ମୁମ୍ବାଇ: ବରିଷ୍ଠ ଅଭିନେତ୍ରୀ ଏବଂ ନାଟ୍ୟ କଳାକାର ନବନିନ୍ଦ୍ରା ବହଲଙ୍କର ମାର୍ଚ୍ଚ ୧୬ ତାରିଖରେ ୭୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ପୁଅ ଏବଂ ଚଳଚ୍ଚିତ୍ର ନିର୍ମାତା କାନୁ ବହଲ ନବନୀନ୍ଦ୍ରାଙ୍କ ଦେହାନ୍ତ ଖବର ଦେଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କୁ ତାଙ୍କର ମାର୍ଗଦର୍ଶକ ବୋଲି କହିଛନ୍ତି।

ପୁଅ ଦେଲେ ଖବରନବନୀନ୍ଦ୍ରା ବହଲଙ୍କ ଏକ ଫଟୋ ସେୟାର କରି କାନୁ ବହଲ ଲେଖିଛନ୍ତି, ‘ମୋର ଶକ୍ତି। ମୋର ବିଶ୍ୱାସ। ମୋର ପ୍ରେମ। ମୋର ମାର୍ଗଦର୍ଶକ। ମୋର ଗୁରୁ। ମୋର ହୃଦୟ। ବିଦାୟ, ମାଆ। ମୋର ଆଖି ସବୁବେଳେ ତୁମର ସେହି ଅତୁଳନୀୟ ହସ, ସେହି ମଧୁର ହସ, ସେହି ପ୍ରେମପୂର୍ଣ୍ଣ ଆଲିଙ୍ଗନ ଏବଂ ସର୍ବଦା ଆଲୋକିତ ହେଉଥିବା ସେହି କୌତୁହଳୀ ଆଖିକୁ ଖୋଜିବ। ମୋ ଆତ୍ମାକୁ ଆଲୋକିତ କରିବା ପାଇଁ ଧନ୍ୟବାଦ।’

 
 
 
 
 
 
 
 
 
 
 
 
 
 
 

A post shared by Kanu Behl (@kanubehl)

 

ନବନୀନ୍ଦ୍ରାଙ୍କ ଅଭିନୀତ ଫିଲ୍ମନାଟ୍ୟ, ସିନେମା ଏବଂ ଟେଲିଭିଜନ ଜଗତର ଜଣେ ସମ୍ମାନିତ ବ୍ୟକ୍ତିତ୍ୱ ନବନୀନ୍ଦ୍ରା ବହଲ । କୁଇନ୍, ଓୟେ ଲକି ! ଲକି ଓୟେ, ମାଚିସ୍, ଦ ପ୍ରାଇଡ୍ ଏବଂ ଦ ଗୁରୁ ଭଳି ଚଳଚ୍ଚିତ୍ରରେ ତାଙ୍କର ଭୂମିକା ପାଇଁ ଜଣାଶୁଣା ଥିଲେ । ସେ ଇଶ୍କବାଜ୍, ଦିଲ୍ ବୋଲେ ଓବେରୟ, ଭିଜି ଏବଂ ସଦା-ଏ-ୱାଦି ଭଳି ଟେଲିଭିଜନ ଶୋ'ରେ ମଧ୍ୟ ଅଭିନୟ କରିଥିଲେ। ନବନୀନ୍ଦ୍ରା ବହଲଙ୍କ ସ୍ୱାମୀ ଅଭିନେତା-ନିର୍ଦ୍ଦେଶକ ଲଳିତ ବହଲ କରୋନା ସଂକ୍ରମଣରେ ୨୦୨୧ରେ ପ୍ରାଣ ହରାଇଥିଲେ ।