କେନ୍ଦ୍ରାପଡ଼ା: ନାବାଳିକା ଗଣ ଦୁଷ୍କର୍ମ ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଜଣେ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଚନ୍ତି। ଏହ ସହିତ ୫୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି l ଦୋଷୀ ଜଣକ ହେଲେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାଂକରୁପା ଗ୍ରାମର ୫୮ ବର୍ଷୀୟ ଗୌରାଙ୍ଗ ସେଠୀ l

ସୂଚନା ଅନୁଯାୟୀ ୨୦୨୩ ମସିହାରେ ନାବାଳିକା ଜଣକ ବାବର ବଜାରରୁ ଘରକୁ ଫେରୁଥିବା ବେଳେ ନାବାଳିକାଙ୍କୁ ଅଟକାଇ ଅଭିଯୁକ୍ତମାନେ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା l ପରେ ନାବାଳିକା ଜଣକ ଅନ୍ତଃସତ୍ଵା ହେବାରୁ ପରିବାର ଲୋକେ ଘଟଣା ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ l

Also Read: ପ୍ରେମ ପାଇଁ ପ୍ରତିଶୋଧ, ଇଞ୍ଜିନିୟରିଂ ଛାତ୍ରୀଙ୍କୁ ପିଆଇଦେଲେ ବିଷ !

ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କ ମାମଲା ବିଚାରାଧୀନ ରହିଛି l କିନ୍ତୁ ମାମଲାରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଦୋଷୀ ସାବ୍ୟସ୍ତ ଗୌରାଙ୍ଗ ସେଠୀଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ପୀଡ଼ିତାଙ୍କ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଜି ଆଇନ ସେବା ପ୍ରାଧୀକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାଟି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ନେହୁର କୁମାର ସାହୁ ପରିଚାଳନା କରୁଥିଲେ।