ନୂଆଦିଲ୍ଲୀ, ୧୯/୦୯: ଆଜି ୨୦ତମ ରୋଜଗାର ମେଳା ଅନୁଷ୍ଠିତ ହେବ। ସରକାରୀ ନିଯୁକ୍ତି ପାଇଥିବା ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତିପତ୍ର ବାଣ୍ଟିବେ। ଦେଶବ୍ୟାପୀ ଏହି ରୋଜଗାର ମେଳା ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ।

ଏହି ଅବସରରେ ଓଡ଼ିଶାର ଦୁଇଟି ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବ। କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସର ସ୍ଥିତ ରେଭେନ୍ସା କନଭେନସନ୍ ସେଣ୍ଟରରେ ଆୟୋଜିତ ଏହି ରୋଜଗାର ମେଳାରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ଯୋଗଦେବେ। ସେହିପରି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଳେଶ ପାଶଓ୍ବାନ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Also Read :- ଆସୁଛି ବାତ୍ୟା ହେଲେ ଓଡ଼ିଶାରେ କାମ କରୁନି ରାଡାର ! କେମିତି କରାଯିବ ମୁକାବିଲା ?

ଭୁବନେଶ୍ଵର କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସରକାରୀ ବିଭାଗରୁ ୧୬୧ ଜଣ ନବନିଯୁକ୍ତ ପ୍ରାର୍ଥୀ ସାମିଲ ହେବେ। ରେଳବାଇ ବିଭାଗରେ ୩୭ ଜଣ,ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ୪୧,ଡାକ ବିଭାଗରେ ୩୦,ଭୁବନେଶ୍ଵର ସିଜିଏସଟିରେ ୨୨,ଆୟକରରେ ୧୦,ଇଏସ୍ଇସି ଓଡ଼ିଶାରେ ୮ଜଣ,ଜଳଶକ୍ତି ମନ୍ତ୍ରଣାଳୟ/କେନ୍ଦ୍ରୀୟ ଭୂଜଳ ବୋର୍ଡରେ ୪ଜଣ,ଆର୍ଥିକ ସେବା ବିଭାଗରେ ୩ଜଣ,ସିଆଇଏସଏଫ୍ ୨ଜଣ,ଶିକ୍ଷା ମନ୍ତ୍ରଣାଳୟରେ ୨ଜଣ,ପ୍ରତିରକ୍ଷା ଲେଖା ବିଭାଗରେ ଜଣେ ଓ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟରେ ଜଣେ ନବନିଯୁକ୍ତ ଯୋଗଦେବେ।

ଏହାପରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିବେ । ସ୍ଥାନୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ମୁଖ୍ୟ ଅତିଥିମାନେ ନବ ନିଯୁକ୍ତମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ।