ନୂଆଦିଲ୍ଲୀ: ଆଇଫୋନ୍ ପ୍ରେମୀଙ୍କ ପାଇଁ ବଡ଼ ଖବର। ଆପଲ୍ ଏହାର ସବୁଠାରୁ ଶକ୍ତିଶାଳୀ ଫ୍ଲାଗସିପ୍ ସ୍ମାର୍ଟଫୋନ୍ iPhone 18 Pro Maxକୁ ସେପ୍ଟେମ୍ବର ମାସରେ ଲଞ୍ଚ କରିବାକୁ ଯାଉଛି। ହେଲେ ଏଥର କିନ୍ତୁ ନୂଆ ଆଇଫୋନ୍ ପାଇଁ ଗ୍ରାହକଙ୍କୁ ଆହୁରି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, iPhone 17 Pro Max ତୁଳନାରେ ନୂଆ ମଡେଲର ଦାମ୍ ପ୍ରାୟ ୨୦ ହଜାର ଟଙ୍କାରୁ ୨୮, ୬୦୦ ଟଙ୍କା ମହଙ୍ଗା ହୋଇପାରେ।

ଦାମ କେତେ ହେବ?

ଲିକ୍ ରିପୋର୍ଟ ଅନୁସାରେ, ଭାରତୀୟ ବଜାରରେ iPhone 18 Pro Maxର ପ୍ରାରମ୍ଭିକ ମୂଲ୍ୟ ୧,୭୪,୫୦୦ ଟଙ୍କାରୁ ଆରମ୍ଭ ହୋଇ ଟପ୍ ୨ TB ଭାରିଆଣ୍ଟ ପାଇଁ ୨,୫୪,୫୦୦ ଟଙ୍କା ହୋଇପାରେ। ଯାହା ପୂର୍ବ ମଡେଲ iPhone 17 Pro Maxର ଦାମ୍ (୧, ୪୫, ୯୦୦ରୁ ୨,୨୫,୯୦୦ ଟଙ୍କା) ଠାରୁ ଯଥେଷ୍ଟ ଅଧିକ।

Also Read: ଅଗଷ୍ଟରୁ ମହଙ୍ଗା ହେବ ମାରୁତି ସୁଜୁକି କାର୍: ଗତ ଦୁଇ ମାସରେ ଦୁଇଥର ବଢ଼ିଲାଣି ଦର!

ଏହି ୩ଟି ବଡ଼ ଫିଚର ପାଇଁ ବଢୁଛି ଦାମ:

ତେବେ ଏହି ଦାମ୍ ବୃଦ୍ଧି ପଛରେ ତିନିଟି ମୁଖ୍ୟ କାରଣ ଥିବା କୁହାଯାଉଛି।

ପ୍ରଥମ ଥର ପାଇଁ ୨nmର ଶକ୍ତିଶାଳୀ ଚିପ୍: iPhone 18 Pro Maxରେ TSMCର ସବୁଠାରୁ ଆଡଭାନ୍ସଡ୍ 2nm ଟେକ୍ନୋଲୋଜିରେ ନିର୍ମିତ A20 Pro ପ୍ରୋସେସର ମିଳିବ। ଏହା ଫୋନର ସ୍ପିଡ୍ ବଢ଼ାଇବା ସହ ବ୍ୟାଟେରୀ ଖର୍ଚ୍ଚ କମାଇବ ଏବଂ ଅନ୍- ଡିଭାଇସ୍ 'Apple Intelligence' (AI) କୁ ଆହୁରି ସ୍ପିଡ୍ କରିବ।

DSLR ଭଳି କ୍ୟାମେରା ଟେକ୍ନୋଲୋଜି: ଏଥିରେ Sony IMX905 ସେନ୍ସର ସହିତ Variable Aperture ସପୋର୍ଟ ମିଳିବ। ଏହା ଦ୍ୱାରା ଲାଇଟିଂ ଅନୁସାରେ କ୍ୟାମେରାର ଲେନ୍ସ ଅଟୋମେଟିକ୍ ଆଡଜଷ୍ଟ କରିପାରିବ। ଯାହା ଫଟୋଗ୍ରାଫିକୁ ଆହୁରି ଉନ୍ନତ କରିଥାଏ।

ନୂଆ ରଙ୍ଗ ଓ ପ୍ରିମିୟମ ଲୁକ୍: ଏଥର କସମିକ୍ ଅରେଞ୍ଜ ବଦଳରେ ଏକ ଭିନ୍ନ ଡାର୍କ ଚେରୀ କଲର ଅପ୍ସନ ଆସିପାରେ। ଏହାସହ ଏଥିରେ ଆଲୁମିନିୟମ୍ ପ୍ରିମିୟମ ଫ୍ରେମ୍ ବ୍ୟବହାର କରାଯିବ।