LIVE TV

୧୮ ବର୍ଷ ବୟସରେ ପାରା ବିଶ୍ୱ ତୀରନ୍ଦାଜୀ ଚାମ୍ପିଅନ ହେଲେ ଦିବ୍ୟାଙ୍ଗ ଶୀତଲ ଦେବୀ , ବିଶ୍ୱର ନମ୍ୱର ୱାନଙ୍କୁ ହରାଇ ଜିତିଲେ ସ୍ୱର୍ଣ୍ଣ

NEWS7
Sheetal Devi

ନୂଆଦିଲ୍ଲୀ : ୧୮ ବର୍ଷୀୟା ଭାରତୀୟ ଦିବ୍ୟାଙ୍ଗ ତୀରନ୍ଦାଜ ଶୀତଲ ଦେବୀଙ୍କ କମାଲ। ଶନିବାର ତୁର୍କୀରେ ବିଶ୍ୱର ନମ୍ୱର ୱାନ ଓଜନୁର କ୍ୟୁର ଗୁର୍ଡିଙ୍କୁ ୧୪୬-୧୪୩ରେ ହରାଇ ପାରା ବିଶ୍ୱ ତୀରନ୍ଦାଜୀ ଚାମ୍ପିଆନସିପ୍‌ରେ , ମହିଳାଙ୍କ କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ରଚିଲେ ଇତିହାସ। ପ୍ରତିଯୋଗୀତାରେ ଏକ ମାତ୍ର ଦିବ୍ୟାଙ୍ଗ ତୀରନ୍ଦାଜ ଶୀତଲ ନିଜର ଗୋଡ଼ ( ଲେଗ୍‌) ଓ ଓଠ (ଚିନ୍‌) ବ୍ୟବହାର କରନ୍ତି ଏବଂ ଏହା ଚାମ୍ପିଅନସିପ୍‌ରେ ତାଙ୍କର ୩ୟ ପଦକ।

ଏହା ପୂର୍ବରୁ ସେ ତୋମନ କୁମାରଙ୍କ ସହ ମିଶି କମ୍ପାଉଣ୍ଡ ଇଭେଣ୍ଟରେ ଗ୍ରେଟ୍‌ ବ୍ରିଟେନର ଯୋଡ଼ି ଗ୍ରିନହ୍ୟାମ୍‌ ଓ ନାଥନ ମାକକ୍ୱିନଙ୍କୁ ୧୫୨-୧୪୯ରେ ହରାଇ ମିଶ୍ରିତ ଟିମ୍‌ ଇଭେଣ୍ଟରେ କାଂସ୍ୟ ପଦକ ଜିତି ଥିଲେ। କମ୍ପାଉଣ୍ଡ ମହିଳା ଓପେନ ଟିମ୍‌ ଇଭେଣ୍ଟରେ, ଶୀତଲ ଓ ସରିତା ଫାଇନାଲରେ ତୁର୍କୀ ଠାରୁ ହାରିବା ପରେ ରୌପ୍ୟ ପଦକ ଜିତି ଥିଲେ। ବ୍ୟକ୍ତିଗତ ଭାବେ ଫାଇନାଲରେ ଶୀତଲ ଲଗାତାର ଭଲ ପ୍ରଦର୍ଶନ କରିଥିଲେ ଏବଂ ସଂଯମତାର ସହ ଲକ୍ଷ୍ୟ ଭେଦ କରିଥିଲେ। ପ୍ରଥମ ରାଉଣ୍ଡ ୨୯-୨୯ରେ ବରାବର ଥିଲା। କିନ୍ତୁ ଶୀତଲ ଦ୍ୱିତୀୟ ରାଉଣ୍ଡରେ ତିନି ୧୦-୧୦ ସଟ୍ ଲଗାତାର ମାରି ପ୍ରାରମ୍ଭିକ ଅଗ୍ରଣୀ ହାସଲ କରିଥିଲେ ଏବଂ ୩୦-୨୭ରେ ବିଜୟୀ ହୋଇଥିଲେ।

ତୃତୀୟ ରାଉଣ୍ଡ ମଧ୍ୟ ୨୯-୨୯ରେ ସମାନ ଥିଲା। ଶୀତଲଙ୍କ ଏକମାତ୍ର ଛୋଟିଆ ଭୁଲ୍‌ ଚତୁର୍ଥ ରାଉଣ୍ଡରେ ଆସିଥିଲା, ଯେଉଁଠାରେ ସେ ୨୮ ପଏଣ୍ଟ ସ୍କୋର କରିଥିଲେ ଏବଂ ଗିର୍ଡି ଗୋଟିଏ ପଏଣ୍ଟରେ ବିଜୟ ହାସଲ କରିଥିଲେ, ତଥାପି ମଧ୍ୟ ଶୀତଲ। ୧୧୬-୧୧୪ ରେ ଦୁଇ ପଏଣ୍ଟରେ ଆଗୁଆ ଥିଲେ। ତା'ପରେ ସେ ତିନୋଟି ସଂପୂର୍ଣ୍ଣ ଟାର୍ଗେଟ୍‌ ସହ ୩୦ ପଏଣ୍ଟ ସ୍କୋର କରି ଏକ ତ୍ରୁଟିହୀନ ଅନ୍ତିମ ରାଉଣ୍ଡ ସହ ତାଙ୍କର ପ୍ରଥମ ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲେ।

ଏହା ପୂର୍ବରୁ ସେମିଫାଇନାଲରେ, ଜମ୍ମୁ ଓ କାଶ୍ମୀରର ଏହି ତୀରନ୍ଦାଜ ଗ୍ରେଟ୍ ବ୍ରିଟେନର ଜୋଡି ଗ୍ରୀନହମଙ୍କୁ ୧୪୫-୧୪୦ରେ ଫାଇନାଲରେ ପହଞ୍ଚି ଥିଲେ। ଏହି ଟାଇଟଲ୍‌ ମ୍ୟାଚ୍ ୨୦୨୩ ପିଲସେନ୍ ବିଶ୍ଵ ଚାମ୍ପିଅନସିପର ପୁନରାବୃତ୍ତି ଥିଲା, ଯେଉଁଥିରେ ଗିର୍ଡି ଶୀତଲଙ୍କୁ ୧୪୦-୧୩୮ରେ ପରାସ୍ତ କରିଥିଲେ।

କମ୍ପାଉଣ୍ଡ ମହିଳା ଓପନ୍‌ ଟିମ୍‌ ଇଭେଣ୍ଟରେ, ଶୀତଲ ସରିତାଙ୍କୁ ଫାଇନାଲରେ ତୁର୍କୀ ଠାରୁ ପରାସ୍ତ ହେବା ପରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡି ଥିଲା। ଭାରତୀୟ ଯୋଡ଼ି ସୁନ୍ଦର ଆରମ୍ଭ କରି ଥିଲେ ଏବଂ ପ୍ରଥମ ରାଉଣ୍ଡରେ ତୁର୍କୀ ଯୋଡ଼ି ଗିର୍ଡି ଓ ବୁର୍ସା ଫାତମା ଉନଙ୍କ ଉପରେ ୩୮-୨୭ରେ ଅଗ୍ରଣୀ ହୋଇ ଥିଲେ। ଭାରତୀୟ ଯୋଡ଼ି ନିଜର ପ୍ରଥମ ଚାରିଟି ତୀର ସ ତିନିଥର ୧୦ ପଏଣ୍ଟ ସ୍କୋର କରି ଥିଲେ, ଯେତେବେଳେ କି ତୁର୍କୀ ଯୋଡ଼ି କେବଳ ଥରେ ୧୦ ପଏଣ୍ଟ ସ୍କୋର କରିବାରେ ସଫଳ ହୋଇଥିଲେ।