ରାଉରକେଲା ୩୧/୧୦: ମା' ତୋ ମମତା ମହାନ । ମା ତୋତେ ହୃଦୟରୁ ସଲାମ୍ । ତୁ ସର୍ବଂସାହା, ତୁ ସ୍ୱର୍ଗଠୁ ବଳି । ତୋ ତ୍ୟାଗ ଆଗରେ ସବୁକିଛି ତୁଛ । ପିଲା ପାଇଁ ତୋ କର୍ତ୍ତବ୍ୟ  ଆଗରେ ହାର ମାନିଯାଏ ବହୁ ମୂଲ୍ୟ । ହାତରେ ନବଜାତ, ଆଖିଆଗରେ ସୁରକ୍ଷା ପ୍ରହରା । ତଥାପି ଭୀରୁ ଭଳି ଭାବେ ଛିଡାହେଇଥିଲେ ।

ଗୋଟିଏ ଜୀବନ, ଦୁଇଟି କର୍ମ । ଆଜ୍ଞ ହଁ ଗୋଟିଏ ପଟେ କର୍ତ୍ତବ୍ୟ, ଓ ଅନ୍ୟପଟେ ପିଲା ପାଇଁ ବାତ୍ସଲ୍ୟ ମମତା । ଦୁଇଟି କର୍ତ୍ତବ୍ୟକୁ ଖୁବ ନିଖୁଣ ଭାବରେ ତୁଲାଇଥିଲେ । ଏ ଦୃଶ୍ୟ ଦେଖିଲେ ଯେ କେହି ବି ମାରିବ ସାଲ୍ୟୁଟ୍ । ଭିଡିଓଟି ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଏହା କୌଣସି ସିନେମାର ଦୃଶ୍ୟ ନୁହେଁ । ବରଂ ସତସତିକା ଦୃଶ୍ୟ । ରାଉରକେଲାର କର୍ତ୍ତବ୍ୟରତ ମହିଳା ହୋମଗାର୍ଡ଼ଙ୍କୁ ସାଲ୍ୟୁଟ୍‌ ମାରୁଛି ଆଜି ସାରା ରାଜ୍ୟ । କର୍ତ୍ତବ୍ୟ କରିବାକୁ ଯାଇ ବର୍ଷକର ଛୁଆକୁ ସାଙ୍ଗରେ ଆଣିଥିଲେ ସେ ।

 

ନାଁ ତାଙ୍କର ଆଶା ଟିଗା । ରାଉରକେଲା ପୋଲିସର ହୋମର୍ଗାଡ଼ । ସାରା ରାଜ୍ୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷୀକ ପାଳନ ହେଉଥିଲା । ଏହି ଅବସରରେ ରାଉରକେଲାରେ ବି ପାଳନ ହେଉଥିଲା ରାଷ୍ଟ୍ରୀୟ ଏକତା ଦିବସ । ରାଉରକେଲା ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ରନ ଫର ୟୁନିଟି, ଅର୍ଥାତ ମାରାଥନ କାର୍ଯ୍ୟକ୍ରମ । ଡ଼ିଏଭି ଛକରୁ ସେକ୍ଟର-୭/୧୭ ଛକ ପର୍ଯ୍ୟନ୍ତ ଥିଲା ମାରାଥନ । ସେହି କାର୍ଯ୍ୟକ୍ରମରେ ମହିଳା ହୋମଗାର୍ଡ଼ ଆଶା ଟିଗାଙ୍କର ପଡିଥିଲା ଡ୍ୟୁଟି ।

ଯେହେତୁ ପିଲାଟି ଅତି ଛୋଟ । ତେଣୁ ଘରେ ଏକୁଟିଆ ଛାଡିବା ନଥିଲା ସମ୍ଭବ । ବାଧ୍ୟ ହୋଇ ସାଙ୍ଗରେ ଧରି ଆସିଥିଲା ଆଶା । ଖାଲି ଆଣିଥିଲେ ବ୍ୟାଗରେ ପିଲାକୁ କାନ୍ଧରେ ବୋହି ଛୁଆକୁ କୋଳରେ ଧରି ସମ୍ପାଦାନ କରିଥିଲେ ଡ୍ୟୁଟି । ରାଉରକେଲା ଏୟାର ପୋର୍ଟ ଛକରେ ପିଲାକୁ ଧରି  ନିୟନ୍ତ୍ରଣ କରୁଥିଲେ ଟ୍ରାଫିକ । ଆଉ ଆଶାଙ୍କର ଏହି କାର୍ଯ୍ୟ ସମସ୍ତଙ୍କ ପାଇଁ ପାଲଟିଛି ଉଦାହରଣ ।