IPL: ୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ବିଗତ ୧୯ ବର୍ଷ ମଧ୍ୟରେ ବିଶ୍ଵର ସବୁଠାରୁ ବଡ଼ ଏବଂ ସମୃଦ୍ଧ କ୍ରିକେଟ୍ ଲିଗରେ ପରିଣତ ହୋଇଛି। ଏହି ଲିଗର ଆକର୍ଷଣ ଓ ଆର୍ଥିକ ପ୍ରତିପତ୍ତି ଏତେ ଅଧିକ ଯେ, ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭଳି ଫ୍ରାଞ୍ଚାଇଜ୍ ଉପରେ ଏବେ ୧୫ ରୁ ୧୬ ହଜାର କୋଟି ଟଙ୍କାର ବୋଲି ଲାଗୁଛି। ଦଳଗୁଡ଼ିକ ସହ ଏହି ଟୁର୍ଣ୍ଣାମେଣ୍ଟ ଖେଳାଳିମାନଙ୍କୁ ମଧ୍ୟ କୋଟି କୋଟି ଟଙ୍କାର ମାଲିକ ବନାଇଛି। ଆଇପିଏଲ୍ ଇତିହାସରେ ସର୍ବାଧିକ ରୋଜଗାର କରିବା ମାମଲାରେ କିଙ୍ଗ୍ ବିରାଟ କୋହଲି ସବୁଠୁ ଆଗରେ ରହିଛନ୍ତି। ସେ ଏହି ଲିଗ୍ରୁ ୨୦୦ କୋଟିରୁ ଅଧିକ ଟଙ୍କା ଆୟ କରିସାରିଛନ୍ତି।

କୋହଲି ଶୀର୍ଷରେ, ପଛରେ ପଡ଼ିଲେ ରୋହିତ ଓ ଧୋନି

ବିରାଟ କୋହଲି ଆଇପିଏଲ୍ର ସମସ୍ତ ୧୯ଟି ସିଜନ୍ ଖେଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେ ମୋଟ ୨୩୦ କୋଟି ଟଙ୍କା ରୋଜଗାର କରି ସାରିଛନ୍ତି। ଅନ୍ୟପଟେ, ୨୦୦୮ରୁ ଆଇପିଏଲ୍ର ପ୍ରମୁଖ ଚେହେରା ସାଜିଥିବା ‘ହିଟ୍ମ୍ୟାନ୍’ ରୋହିତ ଶର୍ମା ମଧ୍ୟ ଆୟ ମାମଲାରେ ବିରାଟଙ୍କଠାରୁ ବେଶି ପଛରେ ନାହାନ୍ତି। ରୋହିତ ଏଯାବତ୍ ୨୨୭.୨ କୋଟି ଟଙ୍କା ଆୟ କରି ଦ୍ଵିତୀୟ ସ୍ଥାନରେ ଅଛନ୍ତି।

Also Read: ଭାରତୀୟ ଟେଷ୍ଟ ଦଳର ଉପ-ଅଧିନାୟକ ପଦରୁ କାହିଁକି ବାଦ୍ ପଡ଼ିଲେ ଋଷଭ ପନ୍ତ? ସ୍ପଷ୍ଟ କଲେ ଅଜିତ ଅଗରକର

ସେହିପରି ମହେନ୍ଦ୍ର ସିଂ ଧୋନିଙ୍କୁ ଗତ ଦୁଇଟି ସିଜନ୍ରେ ସିଏସକେ (CSK) ‘ଅନକ୍ୟାପ୍ଡ ଖେଳାଳି’ ତାଲିକାରେ ରଖିଥିବାରୁ ସେ ମାତ୍ର ୪ କୋଟି ଟଙ୍କାର ଦରମା ପାଇଥିଲେ। ଏହା ସତ୍ତ୍ଵେ ମଧ୍ୟ ଆଇପିଏଲ୍ରୁ ତାଙ୍କର ସମୁଦାୟ ଆୟ ୨୦୦ କୋଟି ଟଙ୍କା ଛୁଇଁଛି।

୧୯ ସିଜନରେ ମୋଟ ଆୟ କରିଥିବା ଖେଳାଳି ତାଲିକା

ବିରାଟ କୋହଲି: ୨୩୦ କୋଟି ଟଙ୍କା

ରୋହିତ ଶର୍ମା: ୨୨୭.୨ କୋଟି ଟଙ୍କା

ଏମ୍ଏସ୍ ଧୋନି: ୨୦୦ କୋଟି ଟଙ୍କା

Also Read: ଇଶାନଙ୍କ ଦମଦାର ବ୍ୟାଟିଂ, CSKକୁ ହରାଇ ପ୍ଲେ ଅଫରେ SRH, GT ବି କଲା କ୍ଵାଲିଫାଏ

କୋଲକାତା ନାଇଟ୍ ରାଇଡର୍ସ ସବୁଠୁ ଦାମୀ ଟିମ୍

ଫେନାଟିକ ସ୍ପୋର୍ଟସ ଏବଂ ହୁରୁନ୍ (Hurun) ଦ୍ଵାରା ପ୍ରକାଶିତ ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ବ୍ରାଣ୍ଡ୍ ଭାଲ୍ୟୁ ମାମଲାରେ କୋଲକାତା ନାଇଟ୍ ରାଇଡର୍ସ (KKR) ସବୁଠୁ ଆଗରେ ରହିଛି। କେକେଆରର ମୋଟ ବ୍ରାଣ୍ଡ୍ ମୂଲ୍ୟ ପ୍ରାୟ ୧୯,୨୦୦ କୋଟି ଟଙ୍କା ଆକଳନ କରାଯାଇଛି। ଏହି ଦୌଡ଼ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ସାମାନ୍ୟ ପଛରେ ରହିଛନ୍ତି। ସିଏସକେ ଏବଂ ଏମଆଇର ଆନୁମାନିକ ବ୍ରାଣ୍ଡ ଭାଲ୍ୟୁ ୧୮,୪୦୦ କୋଟି ଟଙ୍କା ରହିଛି।

ରିପୋର୍ଟ ଅନୁସାରେ, ବର୍ତ୍ତମାନ ସମୟରେ ଆଇପିଏଲ୍ର ନିଜସ୍ଵ ବ୍ରାଣ୍ଡ ଭାଲ୍ୟୁ ୮୦ ହଜାର କୋଟିରୁ କମ୍ ଥିବା ବେଳେ, ସମସ୍ତ ଫ୍ରାଞ୍ଚାଇଜ୍ର ମୂଲ୍ୟ ମିଶାଇଲେ ଏହା ପ୍ରାୟ ୧.୬୩ ଲକ୍ଷ କୋଟି ଟଙ୍କା ହେବ। ସୂଚନାଯୋଗ୍ୟ ଯେ, ନିକଟରେ ରାଜସ୍ଥାନ ରୟାଲ୍ସ (RR) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନୂଆ ମାଲିକ ପାଇଛନ୍ତି। ରାଜସ୍ଥାନ ରୟାଲ୍ସକୁ ମିତ୍ତଲ ପରିବାର ଏବଂ ଅଦାର ପୁନାୱାଲା ମିଳିତ ଭାବେ ୧Tracking ୫,୬୬୦ କୋଟି ଟଙ୍କାରେ କିଣିଥିବା ବେଳେ ଆରସିବିର ମାଲିକାନା ସର୍ବାଧିକ ୧୬,୭୦୦ କୋଟି ଟଙ୍କାରେ ବିକ୍ରି ହୋଇଛି।