ଟି-୨୦ ବିଶ୍ବକପ୍‌ରେ ବିପକ୍ଷ ଟିମ୍‌ ପାଇଁ ଘାତକ ଏହି ଖେଳାଳୀ, ବିସ୍ଫୋରକ ବ୍ୟାଟିଂରେ କରିବେ ଦମଦାର୍‌ ପ୍ରଦର୍ଶନ

Published By : Prameya-News7 Bureau | May 10, 2024 IST

ନୂଆଦିଲ୍ଲୀ ୧୦।୦୫: ଜୁନ୍‌ ୧ରୁ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌ ୨୦୨୪ । ଏଥିପାଇଁ ସବୁ ଟିମ୍‌ ହେଉଛନ୍ତି ପ୍ରସ୍ତୁତ । ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳି ଖେଳୁଛନ୍ତି ଆଇପିଏଲ । ପୁରା ଆଇପିଏଲ୍‌ରେ ଏମାନେ କରୁଛନ୍ତି ଦମ୍‌ଦାର୍‌ ପ୍ରଦର୍ଶନ । ଭାରତର ଏପରି ୩ଜଣ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯେଉଁମାନେ କି ଟି-୨୦ ବିଶ୍ୱକପରେ ବିପକ୍ଷ ଦଳକୁ ଦେବେ ଚେକ୍‌ ।

 ଏମାନେ ହେଉଛନ୍ତି ସଞ୍ଜୁ ସାମସନ, ଶିବମ ଦୁବେ ଏବଂ ବିରାଟ କୋହଲି । ଟି-୨୦ ବିଶ୍ୱକପରେ କରିବେ ବିସ୍ଫୋରକ ବ୍ୟାଟିଂ । ସଞ୍ଜୁ ଆଇପିଏଲ୍ ୨୦୨୪ରେ ୧୧ଟି ମ୍ୟାଚ୍ ଖେଳିଛନ୍ତି । ଏହି ସମୟରେ  ସେ କରିଛନ୍ତି ୪୧୭ ରନ୍‌ର ସ୍କୋର୍‌ । ସେ ୫ଟି ଅର୍ଦ୍ଧଶତକ ଲଗାଇଛନ୍ତି । 

ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେୟର ଶିବମ ଦୁବେ । ବର୍ତ୍ତମାନ ଦମଦାର୍‌ ଫର୍ମରେ ଅଛନ୍ତି। ସେ ୧୧ଟି ମ୍ୟାଚରେ ୩୫୦ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ଶିବମ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି  । ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ପାଇଁ ନିଜର ଯାଦୁ ଚଲାଇପାରନ୍ତି । ଶିବମ୍ ଦୁବେ ମଧ୍ୟ ଫିନିଶର ଭାବେ କରିପାରନ୍ତି ଚମତ୍କାର । 

ବିସ୍ଫୋରକ ବ୍ୟାଟିଂରେ ମାହିର ଅଟନ୍ତି ବିରାଟ କୋହଲି । ଆଇପିଏଲ୍ ୨୦୨୪ରେ ସର୍ବାଧିକ ରନ୍ ସ୍କୋର କରିବାରେ ସେ ଶୀର୍ଷରେ ଅଛନ୍ତି  । କୋହଲି ଆଇପିଏଲ ୨୦୨୪ରେ ୧୨ଟି ମ୍ୟାଚରେ ୬୩୪ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ସେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ଲଗାଇଛନ୍ତ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.