ନୂଆଦିଲ୍ଲୀ,୨୫/୦୪ :: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଅଶାନ୍ତି ଏବଂ ଅଶୋଧିତ ତୈଳ ଦରରେ ବୃଦ୍ଧି ଦ୍ୱାରା ଘରୋଇ ଇକ୍ୟୁଟି ବଜାରରେ ଦେଖାଦେଇଛି ହାହାକାର । ଶୁକ୍ରବାର କାରବାର ମଧ୍ୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ ) ସେନସେକ୍ସରେ ୧୨୦୦ ପଏଣ୍ଟରୁ ଊର୍ଦ୍ଧ୍ୱ ହ୍ରାସ ଦେଖାଦେଇଥିଲା ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ନିଫ୍ଟିସୂଚକାଙ୍କ ପାଖାପାଖି ୩୫୦ ପଏଣ୍ଟ ଖସିଯାଇଥିଲା । ତେବେ କାରବାର ଶେଷରେ ସେନସେକ୍ସ ୯୯୯.୭୯ ପଏଣ୍ଟ ଅର୍ଥାତ୍ ୧.୨୯% ସଂକୁଚିତ ହୋଇ ୭,୬୬୪.୨୧ ପଏଣ୍ଟରେ ବନ୍ଦ ହୋଇଛି।

ସେହିପରି ନିଫଟି ୨୭୫.୧୦ ପଏଣ୍ଟ ଅର୍ଥାତ ୧.୧୪% ଖସି ୨୩,୮୯୭.୯୫ ପଏଣ୍ଟରେ ବନ୍ଦ ହୋଇଛି। ପୂର୍ବ କାରବାର ଦିବସରେ ସେନସେକ୍ସରେ ୮୫୨.୪୯ ପଏଣ୍ଟ ଏବଂ ନିଫ୍ଟିରେ ୨୦୫.୦୫ ପଏଣ୍ଟ ହ୍ରାସ ଘଟିଥିଲା। ଏହି ଭଳି ଭାବେ ୩ ଦିନରେ ସେନସେକ୍ସପାଖାପାଖି ୨୬୦୦ ପଏଣ୍ଟ ହ୍ରାସ ଘଟିଛି।

​​​​​​​Also Read :- NHAI ଲାଗୁ କରିବେ ମଲ୍ଟି ଲେନ୍ ଫ୍ରି ଫ୍ଲୋ Tolling, ରାସ୍ତାରେ ରହିବନି ଟୋଲ ପ୍ଲାଜା

ଏହି ହ୍ରାସ ଦ୍ୱାରା ଶୁକ୍ରବାର ବିଏସଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ମୂଲ୍ୟ ୫ ଲକ୍ଷ କୋଟି ଟଙ୍କା ଖସିଯାଇଛି। ସେନସେକ୍ସର ୩୦ ସେୟାର ମଧ୍ୟରୁ ୨୫ଟି ସେୟାର ହ୍ରାସ ସହ ବନ୍ଦ ହୋଇଛି। ଆଇଟି କମ୍ପାନିଗୁଡ଼ିକର ସେୟାରଅଧିକ ହ୍ରାସ ଘଟିଛି। ଇନଫୋସିସରେ ସବୁଠୁ ଅଧିକପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଟିସିଏସ୍,ଟେକ୍ ମହିନ୍ଦ୍ରା,ସନ୍ ଫାର୍ମା,ଏସିଆନ୍ ପେଣ୍ଟ୍,ଆଇସିଆଇସିଆଇ ବ୍ୟାଙ୍କ,ହିନ୍ଦୁସ୍ତାନ ୟୁନିଲିବର,ବିଇଏଲ୍,ଆଇଟିସି ଏବଂ ଭାରତୀ ଏୟାରଟେଲର ସେୟାର ମୂଲ୍ୟରେ ୧ରୁ୫ % ହ୍ରାସ ଘଟିଛି।

ଅନ୍ୟପକ୍ଷରେ,ଟ୍ରେଣ୍ଟ,ବଜାଜ ଫାଇନାନ୍ସ,ଏସବିଆଇ,ଏଚଡିଏଫସି ଏବଂ କୋଟାକ୍ବ୍ୟାଙ୍କର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି। ନିଫଟି ମିଡ୍ କ୍ୟାପରେ.୯୬%ନିଫ୍ଟି ସ୍ମଲ୍ କ୍ୟାପରେ ୦.୮୭% ହ୍ରାସ ଘଟିଛି । ନିଫଟି ଆଇଟିରେ ସବୁଠୁ ଅଧିକ ୫% ହ୍ରାସ ଘଟିଛି। ନିଫଟି ଫାର୍ମା ଏବଂ ନିଫଟି ମିଡିଆରେ ହ୍ରାସ ଘଟିଛି। ନିଫ୍ଟି ମେଟାଲରେ ସବୁଠୁ କମ୍ ହ୍ରାସ ଘଟିଛି । ଏହା ମଧ୍ୟରେ ଅଶୋଧିତ ତୈଳ ଦରରେ ଶୁକ୍ରବାର ପୁନଃ ବୃଦ୍ଧି ଘଟିଛି।