India to Ban Chinese CCTV cameras: ବିଦେଶୀ ଟେକ୍ନୋଲୋଜୀ ଉପରେ ନିର୍ଭରଶୀଳ ହେବା ଅର୍ଥ ନିଜ ଦେଶର ସବୁ ଗୋପନ ତଥ୍ୟ ପଦାରେ ପକାଇବା। କାରଣକ୍ଷମତାଶୀଳ ଦେଶଗୁଡ଼ିକ ନିଜ ଟେକ୍ନୋଲୋଜୀ ଅନ୍ୟ ଦେଶକୁ ବିକ୍ରି କରି ମୋଟା କମେଇ ତ କରନ୍ତି, ତାହା ସହ ଚୋରେଇ ନିଅନ୍ତି ସବୁ ଗୁରୁତ୍ୱପୂର୍ଣ୍ଣ ଡାଟା। ଆଉ ଆଜିକାଲି ଯୁଗରେ ଡାଟାର ଗୁରୁତ୍ୱ ଯେ କେତେ ତାହା ଆପଣମାନେ ଭଲ ଭାବରେ ବୁଝିପାରୁଥିବେ। ଏଥିପାଇଁ ଆଗକୁ ଗୋଳାବାରୁଦରେ ନୁହେଁ, ବରଂ ଡାଟାଯୁଦ୍ଧ ଲାଗିବ। ଯାହା ପାଖରେ ଯେତେ ତଥ୍ୟ ସେହେବ ସେତେ ଶକ୍ତିଶାଳୀ। ତେଣୁ ଭାରତ ବେଳହୁଁ ସାବଧାନ ନହେଲେ, ଫସିଯିବାଟା ଥୟ। ଆଉ ଏଥିପାଇଁ ଏହି ସିସିଟିଭି ଷ୍ଟ୍ରାଇକ୍।

ଭାରତର ବଡ଼ ଛକ ବଜାର, ସରକାରୀ କାର୍ଯ୍ୟାଳୟଓ ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡିକ ଉପରେ ନଜର ରଖିଛି ଚୀନର ଚୋରା ଚକ୍ଷୁ। ମାନେ ଚୀନର ନନ ସାର୍ଟିଫାଏଡ୍ ଇଣ୍ଟରନେଟ କନେକ୍ଟେଡ୍ ସିସିଟିଭି କ୍ୟାମେରା।ଭାରତ ସରକାରଙ୍କୁ ଘାରିଛି ତଥ୍ୟ ଚୋରାଇ ନେବାର ଭୟ।ଆଉ ଏଇଥିପାଇଁ ସାରା ଦେଶରେ ଏବେ ଚୀନ କ୍ୟାମେରାଉପରେ ଚଢ଼ାଉ। ଏପ୍ରିଲ ପହିଲାରୁ ଦେଶରେ ବ୍ୟାନ୍ ହୋଇଛି ଚୀନର ନନ ସାର୍ଟିଫାଏଡ୍ ଇଣ୍ଟରନେଟ କନେକ୍ଟେଡ୍ ସିସିଟିଭି କ୍ୟାମେରାଏ ସମ୍ପର୍କିତ ହାର୍ଡୱାୟର ବି ଦେଶରେ ବିକ୍ରି ହୋଇପାରିବ ନାହିଁ।

Also Read- ଭାରତର ଜାହାଜକୁ ଛାଡ଼ି ଦେଉଛି ଇରାନ, ଆସିଲାଣି ୮ ଜାହାଜ; ନୂଆଦିଲ୍ଲୀକୁ ସ୍ପେଶାଲ୍ ମେସେଜ୍ ଦେଲା ତେହେରାନ

ଭାରତରେ ଏପ୍ରିଲ ୧ ତାରିଖରେ ନୂଆ ଷ୍ଟାଣ୍ଡାର୍ଡାଇଜେସନ ଟେଷ୍ଟିଂଙ୍ଗ ଆଣ୍ଡ କ୍ୱାଲିଟି ସାର୍ଟିଫିକେଟ୍ (STCQ) ନିୟମାବଳୀ କାର୍ଯ୍ୟକାରୀ କରିଛନ୍ତି ଭାରତ ସରକାର। ଏଣିକି ଭାରତରେ CCTV କ୍ୟାମେରା ବିକ୍ରି କରିବା ହେଲେ ପୂର୍ବରୁ ସରକାରୀ ଅନୁମୋଦନ ନେବା ବାଧ୍ୟତାମୂଳକ ହୋଇଛି। ଏହି ନିୟମାବଳୀ CCTV କ୍ୟାମେରା ଏବଂ ଭିଡିଓ ନିରୀକ୍ଷଣ ଉତ୍ପାଦ ବିକ୍ରି କରୁଥିବା ସମସ୍ତ କମ୍ପାନୀ ପାଇଁ ପ୍ରଯୁଜ୍ୟ ହୋଇଛି। ଆଉ ଏହି ଆଇନ ଅଧିୀନରେରାଷ୍ଟ୍ରୀୟ ସୁରକ୍ଷା ଏବଂ ଡାଟା ଗୋପନୀୟତା ଦୃଷ୍ଟିରେ ରଖି ଚୀନ ସିସିଟିଭି କ୍ୟାମେରା ବ୍ୟାନ୍ କରିଛନ୍ତି ସରକାର।

ରାଜଧାନୀ ଦିଲ୍ଲୀରେ ଚୀନ ସିସିଟିଭି ଖୋଲିବା କାମ ଆରମ୍ଭ ହୋଇଗଲାଣି।ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ସରକାର ୧ ଲକ୍ଷ ୪୧ ହଜାର ସିସିଟିଭି ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆମ ଆଦ୍ମୀ ପାର୍ଟି ସରକାର ସମୟରେ ପିଡବ୍ଲୁଡି ଅଧୀନରେ ଦିଲ୍ଲୀରେମୋଟ ୨,୭୪,୩୮୯ ସିସି ଟିଭି କ୍ୟାମେରା ଲଗାଯାଇଥିଲା। ଏଥିରେ ଚୀନ କମ୍ପାନୀ ହିକଭିଜନର ସିସିଟିଭି କ୍ୟାମେରା ବି ରହିଥିଲା।ଦିଲ୍ଲୀକୁ ଅପରାଧ ମୁକ୍ତ କରିବା ପାଇଁ ଆପ୍ ସରକାର ଏହି ପଦକ୍ଷେପ ନେଇଥିଲେ। ହେଲେଏବେ ତଥ୍ୟ ଚୋରିର ଭୟ ଘାରିବାରୁ ଚୀନ ସିସିଟିଭି ହଟାଯାଉଛି।ଖାଲି ଦିଲ୍ଲୀ ନୁହେଁ, ଦେଶରେ ହାଇଦ୍ରାବାଦ ଭଳି ବଡ଼ ବଡ଼ ସହରରେ ଚୀନ ସିସିଟିଭି କ୍ୟାମେରା ହଟାଉଛି।

ପ୍ରକୃତରେ ଏହି କଟକଣାଗୁଡ଼ିକ ଏପ୍ରିଲ ୨୦୨୪ରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY)ଦ୍ୱାରା ଜାରି କରାଯାଇଥିବା ଜରୁରୀ ଆବଶ୍ୟକତା(ER)ନିୟମ ଅନୁଯାୟୀ ନିଆଯାଇଛି। ଏଥିରେ କ୍ୟାମେରାର ପ୍ରମୁଖ୍ୟ ଉପକରଣଗୁଡ଼ିକର ଉତ୍ପତ୍ତି ଦେଶ ବିଷୟରେ ଜଣାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମକୁ ପାଳନ କରିବାକୁ ନିର୍ମାତାମାନଙ୍କୁ ଦୁଇ ବର୍ଷ ସମୟ ଦିଆଯାଇଥିଲା। ଏପର୍ଯ୍ୟନ୍ତ ନୂଆ ବ୍ୟବସ୍ଥାରେ ୫୦୦ରୁ ଅଧିକ CCTV ମଡେଲକୁ ଅନୁମତି ମିଳି ସାରିଲାଣି।

ଭାରତରେ ବର୍ତ୍ତମାନ Hikvision, Dahua ଏବଂ TP-Link ଭଳି କମ୍ପାନୀଗୁଡ଼ିକ ଚୀନ ନନ ସାର୍ଟିଫାଏଡ୍ ଇଣ୍ଟରନେଟ କନେକ୍ଟେଡ୍ ସିସିଟିଭି କ୍ୟାମେରା ବିକ୍ରି କରୁଛନ୍ତି। ସରକାର ଏହି କମ୍ପାନୀଗୁଡ଼ିକୁ ନୂଆ ସୁରକ୍ଷା ପ୍ରମାଣପତ୍ର (Certification) ଦେବାକୁ ମନା କରିଦେଇଛନ୍ତି। ଫଳରେ ସେମାନେ ଆଉ ଭାରତୀୟ ବଜାରରେ ନୂଆ କ୍ୟାମେରା ବିକ୍ରି କରିପାରିବେ ନାହିଁ।

ଏଭଳି ପଦକ୍ଷେପ ନେବାର ୩ ମୁଖ୍ୟ କାରଣ ହେଲା ଜାତୀୟ ସୁରକ୍ଷା ପ୍ରତି ବିପଦ, ସାଇବର ଆଟାକ ଓ ଡାଟା ଗୋପନୀୟତା ଭଙ୍ଗ। ଚୀନ କ୍ୟାମେରା ମାଧ୍ୟମରେ ଭାରତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହେବାର ଏବଂ ଚୀନକୁ ପଠାଯିବାର ଆଶଙ୍କା ରହିଛି। ଏହି କ୍ୟାମେରାଗୁଡ଼ିକରେ 'ବ୍ୟାକ୍ଡୋର' (Backdoor) ବା ଗୁପ୍ତ ରାସ୍ତା ଥାଇପାରେ, ଯାହାଦ୍ୱାରା ହ୍ୟାକରମାନେ ସହଜରେ ଭାରତୀୟ ନେଟୱର୍କରେ ପ୍ରବେଶ କରିପାରିବେ। ଇଣ୍ଟରନେଟ୍ ସହ ଯୋଡ଼ି ହୋଇଥିବା ଏହି କ୍ୟାମେରାଗୁଡ଼ିକ ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟକୁ ଅସୁରକ୍ଷିତ କରିଥାଏ। ତେଣୁ ଏଥିରେ ଡାଟା ଚୋରି ହେବାର ମଧ୍ୟ ଆଶଙ୍କା ରହିଛି। ଚୀନ କ୍ୟାମେରା ବ୍ୟାନ୍ କରିବାରେ ଆଉ ଏକ ପ୍ରମୁଖ କାରଣ ହେଲା ଆତ୍ମନିର୍ଭର ଭାରତ। ଭାରତୀୟ ସିସିଟିଭି କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେବା ଏହାର ଅନ୍ୟ ଏକ ଲକ୍ଷ୍ୟ।

Also Read- CCTV Cameras Banned: କାହିଁକି ସରକାରୀ କୋଠାରେ ଏବେ ବି ଲାଗିଛି ଚୀନ୍ ସିସିଟିଭି ? ସରକାରଙ୍କୁ ରାହୁଲଙ୍କ ପ୍ରଶ୍ନ

​​​​​​​ଚୀନ ଇଣ୍ଟରନେଟ୍ କନେକ୍ଟେଡ୍ କ୍ୟାମେରା ବିକ୍ରି ଓ ଆମଦାନୀ ଉପରେ କଟକଣା ଲାଗିବା ପରେ ଏହାର ବ୍ୟବସାୟ ଉପରେ ପ୍ରଭାବ ଦେଖିବାକୁ ମିଳିଲାଣି। ହାଇଦ୍ରାବାଦର ସିସିକ୍ୟାମେରା ଓ ଉପକରଣ ମାର୍କେଟ୍ ଦ୍ରୁତ ପ୍ରଭାବିତ ହୋଇଛି। ଏହାର ମୂଲ୍ୟ,ଯୋଗାଣ ଏବଂ ଗ୍ରାହକଙ୍କ ଆଚରଣରେ ତୁରନ୍ତ ପରିବର୍ତ୍ତନ ପରଲିଖିତ ହୋଇଥିବା ବ୍ୟବସାୟୀ ଏବଂ ଇନଷ୍ଟରଲମାନେ ରିପୋର୍ଟ କରିଛନ୍ତି।ସେପଟେ ଏହାର ସୁଯୋଗ ନେଇ ଭାରତୀୟ କମ୍ପାନୀମାନେ ମଧ୍ୟ ସିସି କ୍ୟାମେରା ମାର୍କେଟ୍ କବ୍ଜା କରିବାକୁ ବସିଛନ୍ତି।

ହାଇଦ୍ରବାଦ କୋଟିର ଗୁଜରାଟୀ ଗଲି ଏବଂ ସିକନ୍ଦରାବାଦର ଚେନୋୟ ଟ୍ରେଡ୍ ସେଣ୍ଟର (ସିଟିସି)ରେ ମୁଖ୍ୟତଃ ଚୀନ୍ ସିସି ଟିଭି କ୍ୟାମେରା ବିକ୍ରି ହୋଇଥାଏ। ବ୍ୟାନ ପରେ ଏହି ମାର୍କେଟରେ ଅଳ୍ପ ଷ୍ଟକ୍, ବିକ୍ରୟ ହୋଇନଥିବା ଷ୍ଟକ୍ ଉପରେ ପ୍ରଭାବ ପଡ଼ିଛି। ଅନ୍ୟପଟେ ଅନ୍ୟ ସିସି କ୍ୟାମେରା ଗୁଡ଼ିକର ମୂଲ୍ୟରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି।

ବ୍ୟବସାୟୀ କହୁଛନ୍ତି ବ୍ୟାନ ପୂର୍ବରୁ ଆମ ପାଖରେ ୨୦ରୁ ୨୫ ବ୍ରାଣ୍ଡ ଥିଲା। ହେଲେ ଏବେ ଗୋଟିଏ ବ୍ରାଣ୍ଡ ରହୁଛି। ମହଙ୍ଗା ହେବା ଯୋଗୁ ଗ୍ରାହକ କିଣିବାକୁ ପସନ୍ଦ କରୁ ନାହାନ୍ତି, ଓ କ୍ୟାମେରା ମାନ ନେଇ ମଧ୍ୟ ଗ୍ରାହକ ସନ୍ତୁଷ୍ଟ ନୁହଁନ୍ତି। ଏଠାକାର କିଛି ବଡ଼ ବେପାରୀ ଦୈନିକ ୨ରୁ ୩ ହଜାର କ୍ୟାମେରା ବିକ୍ରି କରୁଥିଲେ। ହେଲେ ଏବେ ବିକ୍ରି କମି ଯାଇଛି।

ବଜାରରେ ବ୍ୟବସାୟୀମାନେ କହିଛନ୍ତି ଯେ ୧ ଏପ୍ରିଲ ଠାରୁ ଭାରତୀୟ ବ୍ରାଣ୍ଡର ମୂଲ୍ୟ ୧୦-୩୦% ବୃଦ୍ଧି ପାଇଛି। ଯେଉଁ କ୍ୟାମେରାଗୁଡ଼ିକର ମୂଲ୍ୟ ₹୨୫,୦୦୦ ଥିଲା, ସେଗୁଡ଼ିକ ଏବେ ₹୨୭,୦୦୦-₹୩୨,୦୦୦ କିମ୍ବା ତା'ଠାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ବିଶେଷ କରି ଭାରତୀୟ ବ୍ରାଣ୍ଡ ସିପି ପ୍ଲସ୍ କ୍ୟାମେରାର ଅଧିକ ଚାହିଦା ରହିଛି। କମ୍ପାନୀ କେବଳ ଆଇଟି କ୍ୟାମେରା ନୁହେଁ ଉପକରଣ ମୂଲ୍ୟ ମଧ୍ୟ ବୃଦ୍ଧି କରିଛନ୍ତି।

ହଠାତ୍ ଦର ବୃଦ୍ଧି ଯୋଗୁ ଗ୍ରାହକଙ୍କ ସଂଖ୍ୟାରେ ବି ହ୍ରାସ ଘଟିଛି। ତେବେ ଭାରତୀୟ କ୍ୟାମେରାର ଯେତିକି ଡିମାଣ୍ଡ ବଢ଼ିଛି ସେହି ଅନୁସାରେ ଯୋଗାଣ ହୋଇପାରୁ ନଥିାରୁ ଦର ବୃଦ୍ଧି ଗ୍ରାହକଙ୍କୁ ଅସହ୍ୟ ହେଉଛି।ଏପଟେ ରିପ୍ଲେସ୍ ପାଇଁ ମଧ୍ୟ ପ୍ରବଳ ଆବେଦନ ହେଉଛି। ଯେଉଁମାନେ ଚୀନ କ୍ୟାମେରା ଲଗାଇଥିଲେ, ସେମାନେ ଏବେ ଭାରତୀୟ ବ୍ରାଣ୍ଡରେ ପରିବର୍ତ୍ତନ କରାଇବାକୁ ଚାହୁଁଛନ୍ତି। ଆଗକୁ କ୍ୟାମେରା ରିପ୍ଲେସ ଦାବି ବଢ଼ିପାରେ ବୋଲି ଇନଷ୍ଟଲରମାନେ କହିଛନ୍ତି।

Also Read- ମିଛ କହୁଛି ଆମେରିକୀୟ ମିଡିଆ... କ୍ଷୋଭ ପ୍ରକାଶ କଲେ ଇରାନର ବୈଦେଶିକ ମନ୍ତ୍ରୀ

ସରକାର ଖାଲି ଛକ ବଜାର ନୁହେଁ, ସରକାରୀ ଓ ସମ୍ବେଦନଶୀଳ ସ୍ଥାନ: ବିମାନବନ୍ଦର, ପ୍ରତିରକ୍ଷା ପ୍ରତିଷ୍ଠାନ (Defense sites), ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଚୀନ କ୍ୟାମେରା ବ୍ୟବହାର ଉପରେ କଠୋର କଟକଣା ଲଗାଯାଇଛି। ଯେଉଁ ସ୍ଥାନଗୁଡ଼ିକରେ ଏସବୁ ଲାଗିଛି ତାକୁ ହଟାଇବାକୁ ଦାବି କରିଛନ୍ତି।

ବର୍ତ୍ତମାନ ଭାରତର ବିଭିନ୍ନ ସହରରେ CP Plus, Prama, ଏବଂ Sparsh ଭଳି ଭାରତୀୟ ବ୍ରାଣ୍ଡର କ୍ୟାମେରା ଲଗାଇବା କାମ ଜୋରସୋରରେ ଚାଲିଛି। ଫେବୃଆରୀ ୨୦୨୬ ସୁଦ୍ଧା ଭାରତୀୟ ବଜାରରେ ଦେଶୀ କମ୍ପାନୀଗୁଡ଼ିକର ଅଂଶଧନ ୮୦% କୁ ବୃଦ୍ଧି ପାଇଛି।

ଗତ ବର୍ଷ ମୋଟ ସିସିଟିଭି ବିକ୍ରିରେ ପ୍ରାୟ ଏକ ତୃତୀୟାଂଶ ଭାଗ ଚୀନ କମ୍ପାନୀଗୁଡିକର ଥିଲା। କିନ୍ତୁ ଭାରତୀୟ କମ୍ପାନୀମାନେ ଦ୍ରୁତ ଗତିରେ ଏଣ୍ଟ୍ରି ମାରିବାରୁ ଚୀନ କମ୍ପାନୀ ଶେୟାର କମିଯାଇଛି। ଭାରତୀୟ CP Plus, Qubo, Prama, Matrix, ଏବଂ Sparsh ଭଳି ଭାରତୀୟ କମ୍ପାନୀଗୁଡ଼ିକ ଆକ୍ରମଣାତ୍ମକ ଭାବରେ ବିସ୍ତାର କରୁଛନ୍ତି। କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଅନୁଯାୟୀ, ଫେବୃଆରୀ ସୁଦ୍ଧା CCTV ବଜାରର ଭାରତୀୟ କମ୍ପାନୀଗୁଡିକ 80% ମାର୍କେଟ୍ କବ୍ଜା କରିଛନ୍ତି। ସେହିଭଳି Bosch ଏବଂ Honeywell ଭଳି ଅନ୍ତର୍ଜାତୀୟ କମ୍ପାନୀଗୁଡିକ ପ୍ରିମିୟମ୍ ଲେବରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି।

ତେବେ ଯଦି ଆପଣଙ୍କ ଘରେ ପୁରୁଣା ଚୀନ କ୍ୟାମେରା ଲାଗିଛି, ତେବେ ତାହା ବନ୍ଦ ହେବ ନାହିଁ। କିନ୍ତୁ ଭବିଷ୍ୟତରେ ଏହାର ସଫ୍ଟୱେର୍ ଅପଡେଟ୍ କିମ୍ବା ମରାମତି ପାଇଁ ସମସ୍ୟା ହୋଇପାରେ।