ଝାରସୁଗୁଡ଼ା ୨୨।୦୭ : ସପିଂ ମଲ୍‌ରେ ନିଆଁ । ଝାରସୁଗୁଡ଼ା ସହରରେ ଥିବା ଏକ ସପିଂ ମଲ୍‌ରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି । ଖବର ପାଇ ଏକାଧିକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମରେ ଲାଗିଛନ୍ତି ।

ଖବର ଅନୁଯାୟୀ, ବୁଧବାର ସକାଳୁ ସକାଳୁ ଝାରସୁଗୁଡ଼ା ସହରରେ ଥିବା ଏକ ସପିଂ ମଲରେ ନିଆଁ ଲାଗିଥିଲା । ସକାଳୁ ସକାଳୁ ମଲରୁ ନିଆଁ ବାହାରୁଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଉଦ୍ୟମ ଆରମ୍ଭ କରିଥିଲା । ଦୀର୍ଘ ସମୟ ଧରି ଅଗ୍ନିଶମ ବାହିନୀ ନିଆଁ ଲିଭା କାମ ଜାରି ରଖିଛି ।

Also Read:-Ratha Yatra 2026 : ବୁଧବାର ତାଳଧ୍ବଜ ଓ ନନ୍ଦିଘୋଷ ରଥର ହେବ ଦକ୍ଷିଣ ମୋଡ଼, ନୀତି ସରିବା ପରେ ଯାଞ୍ଚ ହେବ ରଥ

ସେପଟେ ମଲ ପାଖରେ ଏକ ସୁନା ଶୋରୁମ୍‌ ରହିଛି । ଯଦି ସୁନା ଶୋରୁମ୍‌କୁ ନିଆଁ ବ୍ୟାପେ । ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ତେଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ନିଆଁ ଲିଭାଇକୁ ଉଦ୍ୟମ କରାଯାଉଛି ।