ନୂଆଦିଲ୍ଲୀ, ୨୨|୦୭: ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ଅନନ୍ୟ ପ୍ରତିଭା । ଆଇପିଏଲରେ ହାସଲ କରିଛନ୍ତି ଅରେଞ୍ଜ୍ କ୍ୟାପ୍ । ତାଙ୍କ ବ୍ୟାଟିଂ ପାଇଁ ତାଙ୍କୁ ଇଂଲଣ୍ଡ ଏବଂ ଆୟରଲ୍ୟାଣ୍ଡ ଗସ୍ତରେ ସାମିଲ କରାଯାଇଥିଲା । ଆୟରଲ୍ୟାଣ୍ଡ ବିପକ୍ଷରେ ତାଙ୍କୁ ସୁଯୋଗ ମିଳିନଥିଲା । ଇଂଲଣ୍ଡ ବିପକ୍ଷ ଟି୨୦ରେ ସାମିଲ ହୋଇଥିଲେ ବି ସେ ଫେଲ୍ ହୋଇଥିଲେ । ଖେଳିପାରିନଥିଲେ । ବାଉନ୍ସର ହିଁ ତାଙ୍କ ପାଇଁ କାଳ ସାଜିଥିଲା । ଯାହାକୁ ନେଇ ତାଙ୍କୁ ସମାଲୋଚନା ମଧ୍ୟ ଶୁଣିବାକୁ ମିଳିଛି । ହେଲେ ଏସବୁକୁ ନେଇ ଏବେ ମୁହଁ ଖୋଲିଛନ୍ତି ୧୫ ବର୍ଷୀୟ ବୈଭବ ।

ବୈଭବ କହିଛନ୍ତି ଯେ, ଗତ ଚାରି ମାସ ମଧ୍ୟରେ ସେ ଅନେକ ଘାତ ପ୍ରତିଘାତ ଏବଂ ସଫଳତା ଦେଖିଛନ୍ତି । ଅନେକ ଉତ୍ଥାନ ପତନ ଆସିଛି । ଏହା କ୍ରିକେଟର ଏକ ଅଂଶ । ଏହା ଆଗକୁ ମଧ୍ୟ ଜାରି ରହିବ । ସେ ଏହି ପ୍ରୋସେସକୁ ଫଲୋ କରିବେ । ଏହାସହ ଦଳକୁ ଶତ ପ୍ରତିଶତ ଦେବେ ।

Also Read :- ସମୁଦ୍ରରେ ବଳ ଗୋଟାଉଛି ଦୁଇଟି ବାତ୍ୟା : ୧୦୦ କିମି ବେଗରେ ବହିବ ପବନ, ଭସାଇବ ବନ୍ୟା !

ଇଂଲଣ୍ଡରେ ଖରାପ ଫର୍ମକୁ ନେଇ ସେ କହିଛନ୍ତି ଯେ, ଏହା ସାଧାରଣ କଥା । ଏମିତି ଘଟିଥାଏ । ତାଙ୍କୁ କୋଚିଂ ଏବଂ ମାର୍ଗଦର୍ଶନର ଆବଶ୍ୟକତା ରହିଛି । ଯେତେବେଳେ ସେ ଅଭ୍ୟାସ କରୁଥିଲେ କୋଚଙ୍କଠୁ ବହୁତ କିଛି ଶିଖିବାକୁ ପାଇଛନ୍ତି । ଯାହା ତାଙ୍କୁ ଖୁବ୍ ଆନନ୍ଦ ଦେଇଛି । ଏହା ତାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଆଣିଦେଇଛି । ଜିମ୍ବାଓ୍ୱେରେ ସେ ଅନେକ ମ୍ୟାଚ୍ ଖେଳିଛନ୍ତି । ଅଣ୍ଡର-୧୯ ଟିମ୍ ପାଇଁ ବଡ଼ ସ୍କୋର୍ କରିଛନ୍ତି । ୪ ମାସ ତଳେ ସେ ଏଠାରେ ଭଲ ବ୍ୟାଟିଂ କରିଥିଲେ । ଏଠାକାର ଗ୍ରାଉଣ୍ଡକୁ ଭଲ ଭାବେ ବୁଝିଛନ୍ତି । ତେଣୁ ଜିମ୍ୱାଓ୍ୱେ ବିପକ୍ଷ ଟି୨୦ରେ ସେ ଭଲ ଖେଳିବେ ବୋଲି ଆଶା ରହିଛି । ଏବେ ନିରନ୍ତର ପ୍ରାକ୍ଟିସ୍ କରୁଛନ୍ତି । କିପରି ନିଜର ବେଷ୍ଟ୍ ଦେବେ ସେନେଇ ଚିନ୍ତା କରୁଥିବା ବୈଭବ କହିଛନ୍ତି ।

ବୈଭବ ଓ ବାଉନ୍ସର

ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ଦଳରେ ସ୍ଥାନ ପାଇବା ଦିନଠୁ ବୈଭବଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ଆୟର୍ଲାଣ୍ଡରେ ସେ ଖେଳିବାକୁ ସୁଯୋଗ ପାଇ ନଥିଲେ। ହେଲେ ଇଂଲଣ୍ଡରେ ତାଙ୍କୁ ୩ଟି ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିଥିଲା। ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ବୈଭବ। ୩ଟି ମ୍ୟାଚରେ ସେ ଯଥାକ୍ରମେ ୧୪, ୧୩ ଓ ୧୫ ରନ କରିଥିଲେ। ଜୋଫ୍ରା ଆର୍ଚର ତାଙ୍କୁ ବାଉନ୍ସର ଓ ସଟ୍ ପିଚ୍ ବଲ୍ ପକାଇ ଆଉଟ୍ କରିଥିଲେ ।

ଅର୍ନ୍ତଜାତୀୟ କ୍ରିକେଟର ଅସଲ ସ୍ବାଦ ଚାଖୁଥୁବା ବୈଦ୍ଭବ ଇଂଲଣ୍ଡ ବିପକ୍ଷ ଦୁର୍ବଳତାରୁ ବଡ଼ ଶିକ୍ଷା ପାଇଥିବେ । ସମୟ ସାମିତ ଥିଲେ ମଧ୍ୟ ସେ ନିଜ ତ୍ରୁଟି ସୁଧାରିଥିବେ ବୋଲି ଆଶା କରାଯାଇପାରେ। ଅପର ପକ୍ଷରେ ଜିମ୍ବାୱେର ପେସ୍ ବୋଲରମାନେ ଆର୍ଚରଙ୍କ ଭଳି ସଟ୍ ପିଚ୍ ରଣନୀତି ଆପଣେଇ ବୈଭବଙ୍କୁ ବାନ୍ଧି ରଖୁବାକୁ ଚେଷ୍ଟା କରିବେ। ଦଳରେ ତୃତୀୟ ଓପନର ନଥିବାରୁ ବୈଭବ ୩ଟି ଯାକ ମ୍ୟାଚ ଖେଳିବା ନିଶ୍ଚିତ। ବାଦ ପଡ଼ିବାର ଭୟ ନଥିବାରୁ ତାଙ୍କ ମନୋବଳ ସୁଦୃଢ଼ ହେବା ନିଶ୍ଚିତ ।