ରୋହିତ ଶର୍ମା ଭାଙ୍ଗିବେ କୋହଲିଙ୍କ ବଡ଼ ରେକର୍ଡ, ଦରକାର ମାତ୍ର ୫ ରନ

Published By : Prameya-News7 Bureau | April 27, 2024 IST

Mid day

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ୍ ୨୦୨୪ର ୪୩ ତମ ମ୍ୟାଚ୍‌ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଛି। ଆଜିର ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ନିକଟରେ ବିରାଟ କୋହଲିଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ଆଇପିଏଲ୍‌ ୨୦୨୪ରେ ବିରାଟ କୋହଲି ସର୍ବାଧିକ ରନ ହାସଲକାରୀ ବ୍ୟାଟର ତାଲିକାରେ ଶୀର୍ଷରେ ଅଛନ୍ତି। ତାଲିକାରେ ରୋହିତ ଶର୍ମା ୧୨ମ ସ୍ଥାନରେ ଅଛନ୍ତି।

Also read: ଇଡେନ୍‌ ଗାର୍ଡେନ୍‌ରେ ଭାଙ୍ଗିଲା ଅନେକ ରେକର୍ଡ; ଗର୍ଜିଲା ବ୍ୟାଟ୍‌, ଚୌକା-ଛକାର ହେଲା ବର୍ଷା

ବିରାଟ କୋହଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସର୍ବାଧିକ ରନ ହାସଲକାରୀ ବ୍ୟାଟର୍ତି। ସେ ୨୮ଟି ମ୍ୟାଚ୍‌ରେ ୧୦୩୦ ରନ କରିଥିବା ବେଳେ ରୋହିତ ୩୪ଟି ମ୍ୟାଚ୍‌ରେ ୨୦୧୬ ରନ କରିଛନ୍ତି। ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟତୀତ ୩ଟି ସିଜିନ ଡେକାନ ଚାର୍ଜର୍ସ ପକ୍ଷରୁ ଖେଳିଛନ୍ତି। ରୋହିତ ବିରାଟ କୋହଲିଙ୍କୁ ଅତିକ୍ରମ କରିବା ପାଇଁ ମାତ୍ର ୫ ରନ ଦରକାର।

ବିରାଟ ଓ ରୋହିତ ଦିଲ୍ଲୀ ବିପକ୍ଷରେ ଆଇପିଏଲ୍‌ରେ ୧୦୦୦ରୁ ଅଧିକ ରନ କରିଥିବା ବ୍ୟାଟର।ଯଦି ରୋହିତ ଆଜି ୫ ରନ କରନ୍ତି ତେବେ ଦିଲ୍ଲୀ ବିପକ୍ଷରେ ସର୍ବାଧିକ ରନ କରିଥିବା ବିରାଟ କୋହଲିଙ୍କୁ  ଟପିବେ। ରୋହିତ ଡିସି ବିପକ୍ଷରେ ୩୪ଟି ମ୍ୟାଚ୍‌ରେ ୬ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ଚଳିତ ସଂସ୍କରଣରେ ୮ଟି ମ୍ୟାଚ୍‌ରେ ୩୦୩ ରନ କରିଛନ୍ତି। ଜାରି ସିଜିନରେ ସେ ଗୋଟିଏ ଶତକ ମଧ୍ୟ ହାସଲ କରି ସାରିଛନ୍ତି। ଅନ୍ୟପଟ କୋହଲି ୯ ମ୍ୟାଚ୍‌ରେ ୪୩୦ ରନ କରିଛନ୍ତି।

ଦିଲ୍ଲୀ ବିପକ୍ଷରେ ଅଧିକ ରନ କରିଥିବା ବ୍ୟାଟର

ବିରାଟ କୋହଲି- ୧୦୩୦ ରନ

ରୋହିତ ଶର୍ମା- ୧୦୨୬

ଆଜିଙ୍କ୍ୟ ରାହାଣେ- ୮୫୮ ରନ

ରୋବିନ ଉଥପ୍ପା- ୭୪୦ରନ

ଏମଏସ ଧୋନୀ- ୭୦୯ ରନ 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.