ନୂଆଦିଲ୍ଲୀ: ମହମ୍ମଦ ଶାମି ଏବେ ପ୍ରଥମ ବଲର ରାଜା। IPLରେ ରେକର୍ଡ। ପ୍ରଥମ ବଲରେ ସଫଳତା ହାସଲ କରିଥିବା ଏକମାତ୍ର ବୋଲର। ଚଳିତ IPLର ପଞ୍ଚମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୪୨ ରନର ଟାର୍ଗେଟ ଦେଇଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ମହମ୍ମଦ ଶାମି ବୋଲିଂ ଆରମ୍ଭ ପୁରା ଦମଦାର ଥିଲା। ଲକ୍ଷ୍ନୌ ପାଇଁ ଡେବ୍ୟୁ କରି ମହମ୍ମଦ ଶାମି ପ୍ରଥମ ବଲରେ ୱିକେଟ୍ ନେଇଥିଲେ। ସେ KL ରାହୁଲଙ୍କୁ ଗୋଲ୍ଡେନ ଡକ୍ ପାଇଁ ଆଉଟ୍ କରିଥିଲେ।

ମହମ୍ମଦ ଶାମି କୌଣସି ମ୍ୟାଚର ପ୍ରଥମ ବଲରେ ୱିକେଟ୍ ନେଇଥିଲେ। IPLରେ ପ୍ରଥମ ବଲରେ ଓ୍ୱିକେଟ୍ ନେବାରେ ଏହା ତାଙ୍କର ପଞ୍ଚମ ଥର। ସେ ପୂର୍ବରୁ ଅନେକ ଥର ଇନିଂସର ପ୍ରାରମ୍ଭିକ ବଲରେ ଜଣେ ବ୍ୟାଟର୍ଙ୍କୁ ଆଉଟ୍ କରିଛନ୍ତି। ସବୁଠୁ ବଡ଼ କଥା ହେଲା ଦ୍ୱିତୀୟ ଥର ପାଇଁ ଶାମି ଇନିଂସର ପ୍ରଥମ ବଲ୍ ରେ KL ରାହୁଲଙ୍କୁ ଆଉଟ୍ କରିଛନ୍ତି।

also read- ଫିଟ୍ ହୋଇଗଲେ ମାହି, ପଡିଆରେ ଜୋରଦାର ଅଭ୍ୟାସ : CSK ସେୟାର କଲା ଭିଡିଓ...ପଞ୍ଜାବ ବିପକ୍ଷରେ ଖେଳିବେ ମୁକାବିଲା !

ମହମ୍ମଦ ଶାମି ଏବେ ଆଇପିଏଲ୍ ଇତିହାସରେ ପ୍ରଥମ ବୋଲର ହୋଇଛନ୍ତି ଯିଏ ଇନିଂସର ପ୍ରଥମ ବଲରେ ପାଞ୍ଚ ୱିକେଟ୍ ନେଇଛନ୍ତି। ଏହି ତାଲିକାରେ ଥିବା ଅନ୍ୟ କୌଣସି ବୋଲର ଏହି ସଫଳତା ତିନି ଥରରୁ ଅଧିକ ଥର ହାସଲ କରିନାହାଁନ୍ତି। ଏହା ସହିତ ଶାମି IPLରେ ୧୧ ଥର ପାଇଁ ଇନିଂସର ପ୍ରଥମ ଓଭରରେ ୱିକେଟ୍ ନେଇଛନ୍ତି ଯାହା ତାଙ୍କ କ୍ୟାରିୟରର ବଡ଼ ସଫଳତା।

IPL ରେ ପ୍ରଥମ ବଲରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର

  • ୫ ୱିକେଟ୍: ମହମ୍ମଦ ଶାମି
  • ୩ ୱିକେଟ୍: ଟ୍ରେଣ୍ଟ ବୋଲ୍ଟ
  • ୫ ୱିକେଟ୍: ଉମେଶ ଯାଦବ
  • ୩ ୱିକେଟ୍: ଲାସିଥ୍ ମାଲିଙ୍ଗା
  • ୩ ୱିକେଟ୍: ଭୁବନେଶ୍ୱର କୁମାର
  • ୩ ୱିକେଟ୍: ପ୍ରବୀଣ କୁମାର
  • ୩ ୱିକେଟ୍: ଅଶୋକ ଡିଣ୍ଡା
  • ୩ ୱିକେଟ୍: ପ୍ୟାଟ୍ କମିନ୍ସ

ତାଙ୍କର ରେକର୍ଡ ଦର୍ଶାଉଛି ଯେ ସେ କିପରି ବଡ଼ ମ୍ୟାଚରେ ପ୍ରତିପକ୍ଷ ଟିମ ଉପରେ ଚାପ ସୃଷ୍ଟି କରନ୍ତି।