ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ ସାମ୍‌ କୁରାନ୍‌, ଜାଣନ୍ତୁ କାରଣ କ’ଣ ?

Published By : Prameya-News7 Bureau | May 10, 2024 IST

ନୂଆଦିଲ୍ଲୀ ୧୦।୦୫: ଦମ୍‌ଦାର୍‌ ମ୍ୟାଚ୍‌ରେ ଫେଲ୍‌ ମାରିଲା ପଞ୍ଜାବ କିଙ୍ଗସ । ୬୦ ରନ୍‌ରେ ମାତ୍‌ ଦେଲା ଆରସିବି । ପଞ୍ଜାବର ପରାଜୟ ପରେ ଭାଙ୍ଗିପଡିଲେ ସାମକରନ୍ । ଏମିତିକି ଫ୍ୟାନ୍ସଙ୍କୁ ମାଗିଛନ୍ତି କ୍ଷମା । କିନ୍ତୁ ଏହାର କାରଣ କଣ ? ଫର୍ମକୁ ଫେରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ କରିଛି ଧମାଲ୍‌ । ୬୦ ରନ୍‌ରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି ଆରସିବି । ମ୍ୟାଚ୍ ଜିତିବା ପରେ ଆରସିବିର ପ୍ଲେ ଅଫ୍ ଆଶା ଉଦ୍‌ଜୀବିତ ହୋଇଛି । 

ସାମ କୁରାନଙ୍କ ଅଧିନାୟକତ୍ବ ଟିମ୍ ପଞ୍ଜାବକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ପରାଜୟ ପରେ ସାମ କୁରାନ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ଆମେ ଲଗାତର ଶିଖୁଛୁ । ନିଜକୁ ଉନ୍ନତି କରୁଛୁ । ବାସ୍ତବରେ ଏହି  ମ୍ୟାଚ୍‌ରେ ସାମ୍‌ କରନ୍‌ ୨୨ ରନ୍ ସ୍କୋର କରି ଆଉଟ୍‌ ହୋଇଥିଲେ । ଏମିତିକି ବୋଲିଂରେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ମ୍ୟାଚ୍ ପରେ ପଞ୍ଜାବ କିଙ୍ଗ୍ସର ପର୍ଫମାନ୍ସକୁ ନେଇ ପ୍ରତିକ୍ରିୟା ଦେଇଥିଲେ ସାମ୍ କୁରାନ୍ । ସେ କହିଛନ୍ତି ଟୁର୍ନାମେଣ୍ଟ ସମୟରେ ଅନେକ ସକାରାତ୍ମକ ସଙ୍କେତ ମିଳିଥିଲା । କିନ୍ତୁ ଆମେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପ୍ରଦର୍ଶନ କରିପାରିଲୁନି । ଖରାପ ଲାଗୁଛି । ଆମେ ବିରାଟ କୋହଲିଙ୍କ ୱିକେଟ୍ ଶୀଘ୍ର ନେବାକୁ ଚାହୁଁଥିଲୁ । ଆମର ସଠିକ୍ କମ୍ପିନେସନ୍‌ର ବ୍ୟବହାର କରିବାକୁ ଚେଷ୍ଟା କରିଥିଲୁ । କିନ୍ତୁ ଏହା ହୋଇପାରିଲାନି । ଆମେ ଫ୍ୟାନ୍ସଙ୍କୁ ଖୁସି ଦେଇପାରିଲୁନି । ଏଥିପାଇଁ ମୁଁ ଫ୍ୟାନ୍ସଙ୍କୁ କ୍ଷମା ମାଗୁଛି । ଆମେ ଆଗକୁ ମଧ୍ୟ ଲଢିବା ଜାରି ରଖିବୁ । 

ସାମ୍ କୁରାନ୍ ଆରସିବି ବିପକ୍ଷରେ କିଛି ଖାସ୍‌ କରିପାରିନାହାନ୍ତି । ସେ ୩ ଓଭରରେ ୫୦ ରନ୍ ଦେଇ ନେଇଥିଲେ ମାତ୍ର ଗୋଟିଏ ଓ୍ବିକେଟ୍‌ । ସେ ବୋଲିଂରେ ଟିମ୍‌ ପାଇଁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।  ଏହାବ୍ୟତୀତ ବ୍ୟାଟିଂରେ ମଧ୍ୟ କୌଣସି ଖାସ୍‌ ପ୍ରଦର୍ଶନ କରିପାରିନଥିଲେ । ସାମ୍ କୁରାନ୍ ୧୬ଟି ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୨୨ରନ୍ ସ୍କୋର କରିଥିଲେ। ଏହି ସମୟରେ ସେ କେବଳ ୨ଟି ଚୌକା ଲଗାଇଛନ୍ତି । 

ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଆରସିବି ୨୪୧ ରନ୍ ସ୍କୋର କରିଥିଲା। ଏହି ସମୟରେ ବିରାଟ କୋହଲି ୪୭ ବଲରେ ୯୨ରନ୍ ସଂଗ୍ରହ କରିଥିଲେ। ସେ ୭ଟି ଚୌକା ଏବଂ ୬ଟି ଛକା ମାରିଥିଲେ । ସେହିପରି ରଜତ ପାଟିଦାର ୨୩ ବଲରେ ୫୫ ରନ୍ ସଂଗ୍ରହ କରିଥିଲେ । ଏହାର ଜବାବରେ ପଞ୍ଜାବ ଟିମ୍‌ ମାତ୍ର ୧୮୧ ରନ୍ ସ୍କୋର କରିପାରିଥିଲା । ଏଥିପାଇଁ ରିଲେ ରୁସୋ ମାତ୍ର ୨୭ ବଲ୍‌ରେ ଖେଳିଥିଲେ ୬୧ ରନ୍‌ର ପାରି । ଏହାବ୍ୟତୀତ ଶଶାଙ୍କ ସିଂ ୩୭ ରନ୍ ସଂଗ୍ରହ କରିଥିଲେ। ଏହିପରି ଟିମ୍‌କୁ ୬୦ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡିଲା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.