ନୂଆଦିଲ୍ଲୀ ୨୮।୧୧ : ଇଟାଲୀ ସ୍କୁଲରେ ବୁର୍ଖା ଏବଂ ନକାବ ଉପରେ ବ୍ୟାନ୍ । ଚେହେରା ଢାଙ୍କି ସ୍କୁଲକୁ ଆସିପାରିବେନି ଛାତ୍ରଛାତ୍ରୀ । କେବଲ ମୁହଁ ଦେଖାଯାଉଥିବା ନକାବ ପିନ୍ଧି ସ୍କୁଲକୁ ଆସିପାରିବେ ଛାତ୍ରଛାତ୍ରୀ । ନିୟମ ନମାନିଲେ ୧ ହଜାର ୟୁରୋ ଜରିମାନା । ଇଟାଲୀର ଚାମ୍ଵର ଅଫ ଡେପୁଟିଜ୍ ନଭେମ୍ଵର ୨୬ରେ ଏହି ବିବାଦୀୟ ଏଜୁକେଶନ ଆଇନକୁ ମଞ୍ଜୁରି ଦେଇଛି । ଏହି ବିଲ୍ ସପକ୍ଷରେ ୧୪୨ ଭୋଟ୍ ପଡ଼ିଥିବା ବେଳେ ଏହାର ବିରୋଧରେ ୧୧୨ଟି ଭୋଟ୍ ପଡିଛି ।

ଏହି ଆଇନରେ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ନିୟମ କରାଯାଇଛି। କ୍ଲାସରୁମ୍ ରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଲିମିଟ୍ ୩୦ ପ୍ରତିଶତ କରାଯାଇଛି।ଯେଉଁ ଛାତ୍ରଛାତ୍ରୀ ଇଟାଲିଆନ ଭାଷା ଭଲ ଭାବରେ ବୁଝିପାରିବେ କେବଳ ସେହି ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବ । ଯଦି କୌଣସି ସ୍କୁଲ ଏହି ନିୟମ ପାଳନ କରିପାରିବେନି ତାହେଲେ ସ୍ଵାସ୍ଥ୍ୟ ଅଧିକାରୀ ଉକ୍ତ ଛାତ୍ରଛାତ୍ରୀଙ୍କୁ ପାଖିପାଖି ସ୍କୁଲକୁ ସ୍ଥାନାନ୍ତର କରିବା ବ୍ୟବସ୍ଥା କରିବେ। ଖାଲି ସେତିକି ନୁହେଁ ବିଦେଶୀ ଅଭିଭାବକମାନେ ମଧ୍ୟ ଇଟାଲିଆନ ଭାଷାର କୋର୍ସ କରିବେ । ଏହାଦ୍ଵାରା ପିଲାମାନଙ୍କ ପାଠପଢା ସହଜ ହେବ।

ଏହି ବିଲ୍ ପାସ୍ ହେବା ପରେ ବିରୋଧୀ ଦଳ ଏହାକୁ ଭେଦଭାବ ପୂର୍ଣ୍ଣ କହିଛି। ଇଟାଲୀ ଶିକ୍ଷା ମନ୍ତ୍ରୀ ଏନେଇ କହିଛନ୍ତି ଯେ, 'ଏହି ଆଇନ ପଛର ଉଦ୍ଦେଶ୍ୟ ହେଉଛି ଇଟାଲୀୟ ଭାଷା ଜ୍ଞାନ ଏବଂ ସହଭାଗୀ ମାନଦଣ୍ଡ ପ୍ରତି ସମ୍ମାନ ମାଧ୍ୟମରେ ଏକଜୁଟତାକୁ ପ୍ରୋତ୍ସାହିତ କରିବା । ଏହି ନୂତନ ଶିକ୍ଷା ଆଇନରେ ଡିଜିଟାଲ ପାଠ୍ୟପୁସ୍ତକ,ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସହାୟତା ଏବଂ ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ।