ଦୁବାଇ: ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି ମହିଳା ଟି-୨୦ ଏସିଆକପ ଫାଇନାଲ ମ୍ୟାଚ୍। ଫାଇନାଲ ଟକ୍କର ହୋଇଛି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ। ରବିବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତୀୟ କ୍ୟାପ୍ଟେନ୍ ହରମନପ୍ରୀତ କୌର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଲକ୍ଷ ଥିଲା ପ୍ରଥମେ ବ୍ୟାଟିଂ କରି ଏକ ବଡ଼ ସ୍କୋର କରିବା ଓ ବିପକ୍ଷ ଦଳ ଉପରେ ଏକ ଚାପ ସୃଷ୍ଟି କରିବା। ଏହି ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ବିସ୍ଫୋରକ ଇନିଂସ ଖେଳିଥଲା। ଶେଫାଳୀ ବର୍ମାଙ୍କ ଦମଦାର ୬୮ ରନ ଓ ସ୍ମୃତି ମନ୍ଧାନାଙ୍କ ୫୯ ରନ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୮୩ ରନ୍ କରିପାରିଛି। ଶ୍ରୀଲଙ୍କାକୁ ଫାଇନାଲ ଟାଇଟଲ ହାଇତେବାକୁ ହେଲେ ୧୮୪ ରନର ଟାର୍ଗେଟ୍ ହାସଲ କରିବାକୁ ପଡ଼ିବ।

ଟିମ୍ ଇଣ୍ଡିଆର ଦୁଇ ଓପନର ଧୁରନ୍ଧର ସ୍ମୃତି ମନ୍ଧାନା ଓ ସେଫାଳୀ ବର୍ମା ଛକ୍କା ଚୌକା ବର୍ଷା କରି ଦଳର ସ୍କୋରକୁ ଦ୍ରୁତ ଗତିରେ ଆଗକୁ ବଢ଼ାଥିଲେ। ଫାଇନାଲ ମ୍ୟାଚ୍‌ରେ ଦୁଇ ବ୍ୟାଟରଙ୍କ ମଧ୍ୟରେ ଏକ ବଡ଼ ସଫଳ ପାର୍ଟନର୍ସିପ ଦେଖିବାକୁ ମିଳିଥିଲା। ୧୨.୪ ଓଭର ପର୍ଯ୍ୟନ୍ତ ଭାରତ ବିନା କୌଣସି ୱିକେଟ ହରାଇ ଧୁଆଁଧାର ବ୍ୟାଟିଂ ଜାରି ରଖିଥିଲା। ପ୍ରଥମ ୱିକେଟ୍ ପାଇଁ ଏହି ସେଫାଶୀ ଓ ସ୍ମୃତିଙ୍କକ ଯୋଡ଼ି ୧୨୯ ରନ୍ ଯୋଡ଼ିବା ସହିତ ଏକ ମଜଭୁତ ଆରମ୍ଭ ଦେଇଥିଲେ। ଲାଗୁଥିଲା ଭାରତ ଯୋଜନାମୁତାବକ ଆରାମରେ ୨୦୦ ରନ୍ ବିଶାଳ ଲକ୍ଷ୍ୟ ହାସଲ କରି ନେବ। କିନ୍ତୁ ଏହି ଯୋଡ଼ି ଭାଙ୍ଗିବା ପରେ ରନ୍ ଗତି ହ୍ରାସ ପାଇଥିଲା। ପ୍ରଥମେ ଶେଫାଳୀ ବର୍ମା ଆଉଟ ହେବା ପରେ ହରମନପ୍ରୀତ କୌର, ଦୀପ୍ତି ଶର୍ମା ,ରିଚା ଘୋଷଙ୍କ ପରି ବ୍ୟାଟର ଥିଲେ ମଧ୍ୟ ଟିମ୍ ୨୦୦ ଟାର୍ଗେଟ୍ ପୂରା କରିପାରି ନଥିଲା। 

ସ୍ମୃତି ମନ୍ଧାନା ଏବଂ ଶେଫାଳୀ ଭର୍ମା ଯୋଡ଼ି ପାୱାରପ୍ଲେରେ ୫୭ ରନ୍ ସଂଗ୍ରହ କରିଥିଲେ। ପଞ୍ଚମ ଓଭର ବୋଲିଂ କରିବାକୁ ଆସିଥିବା ଚାମାରି ଆଟାପାଟ୍ଟୁଙ୍କୁ ଶେଫାଳୀ ବର୍ମା ୨ ଛକା ଓ ଗୋଟିଏ ଚୌକା ମାରିଥିଲେ। ଏହି ଶଟ୍ ବଳରେ ଶେଫାଳୀ ତାଙ୍କ ଟି -୨୦ ଇଣ୍ଟରନ୍ୟାସନାଲରେ ୪୦୦ ରନ ପୂରଣ କରିଥିଲେ।

ଦୁଇ ବ୍ୟାଟର ମିଶି ୧୨.୪ ଓଭର ପର୍ଯ୍ୟନ୍ତ ଦଳୀୟ ସ୍କୋରକୁ ୧୨୯ ରନ୍ ପର୍ଯ୍ୟନ୍ତ ନେଇଯାଇଥିଲେ। ଏହାପରେ ଓଭର ପଞ୍ଚମ ବଲ୍ରେ ଶେଫାଳୀଙ୍କୁ ଆଉଟ କରିଥିଲେ ଶ୍ରୀଲଙ୍କାର ଚାମୁଡ଼ି ପ୍ରବୋଦା। ଶେଫାଳୀ ତାଙ୍କ ଇନିଂସରେ ୩୯ ବଲ୍ ଖେଳି ୬୮ ରନ୍ କରିଥିଲେ। ଯେଉଁଥିରେ ୨ଟି ଛକ୍କା ଓ ୯ଟି ଚୌକା ସେ ମାରିଛନ୍ତି। ତେବେ ପରବର୍ତ୍ତି ଓଭରେ ସ୍ମୃତି ମନ୍ଧାନା ରନ୍ ଆଉଟ ହୋଇଥିଲେ। ସ୍ମୃତି ୩୯ ରନ୍ କରି ୫୯ ରନ୍ କରିଥିବା ବେଳେ ୩ଟି ଛକ୍କା ଓ ୫ଟି ଚୌକା ମାରିଥିଲେ।

ଏହି ସମୟରେ ଭାରତ ୧୩.୪ ଓଭର ଖେଳି ଦୁଇ ୱିକେଟ୍ ହରାଇ ୧୩୨ ରନ୍ କରିଥିଲା। ଲାଗୁଥିଲା ଭାରତ ୨୦୦ ରନ୍ ଏକ ବିଶାଳ ସ୍କୋର ଛିଡ଼ା କରିବ। ହେଲେ ବାକି ୩୮ ବଲ୍ରେ ମାତ୍ର ୫୧ ରନ୍ ହିଁ କରିପାରିଥିଲା ଦଳ। ହରମନପ୍ରୀତ କୌର ୧୪ ବଲ୍ ରୁ ୧୪ ରନ୍, ରିଚା ଘୋଷ ୧୩ ବଲ୍ ରୁ ୧୭ ରନ୍ ଏବଂ ଦୀପ୍ତି ଶର୍ମା ୭ ବଲ୍ ରୁ ୫ ରନ୍ କରିଥିଲେ। କମଲିନୀ ୫ ବଲ୍ ରୁ ୧୫ ରନ୍ ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ, ଯେଉଁଥିରେ ୧ ଛକା ଏବଂ ୧ ଚୌକା ଥିଲା। ଫଳରେ ଭାରତ ୨୦ ଓଭର ଖେଳି ୧୮୩ ରନ୍ ହିଁ କରିପାରିଥିଲା। ଶ୍ରୀଲଙ୍କା ପାଇଁ ମିତାଲି ଅଯୋଧ୍ୟା, ଚାମାରି ଅଟପାଟ୍ଟୁ ଏବଂ ଚାମୁଡି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।