କଟକ : ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା। ସଂସ୍କୃତି, ଇତିହାସ ଓ ପରମ୍ପରାର ପର୍ବ। ବ୍ୟବସାୟ-ବାଣିଜ୍ୟର ଐତିହ୍ୟକୁ ସ୍ମରଣ କରିବାର ଆସର। ଏହା ବି ସାଧାରଣ ଲୋକଙ୍କ ଠାରୁ ବ୍ୟବସାୟୀଙ୍କ ପାଇଁ ପର୍ଯ୍ୟନ୍ତ। ଏହା ଏକ ଅପେକ୍ଷିତ ଅବସର। କାରଣ ଇଏ ତ ସେହି ସମୟ ,ଯେଉଁଠି ବ୍ୟବସାୟୀମାନେ ଭଲ ଦି ପଇସା ରୋଜଗାର କରିଥାନ୍ତି । କାରଣ ଏତେ ବଡ଼ ମେଳା,ଲକ୍ଷ ଲକ୍ଷ ଲୋକଙ୍କ ସମାଗମ। ଏହାରି ଭିତରେ କିଣା ବିକାର ଏକ ସୁନ୍ଦର ଅବସର। ଭଲ କଥା ପ୍ରାୟ 8 ଦିନରେ କଟକ ବାଲିଯାତ୍ରା କେବେ କାହାକୁ ନିରାଶ କରେନି। ଖାସ୍ କରି ବ୍ୟବସାୟୀଙ୍କୁ । କିନ୍ତୁ ଚଳିତଥର ବାଲିଯାତ୍ରାରେ ସେଥିରେ କିଛିଟା ବ୍ୟତିକ୍ରମ। ଐତିହାସିକ ଓ ସର୍ବବୃହତ ବାଲିଯାତ୍ରାର 3 ଦିନରେ ବି ସେମାନେ ନିରାଶ। ବହୁ ଦୂରଦୂରାନ୍ତରୁ ସେମାନେ ଅନେକ ଆଶା ନେଇ ଆସିଛନ୍ତି। ଖର୍ଚ୍ଚ ପ୍ରବଳ, କିନ୍ତୁ ଆଶାମୁତାବକ ଟଙ୍କା ଉଠିବ କି ନାହିଁ ସନ୍ଦେହ। କାରଣ ଓ ପ୍ରଶ୍ନ ପରିଚାଳନାର ଢଙ୍ଗ ଏବଂ ତରିକାକୁ ନେଇ।

ସେପଟେ ବାଲିଯାତ୍ରାର ବ୍ୟାରିକେଡ୍ ବ୍ୟବସ୍ଥାକୁ ନେଇ ସମସ୍ତେ କ୍ଷୁବ୍ଧ। ଉଭୟ ସାଧାରଣ ଲୋକେ ଓ ବ୍ୟବସାୟୀ। ଏଇ ଦେଖୁ ନାହାନ୍ତି ଏହି ଦୃଶ୍ୟ। ଖାଲି ପଡ଼ିଛି ଦୋଳି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କିନ୍ତୁ ନାହାନ୍ତି କେହି ଖୋଳିବାକୁ। ବ୍ୟବସାୟୀମାନେ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଏପରି ମାନ୍ଦା ସ୍ଥିତିର କାରଣ ପ୍ରଶାସନର ଅବ୍ୟବସ୍ଥା ବୋଲି କହିଛନ୍ତି ଦୋଳି ମାଲିକ। କାରଣ ତାଙ୍କ ରୋଜବାରରେ ବାଧା ସୃଷ୍ଟି କରିଛି ଏହି ବ୍ୟାରିକେଡ଼ ବ୍ୟବସ୍ଥା।

ଆପଣ ଭାବୁଥିବେ ଚଳିତ ବାଲିଯାତ୍ରା କେବଳ ବ୍ୟବସାୟୀଙ୍କୁ ନିରାଶ କରିଛି। ତାହା ନୁହେଁ ସାଧରଣ ଲୋକ ବି ସେତେଟା ଖୁସି ନାହାନ୍ତି। ବ୍ୟାରିକେଡ୍ ବ୍ୟବସ୍ଥା ଯୋଗୁ ମେଳା ବୁଲିବାରେ ସେମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ କହିବା କଥା ମେଳାରେ ପୁଣି ଧାଡ଼ି ସିଷ୍ଟମ କଣ , ବ୍ୟାରିକେଡ୍ ବ୍ୟବସ୍ଥା କାହିଁକି। କଥା ଏତିକିରେ ସରିନି ଗୁରୁବାର ରାତିରେ ସେହି ବ୍ୟାରିକେଡ୍ ବ୍ୟବସ୍ଥାକୁ ଲୋକେ ବିରୋଧ କରି ଗଣ୍ଡଗୋଳ ବି କରିଥିଲେ। ଆଉ ବ୍ୟାରିକେଡକୁ ଭାଙ୍ଗି ଦେଇଥିଲେ।

କଟକ : ଚଳିତ ବର୍ଷର ବାଲିଯାତ୍ରା ଐତିହାସିକ । କାରଣ ବଶ୍ୱର ପ୍ରସିଦ୍ଧ ଏହି ଯାତ୍ରାକୁ ଉଦଘାଟନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ବାଲିଯାତ୍ରା ଇତିହାସରେ ପ୍ରଥମ। ଦେଶର ପ୍ରଥମ ନାଗରିକଙ୍କ ଦ୍ୱାର ଉଦଘାଟନ। ଉଦଘାଟନୀ ଉତ୍ସବରେ ସାମିଲ୍ ଥିଲେ ଅନେକ ବିଶିଷ୍ଠ ବ୍ୟକ୍ତି ବିଶେଷ। ବାଲିଯାତ୍ରା କେବଳ ଏକ ମେଳା ନୁହେଁ, ଏହା ଓଡ଼ିଆ ଅସ୍ମିତା ଓ ପରମ୍ପରାର ପରିଚୟ। ସଂସ୍କୃତି, ପରମ୍ପରା ସହ ବ୍ୟବସାୟୀକ ଦିଗ ବି ଗୁରୁତ୍ୱପୂର୍ଣ୍ଣ। ପ୍ରତିବର୍ଷ ଏହି ମେଳାକୁ ନେଇ ଲୋକଙ୍କ ମନରେ ରହିଥାଏ ଅନେକ ଉତ୍ସାହ ଓ ଉତ୍କଣ୍ଠା। ହେଲେ ଚଳିତବର୍ଷ ଆୟୋଜନରେ ଦେଖାଦେଇଥିବା ଅବ୍ୟବସ୍ଥା ଓ ବ୍ୟାରିକେଡ୍ ସମସ୍ୟା ଏହି ଉତ୍ସାହରେ କିଛିଟା ଭଟ୍ଟା ପକାଇଛି। ବ୍ୟବସାୟୀଙ୍କ ବେପାର ମାନ୍ଦା, ଖାଲି ପଡ଼ିଛି ଦୋଳି, ଆଉ ମେଳା ବୁଲିବାକୁ ଆସି ହଇରାଣ ହେଉଛନ୍ତି ସାଧାରଣ ଲୋକ। ପ୍ରଶାସନ ଏସବୁ ସମସ୍ୟାକୁ ଗୁରୁତ୍ୱ ଦେଇ ତୁରନ୍ତ ସମାଧାନ କରିବା ଦରକାର। ନଚେତ୍ ଖୁସି ଓ ଉଲ୍ଲାସର ଏହି ମହାନ ମେଳା ଅନେକଙ୍କ ପାଇଁ ନିରାଶାର କାରଣ ପାଲଟିବ। ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବାର ଖୁସି ପୁଣି ପାଲଟିଯିବ କ୍ଷୋଭ ଓ ଅସନ୍ତୋଷରେ। ତେଣୁ ବରଷକେ ଥରେ ବାଲିଯାତ୍ରା ସୁନ୍ଦର ଅନୁଭୂତି ଦେବା ଜରୁରୀ।