ତେହେରାନ, ୨୦ /୦୩: ମୁହଁ ଖୋଲିଲେ ବେଞ୍ଜାମିନ୍ ନେତାନ୍ୟାହୁ । ଲାଗି ରହିଥିବା ସସପେନ୍ସ ମଧ୍ୟରେ ସାମ୍ନାକୁ ଆସିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଏହାସହ ତେହେରାନକୁ ଦେଲେ ଧମକ୍ । ଯୁଦ୍ଧ ଖୁବ୍ ଶୀଘ୍ର ଶେଷ ହେବ ବୋଲି କହିଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ।

ବେଞ୍ଜାମିନ୍ କହିଛନ୍ତି ଯେ, ସେ ବିଶ୍ୱାସ କରୁଛନ୍ତି ଯେ ଯୁଦ୍ଧ ଖୁବ୍ ଶୀଘ୍ର ସରିବ । ଲୋକେ ଯେତେ ସମୟ ଭାବୁଛନ୍ତି ଯୁଦ୍ଧ ଚାଲିବ ବୋଲି ସେତେ ସମୟ ଲାଗିବ ନାହିଁ । ଯୁଦ୍ଧ ଏବେ ଖୁବ୍ ଶୀଘ୍ର ସରିବା ପ୍ରକ୍ରିୟାରେ ରହିଛି । ଏବେ ଇରାନକୁ ମୋଜତବା ଚଲାଉଛନ୍ତି । ସେ ନିଜ ମୁହଁ ଦେଖାଉ ନାହାଁନ୍ତି । କାରଣ ତାଙ୍କର ନିଜ ଲୋକଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି ।

ଇସ୍ରାଏଲ୍ ଜିତିବ

ନେତାନ୍ୟାହୁ କହିଛନ୍ତି ଯେ, ସେମାନେ ବିଜୟୀ ହେଉଛନ୍ତି । ଇରାନ ହାରିବାକୁ ଯାଉଛି । ଇରାନ ପାଖରେ ବାଲିଷ୍ଟିକ୍ ମିସାଇଲ୍ ତିଆରି କରିବା ପାଇଁ ଆଉ ଶକ୍ତି ନାହିଁ । ଏହାସହ ଇସ୍ରାଏଲ ଆମେରିକାକୁ ଯୁଦ୍ଧକୁ ଟାଣିନାହିଁ । ଯେଉଁ ସବୁ ଅଭିଯୋଗ ହେଉଛି ସବୁ ମିଛ କଥା । ଟ୍ରମ୍ପଙ୍କୁ ଯୁଦ୍ଧ ପାଇଁ ଡାକିଲେ ସେ କଣ ରାଜି ହେବେ କି ବୋଲି ନେତାନ୍ୟାହୁ ପ୍ରଶ୍ନ କରିଛନ୍ତି ।

Also Read :- ଇରାନ ତେଲ ଉପରୁ ହଟିବ କଟକଣା : ନିଜ ସୁବିଧା ପାଇଁ ଟ୍ରମ୍ପ୍ ପ୍ରଶାସନ ନେଇପାରେ ନିଷ୍ପତ୍ତି

ଏକା ଲଢୁଛି ଇସ୍ରାଏଲ

ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେମାନେ ଏକା ମୁକାବିଲା କରୁଛନ୍ତି । ଇରାନର ଗ୍ୟାସ୍ ଫିଲ୍ଡରେ ବୋମା ପକାଇ ଧ୍ୱଂସ କରିଦେଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ୍ ଭବିଷ୍ୟତର ଯୁଦ୍ଧକୁ ନଜରର ରଖି ମିସାଇଲ ଆକ୍ରମଣକୁ କିଛି ସମୟ ସ୍ଥଗିତ ରଖିବାକୁ କହିଛନ୍ତି । ଏହାକୁ ଇସ୍ରାଏଲ ସମ୍ମାନ ଜଣାଉଛି ।

ହର୍ମୋଜକୁ ନେଇ ବଡ କଥା

ନେତାନ୍ୟାହୁ କହିଛନ୍ତି ଯେ. ଇରାନ ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ବନ୍ଦ କରିବାକୁ ଯାଉଛି । କିନ୍ତୁ ଏହା ସଫଳ ହେବ ନାହିଁ । ସାରା ବିଶ୍ୱକୁ ତେହେରାନ ହର୍ମୋଜକୁ ନେଇ ବ୍ଲାକମେଲ୍ କରୁଛି । କିନ୍ତୁ ତେହେରାନର ସବୁ ଚାଲକୁ ଇସ୍ରାଏଲ ବିଫଳ କରିବ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ କହିଛନ୍ତି ।