ତାଡେପଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆଇର କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ୱାଇଏସ୍ ଜଗନମୋହନ ରେଡ୍ଡୀ ରବିବାର ରାଜ୍ୟରେ ଅବାଧ ଓ ନିରପେକ୍ଷ ପୌର ଏବଂ ପାଳିକା ନିର୍ବାଚନ କରାଇବା ପାଇଁ କେନ୍ଦ୍ରୀୟ ଫୋର୍ସର ମୁତୟନ ଦାବି କରିଛନ୍ତି। ସେ କହିଛନ୍ତି ଯେ ପୌର ଓ ପାଳିକା ନିର୍ବାଚନ ପାଇଁ ୱାଇଏସଆର କଂଗ୍ରେସ ପ୍ରାର୍ଥୀଙ୍କୁ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲରୁ ବଞ୍ଚିତ କରିବା ପାଇଁ ଆତଙ୍କର ପରିବେଶ ସୃଷ୍ଟି କରିଛନ୍ତି। ଏଣୁ ସେ ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି) ହସ୍ତକ୍ଷେପ କରିବା ଓ ପ୍ରାର୍ଥୀପତ୍ର ଦାଖଲ କେନ୍ଦ୍ରକୁ କାଗଜପତ୍ର ଦାଖଲ ପାଇଁ ଆସୁଥିବା ପ୍ରାର୍ଥଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି।

ଜଗନମୋହନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଙ୍କ ନିର୍ଦ୍ଦେଶରେ ଏସଇସିଙ୍କଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ପୁରା ବ୍ୟବସ୍ଥା ନୋମିନେସନ ପ୍ରକ୍ରିୟାରେ ବାଧା ଦେଉଛନ୍ତି। ଏନେଇ ଜଗନମୋହନ ରାଜ୍ୟ ନିର୍ବାଚନ କମିଶନର ଅନିଲ ଚନ୍ଦ୍ର ପୁନେଥାଙ୍କୁ ଦେଖା କରି କହିଛନ୍ତି ଯେ ଯଦି ଲୋକଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଦିଆ ନଯାଏ ତେବେ ତେବେ ନିର୍ବାଚନ ଆୟୋଗ ଓ ତାଙ୍କ ଅଧିକାରୀଙ୍କ ପାରିବା ପଣିଆ ଉପରେ ଆଞ୍ଚ ଆସିବ। ଜଗନମୋହନ କହିଛନ୍ତି ଯେ ‘ଯଦି ନିର୍ବାଚନ ଆୟୋଗ ପ୍ରାର୍ଥୀପତ୍ର ଦାଖଲରେ ବାଧା ଦେବା ଭଳି ଗତିବିଦ୍ଧିରେ ସାମିଲ ହୁଅନ୍ତି ତେବେ ଏହା ଇତିହାସର ଅଭୂତପୂର୍ବ ଘଟଣା ହେବ। ଏଣୁ ଏସଇସିଙ୍କୁ ଏଭଳି ଗତିବିଦ୍ଧିରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିବା କହିଛନ୍ତି’।

ସେ ଏସଇସିଙ୍କୁ ଯେଉଁ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ଅନଲାଇନ ସିଷ୍ଟମ ମାଧ୍ୟମରେ ହେଉ ଅଥବା ଅମରାବତୀ ସ୍ଥିତ ଏସଇସି କାର୍ଯ୍ୟାଳୟର କୌଣସି କେନ୍ଦ୍ରୀୟ ସ୍ଥାନରେ ପ୍ରାର୍ଥୀପତ୍ର ଦାଖଲ କରିବାର ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି। ଯାହା ଦ୍ୱାରା ପ୍ରାର୍ଥୀ ଅବାଧରେ ନିର୍ବାଚନରେ ଅଂଶ ଗ୍ରହଣ କରିବା ଯେପରି ସୁନିଶ୍ଚିତ ହୁଏ। ଜଗନମୋହନ କହିଛନ୍ତି ଯେ ଯଦି ପ୍ରାର୍ଥୀପତ୍ର ଦାଖଲ କରିବା ଏତେ କଷ୍ଟକର ହେଉଛି ତେବେ ନିର୍ବାଚନ କାଳରେ କି ଅବସ୍ଥା ନ ହେବ ତାହା କେବଳ ଅନୁମାନ କରାଯାଇପାରେ। ଏଣୁ ପୌର ନିର୍ବାଚନରେ କେନ୍ଦ୍ରୀୟ ବଳ ମୂତୟନ ଓ ଅର୍ଦ୍ଧସୈନିକ ବଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ବାଚନ କରାଇବା ପାଇଁ ଦାବି କରିଛନ୍ତି।

ଏଥି ପାଇଁ ଜଗନମୋହନ ଏସଇସିଙ୍କୁ ଦିଲ୍ଲୀରେ ସମ୍ପର୍କିତ ଅଧିକାରୀଙ୍କ ସହ ପୁଣି ଥରେ ଆଲୋଚନା କରନ୍ତୁ ଓ ନିର୍ବାଚନରେ ଅର୍ଦ୍ଧ ସୈନିକ ବଳ ମୂତୟନ ପାଇଁ ଚାପ ପକାନ୍ତୁ ବୋଲି କହିଛନ୍ତି । ଯଦି ଆପଣ ଏହା କରିପାରୁ ନାହାନ୍ତି ତେବେ ଏଥି ପାଇଁ ମୁଁ ରାଜ୍ୟପାଳଙ୍କୁ ଭେଟି ଏଥି ପାଇଁ ଅନୁରୋଧ କରିବାକୁ ଓ ଅର୍ଦ୍ଧ ସାମରିକ ବଳ ମୁତୟନର ଆବଶ୍ୟକତା ସମ୍ପର୍କରେ ବୁଝାଇବାକୁ ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି। ଜଗନମୋହନ କହିଛନ୍ତି ଯେ ଯେଉଁଠାରେ ବି ୱାଇଏସଆର କଂଗ୍ରେସର ପ୍ରାର୍ଥୀ ନୋମିନେସନ କରିବାକୁ ଯାଉଛନ୍ତି ସେଠାରେ ପୂର୍ବରୁ ଟିଡିପି ଓ ଜନସେନା ଗୁଣ୍ଡା ରହୁଛନ୍ତି ଓ ସେମାନଙ୍କୁ ଘଉଡାଇବାରେ ପୋଲିସ ଗୁଣ୍ଡାଙ୍କୁ ସହାୟତା କରୁଛି।

ଏତେସବୁ ପରେ ମଧ୍ୟ ଯେଉଁ ପ୍ରାର୍ଥୀ ନୋମିନେସନ କରିବାକୁ ପହଞ୍ଚି ଯାଉଛନ୍ତି ଦ୍ୱାର ପାଖରେ ସେମାନଙ୍କ ପେପର ଚିରି ଦିଆଯାଉଛି ଓ ତାହା ବି ପୋଲିସ ଉପସ୍ଥିତିରେ ବୋଲି ଜଗନମୋହନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଅତ୍ୟାଚାରର ସ୍ତର ଅଭୂତପୂର୍ବ। ୱାଇଏସଆରସିପି ପ୍ରାର୍ଥୀଙ୍କ ନୋମିନେସନ ଫର୍ମ ଛଡାଇ ନିଆଯାଉଛି, ସେମାନଙ୍କ କର୍ମୀଙ୍କ ଉପରେ ଆକ୍ରମଣ ହେଉଛି, ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ହେଉଛି, ଅଗ୍ନିକାଣ୍ଡ ଓ ଡରାଇବା ଧମକାବା କାମ କରାଯାଉଛି।