ନୂଆଦିଲ୍ଲୀ, ୦୬/୦୯ : ଅଧ୍ୟାପକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଏମିତି ସେମିତି କଲେଜ କି ବିଶ୍ୱବିଦ୍ୟାଳୟ ନୁହେଁ । ଜେଏନୟୁର ଜଣେ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି । ୧୦ ଜଣ ଛାତ୍ରୀ ତାଙ୍କ ବିରୋଧରେ ସଙ୍ଗୀନ କଥା କହିଛନ୍ତି । ମାମଲାକୁ ନେଇ ବିଶ୍ୱବିଦ୍ୟାଳୟର ଇଣ୍ଟରନାଲ୍ କମ୍ପ୍ଲେନ୍ କମିଟି ତଦନ୍ତ ଆରମ୍ଭ କରିଛି ।

କୁହାଯାଉଛି ଯେ, ମାସେ ତଳେ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା । ପ୍ରଥମେ ଜଣେ ଛାତ୍ରୀ ମାମଲାକୁ ସାମ୍ନାକୁ ଆଣିଥିଲେ । ଏହାପରେ କିଛି ସିନିଅର ଛାତ୍ରୀ ସମାନ କଥା କହିଥିଲେ । ସେମାନେ ପ୍ରଫେସରଙ୍କଗ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ପ୍ରଫେସରଜଣଙ୍କ ସେମାନଙ୍କୁ ଅଶାଳୀନ ବ୍ୟବହାର କରୁଥିବା ଛାତ୍ରୀମାନେ ଦର୍ଶାଇଥିଲେ ।

Also Read :- ଦେଖିବାକୁ ଅତି ସୁନ୍ଦର, ହେଲେ ଟ୍ରେନରେ କରୁଥିଲେ ଚୋରା ମଦ କାରବାର ! ଧରା ପଡ଼ିବା ପରେ...

ଆହୁରି ମଧ୍ୟ କୁହାଯାଉଛି ଯେ, ପ୍ରଫେସର କିଛି ଛାତ୍ରୀଙ୍କୁ ନିଜ ଘରକୁ ଡାକିଥିଲେ । ଏଠାରେ ସେ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏପରିକି ଶ୍ରେଣୀଗୃହରେ ମଧ୍ୟ ପ୍ରଫେସର ଅନେକ ଅଶାଳୀନ କଥା ଏବଂ ଟିପ୍ପଣୀ ଦେଇଥାନ୍ତି । ତେବେ ଏହି ସବୁ ଅଭିଯୋଗ ନେଇ କୌଣସି ସ୍ପଷ୍ଟତା ଆସିନାହିଁ । ଏବେ ଅନ୍ତରୀଣ କମିଟି ତଦନ୍ତ କରୁଛି ।

ଘଟଣାକୁ ନେଇ ଜେଏନୟୁ ପ୍ରଶାସନ ପକ୍ଷରୁ କୈଣସି ମନ୍ତବ୍ୟ ଦିଆଯାଇ ନାହିଁ । ତଦନ୍ତ କେତେ ଦୂର ଆଗେଇଛି ତାହା ମଧ୍ୟ ଜଣା ପଡି ନାହିଁ । ବିଶ୍ୱବିଦ୍ୟାଳୟ ପକ୍ଷରୁ ବୟାନ ଆସିଲା ପରେ ହିଁ ସମସ୍ତ ଘଟଣା ବାବଦରେ ସ୍ପଷ୍ଟତା ଆସିବ ବୋଲି କୁହାଯାଉଛି ।