ଭୁବନେଶ୍ୱର: ବାରମ୍ୱାର, ଆମ୍ ବସ୍‌ର ମନମାନି । ଲୋକେ କରୁଛନ୍ତି ଭୟ । ଖାଲି ସାଧାରଣ ଲୋକ ନୁହେଁ ବାଦ୍ ପଡୁନାହାଁନ୍ତି ବଡ଼ ବଡ଼ ଅଧିକାରୀ । କାରଣ AMA ବସ୍ ଟି କୌଣସି ପକ୍ଷପାତିତା କରୁନି । ନା ଦେଖୁଛି ଶ୍ରେଣୀ, ପଦବୀ, ନାଁ ଧର୍ମ, ରଙ୍ଗ । କାହା ପ୍ରତି ଭେଦଭାବ ବି ନାହିଁ । ସମସ୍ତଙ୍କ ଉପରେ କରିଚାଲିଛି ମନମାନି । ଏଥର ଟାର୍ଗେଟରେ ପଡିଛନ୍ତି ଅତିରିକ୍ତ ଡେପୁଟି ପୋଲିସ କମିଶନର କୃଷ୍ଣ ଚନ୍ଦ୍ର ସେଠୀ । ଶୁକ୍ରବାର ସକାଳେ ତାଙ୍କୁ AMA ବସ୍ ଧକ୍କା ଦେବାରୁ ସେ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

​​​​​​​

ସୂଚନା ଥାଉକି, ବରିଷ୍ଠ ଅଧିକାରୀ ତାଙ୍କର ନିୟମିତ ସାଇକେଲିଂ ସେସନ୍ ସମୟରେ ଭୁବନେଶ୍ୱର କ୍ଲବ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବସ୍ ଟି ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଯାହା ଫଳରେ ସେ ଘଟଣାସ୍ଥଳରେ ଆହତ ହୋଇଥିଲେ । ସଂଗେ ସଂଗେ କ୍ୟାପିଟାଲ ପୋଲିସ ଷ୍ଟେସନର ପୋଲିସ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେଠୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ।

Also Read...ବାଇକରେ ଯାଉଥିଲେ ତିନି ଜଣ, ଟ୍ରାକ୍ଟରକୁ ସାମ୍ନା ପଟୁ ଦେଲା ଧକ୍କା, ଚାଲିଗଲା ୨ ଜୀବନ...

ସେପଟେ ଆହତ ଆଡିସିନାଲ ଡିସିପି କୃଷ୍ଣ ଚନ୍ଦ୍ର ସେଠୀଙ୍କୁ ଭେଟିଛନ୍ତି ପୋଲିସ DG । ଆମ ବସ୍ ଦୁର୍ଘଟଣାରେ ଆହାତ କୃଷ୍ଣ ଚନ୍ଦ୍ର ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କୃଷ୍ଣ ଚନ୍ଦ୍ର ଶୁକ୍ରବାର ସକାଳେ ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ତାଙ୍କୁ ଆମ ବସ ଧକ୍କା ଦେଇଥିଲା I ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହସ୍ପିଟାଲ ଡାକ୍ତରଙ୍କୁ ପଚାରି ବୁଝିଛନ୍ତି ପୋଲିସ ଡିଜି ।