫିସ୍ରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି। ୧୮ତମ ଦିନ ସୁଦ୍ଧା ଫିଲ୍ମର ୱାର୍ଲ୍ଡୱାଇଡ୍ କଲେକ୍ସନ୍ ପ୍ରାୟ ୩୪୦.୪୩ କୋଟି ଟଙ୍କାରେ ପହଞ୍ଚିଥିବା ରିପୋର୍ଟ ରହିଛି। ତେବେ ‘Toxic’ର ଏହି ସଫଳତା ମଧ୍ୟରେ କିଆରାଙ୍କ ଏହି ଖୁଲାସା ଦର୍ଶାଉଛି ଯେ ପରଦାରେ ଏକ ଚରିତ୍ରକୁ ଜୀବନ୍ତ କରିବା ପଛରେ ଅଭିନେତା-ଅଭିନେତ୍ରୀଙ୍କୁ କେତେ କଷ୍ଟ ଓ ଭାବନା ଦେଇ ଯିବାକୁ ପଡ଼େ।