ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଆପ) ଜାତୀୟ ସଂଯୋଜକ ଅରବିନ୍ଦର କେଜରିୱାଲ ଇ-୨୦ ପେଟ୍ରୋଲକୁ ନେଇ କଡ଼ା ଆପତ୍ତି କରିଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ଉପରେ ଜୋର ଜବରଦସ୍ତ ଏପରି ବ୍ଲେଣ୍ଡେଡ ପେଟ୍ରୋଲ ଥୋପି ଦିଆଯାଇଛି। ସେ କହିଛନ୍ତି ଯେ ମୋଦି ସରକାରଙ୍କ ଲାଗି ସାରା ଦେଶ ଏବେ ପ୍ରୟୋଗଶାଳାରେ ପରିଣତ ହୋଇଛି। କେଜରିୱାଲ କହିଛନ୍ତି ଯେ ପେଟ୍ରୋଲରେ ୨୦% ଏଥନଲ ମିଶ୍ରଣ ଯୋଗୁ ଗାଡ଼ି ଅଚଳ ହେଉଛି, ପାର୍ଟସ୍ ଖରାପ ହେଉଛି ଓ ମାଇଲେଜ ମଧ୍ୟ ୩୦% କମ୍ ଆସୁଛି। ଏଣୁ ସାରା ଦେଶରେ ଏପରି ପେଟ୍ରୋଲକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

ଏଥିରେ କଂଗ୍ରେସ ପାର୍ଟି ପକ୍ଷରୁ ମଧ୍ୟ ଏଥନଲ ମିଶ୍ରିତ ପେଟ୍ରୋଲକୁ ନେଇ ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ କରାଯାଇଛି। ଦେଶରେ କଂଗ୍ରେସ ସରକାରରେ ଶୁଦ୍ଧ ପେଟ୍ରୋଲ ବିକ୍ରି ହେଉଥିଲା ବୋଲି ଦାବି କରିଛି। ହେଲେ ବିଜେପି ସରକାରର ୧୫ ବର୍ଷରେ ଦେଶର ବିଶୁଦ୍ଧ ପେଟ୍ରୋଲ କେପରି ଅପମିଶ୍ରିତ ହୋଇଛି ତାହାର ଛବି ସେୟାର କରାଯାଇଛି। ଯାହା ଏବେ ବେଶ୍ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ଅପମିଶ୍ରିତ ପେଟ୍ରୋଲରେ ଏଥନଲ ପାଣି ଭଳି ଦେଖା ଯାଉଛି।