ଝାରସୁଗୁଡ଼ା: ଜଣେ ନାବାଳିକାର ନକଲି ଇନଷ୍ଟାଗ୍ରାମ ପୋଫାଇଲ ତିଆରି କରି ଅଶ୍ଲୀଳ ଫଟୋ ଓ ଭିଡିଓ ପୋଷ୍ଟ ଅଭିଯାଗରେ ପଞ୍ଜାବରୁ ଦୁଇ ଅଭିଯୁକ୍ତଙ୍କ ଧରିଲା ଝାରସୁଗୁଡ଼ା ପୋଲିସ। ଝାରସୁଗୁଡ଼ା ସାଇବର ପୋଲିସ ପଞ୍ଜାବର ଜଳନ୍ଧରରୁ ଅଭିଯୁକ୍ତ ବିରବଲ ଓରଫ ବିରବଲ କେୱଟ (୨୧) ଓ ପ୍ରେମ କୁମାର ସିଂହ (୪୦)ଙ୍କୁ ଗିରଫ କରିଛି।

ତେବେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଡିଜିଟାଲ ମାଧ୍ୟମରେ ନାଗରିକମାନଙ୍କ ସୁରକ୍ଷା ଓ ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଝାରସୁଗୁଡ଼ା ପୋଲିସ ତତ୍ପର ଥିବା କହିଛନ୍ତି ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର।