IPL 2026: ନ୍ୟୁଚଣ୍ଡିଗଡ଼ର ମଲ୍ଲାନପୁର ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସର ଧମାକାଦାର ବିଜୟ। ଏଠାରେ ଖେଳା ଯାଇଥିବା ହାଇସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୬ ଓ୍ଵିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି। ମ୍ୟାଚ୍ ବିଜୟରେ ହିରୋ ସାଜିଛନ୍ତି ଅଧିନାୟକ ଶ୍ରେୟସ ଆୟର। ତୃତୀୟ ବିଜୟ ସହ ପଞ୍ଜାବ ଅଙ୍କ ତାଲିକାରେ ଦ୍ଵିତୀୟ ସ୍ଥାନ ମଜବୁତ କରିଛି। ଅନ୍ୟପଟେ ହାଇଦ୍ରାବାଦ ତୃତୀୟ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଅଭିଷେକ ଶର୍ମାଙ୍କ ୭୪ ରନ ବଳରେ ୬ ଓ୍ଵିକେଟ୍ ହରାଇ ୨୧୯ ରନ କରିଥିଲା। ଜବାବରେ ପଞ୍ଜାବ ଶ୍ରେୟସ ଆୟରଙ୍କ ୬୯ ରନ, ପ୍ରିୟାଂଶ ଆର୍ଯ୍ୟଙ୍କ ୫୭ ରନ ଓ ପ୍ରଭସିମରନ ସିଂଙ୍କ ୫୧ ରନ ବଳରେ ସହଜରେ ମ୍ୟାଚକୁ ୪ ଓ୍ଵିକେଟରେ ଜିତି ନେଇଛି।

୨୨୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବ କିଙ୍ଗସର ପ୍ରିୟାଂଶ ଆର୍ଯ୍ୟ ଏବଂ ପ୍ରଭସିମରନ୍ ସିଂହ SRH ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ପ୍ରିୟାଂଶ ୨୦ ବଲରେ ୫୭ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ପ୍ରଭସିମରନ୍ ୨୫ ବଲରେ୫୧ ରନ କରିଥିଲେ। ଦୁଇ ବ୍ୟାଟର ପାୱାରପ୍ଲେରେ ମିଳିତ ଭାବରେ ୯୩ ରନ ଯୋଡ଼ିଥିଲେ। ପାୱାରପ୍ଲେ ପରେ, ହାଇଦ୍ରାବାଦର ବୋଲର ପ୍ରତ୍ୟାବର୍ତ୍ତନ କରିଥିଲେ।  ପଞ୍ଜାବ ପରବର୍ତ୍ତୀ ଚାରି ଓଭରରେ କେବଳ ୩୧ ରନ କରିପାରିଥିଲା ​​ଏବଂ ଉଭୟ ଓପନର ପାଭିଲିୟନ ଫେରି ସାରିଥିଲେ।

Also Read: ବିରାଟ କୋହଲି ବି ପାଲଟିଲେ ବୈଭବଙ୍କ ପ୍ରଶଂସକ, ମ୍ୟାଚ୍ ପରେ ଦେଲେ ଏହି ସ୍ପେଶାଲ ଗିଫ୍ଟ

ଶ୍ରେୟସ ଆୟର ଖେଳିଲେ ଅଧିନାୟକ ଇନିଂସ

ଏକ ସମୟରେ ପଞ୍ଜାବ କିଙ୍ଗସ ୧୦.୨ ଓଭରରେ ୩ ୱିକେଟ ହରାଇ ୧୨୮ ରନ କରିଥିଲା। ବିଜୟ ପାଇଁ ଦଳକୁ ୫୮ ବଲରେ ୯୨ ରନ ଆବଶ୍ୟକ ଥିଲା। କିନ୍ତୁ ନିୟମିତ ବ୍ୟବଧାନରେ ତିନୋଟି ୱିକେଟ ପଡ଼ିବାରୁ ରନ ଗତି ଧିମେଇ ଯାଇଥିଲା।

ଏପରି ପରିସ୍ଥିତିରେ, ଅଧିନାୟକ ଶ୍ରେୟସ ଆୟର ଦାୟିତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ ୨୪ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଆୟର ୩୩ ବଲରେ ୬୯ ରନ୍ କରି ଅପରାଜିତ ରହି ଦଳକୁ ଜିତାଇଛନ୍ତି। ଅନ୍ୟ ପାର୍ଶ୍ଵରେ  ନେହଲ ୱାଧେରା ୧୪  ରନ୍ ଏବଂ ଶଶାଙ୍କ ସିଂହ ୯ ବଲରେ ୧୬ ରନ୍ କରିଥିଲେ। ଏହା ଚାରିଟି ମ୍ୟାଚରେ ପଞ୍ଜାବ କିଙ୍ଗସର ତୃତୀୟ ବିଜୟ ହାସଲ କରିଛି। ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିଲା।