ନୂଆଦିଲ୍ଲୀ: ଜୀବନର ୫୫ ବର୍ଷ ବୟସରେ ପହଞ୍ଚିବା ପରେ ପ୍ରାୟତଃ ଲୋକମାନେ ଅବସର ନେବା ଏବଂ ନିଜର ସଞ୍ଚିତ ଅର୍ଥରେ ଶାନ୍ତିର ଜୀବନ ବିତାଇବାକୁ ସ୍ୱପ୍ନ ଦେଖନ୍ତି। କିନ୍ତୁ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ହରିଶ ଡାବାସିଆଙ୍କ ଜୀବନରେ ଏହାର ସମ୍ପୂର୍ଣ୍ଣ ଓଲଟା ଘଟଣା ଘଟିଛି। ଗୋଟିଏ ବିବାହ ବିଚ୍ଛେଦ ତାଙ୍କ ସାରା ଜୀବନର କଠିନ ପରିଶ୍ରମର ପୁଞ୍ଜି ଓ ସମ୍ପତ୍ତିକୁ ମାଟିରେ ମିଶାଇ ଦେଇଛି। ୫୫ ବର୍ଷ ବୟସରେ ସେ ସମ୍ପୂର୍ଣ୍ଣ ନିଃସ୍ୱ ହୋଇପଡ଼ିଛନ୍ତି। ନିଜର ଏହି ଦୁଃଖଦ ଓ ଭାବବିହ୍ୱଳ କାହାଣୀ ସୋସିଆଲ୍ ମିଡିଆରେ ସେୟାର କରିବା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ଶୂନ୍ୟରୁ ଆରମ୍ଭ କରି ହୋଇଥିଲେ ସଫଳ, କିନ୍ତୁ...

ହରିଶ ଡାବାସିଆ ବ୍ରିଟେନରେ ରହି ନିଜର କଠିନ ପରିଶ୍ରମ ବଳରେ ଏକ ବଡ଼ ବ୍ୟବସାୟୀ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ସେ ନିଜର ବୁଦ୍ଧି ଓ ନିଷ୍ଠା ବଳରେ ପ୍ରଚୁର ସମ୍ପତ୍ତି ଓ ବ୍ୟବସାୟ ଗଢ଼ି ତୋଳିଥିଲେ। କିନ୍ତୁ ବୈବାହିକ ଜୀବନରେ ଫାଟ ସୃଷ୍ଟି ହେବା ପରେ ଯେତେବେଳେ ମାମଲା ଆଇନଗତ ଆଇନଗତ ପରିସରକୁ ଗଲା, ଆଇନଗତ ଲଢ଼େଇ ଏବଂ ସମ୍ପତ୍ତି ଭାଗବଣ୍ଟା ତାଙ୍କୁ ଆର୍ଥିକ ଭାବେ ସମ୍ପୂର୍ଣ୍ଣ ଭାଙ୍ଗି ଦେଲା। ଆଇନଗତ ପ୍ରକ୍ରିୟା, ଓକିଲଙ୍କ ଫି' ଏବଂ କୋର୍ଟଙ୍କ ଆଦେଶ ଅନୁଯାୟୀ ସମ୍ପତ୍ତିର ଏକ ବଡ଼ ଭାଗ ଦେବା ପରେ, ତାଙ୍କ ପାଖରେ ନିଜ ବୋଲି କିଛି ହେଲେ ରହିନଥିଲା।

୫୫ ବର୍ଷ ବୟସରେ ପୁଣି ଶୂନ୍ୟରୁ ଆରମ୍ଭ

ହରିଶଙ୍କ କହିବା ଅନୁଯାୟୀ, ଆଇନଗତ ବିଚ୍ଛେଦ ପ୍ରକ୍ରିୟା ଶେଷ ହେବା ବେଳକୁ ତାଙ୍କ ହାତରେ ଆଉ କିଛି ନଥିଲା। ସେ ଯେଉଁ ବୟସରେ ନିଜ ସଫଳତାକୁ ଉପଭୋଗ କରିବା କଥା, ସେହି ୫୫ ବର୍ଷ ବୟସରେ ସେ ପୁଣିଥରେ ଜୀବନକୁ 'ଜିରୋ'ରୁ ଆରମ୍ଭ କରିବାକୁ ବାଧ୍ୟ ହୋଇଛନ୍ତି।

ହରିଶ ଡାବାସିଆଙ୍କ ବାର୍ତ୍ତା

"ସମ୍ପର୍କ ଭାଙ୍ଗିବା କେବଳ ମାନସିକ ଯନ୍ତ୍ରଣା ଦିଏ ନାହିଁ ବରଂ ଜଣଙ୍କୁ ସମ୍ପୂର୍ଣ୍ଣ ନିଃସ୍ୱ ମଧ୍ୟ କରିଦେଇପାରେ। ବିବାହ ବିଚ୍ଛେଦ ସମୟରେ ଆଇନଗତ ଜଟିଳତା ଓ ଆର୍ଥିକ କ୍ଷତି ଜଣଙ୍କର ସାରା ଜୀବନର ରୋଜଗାରକୁ ଗୋଟିଏ ଝଟକାରେ ନଷ୍ଟ କରିଦିଏ। ସେ ଅନ୍ୟମାନଙ୍କୁ ସଚେତନ କରି କହିଛନ୍ତି ଯେ, ବୈବାହିକ ଜୀବନରେ ସମ୍ପର୍କ ଯେତେ ଗୁରୁତ୍ୱପୂର୍ଣ୍ଣ, ଆଇନଗତ ଓ ଆର୍ଥିକ ଦିଗଗୁଡ଼ିକ ପ୍ରତି ସଚେତନ ରହିବା ମଧ୍ୟ ସେତିକି ଜରୁରୀ। ତାଙ୍କର ଏହି ଭାବବିହ୍ୱଳ କାହାଣୀ ଏବେ ନେଟିଜେନ୍ସଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।