ନୂଆଦିଲ୍ଲୀ: ଦେଶର ୩୬ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରୁ ୨୭ ପ୍ରଦେଶ ବିପର୍ଯ୍ୟୟ ଦୃଷ୍ଟିରୁ ଅତ୍ୟଧିକ ସମ୍ୱେଦନଶୀଳ କିମ୍ୱା ବିପଜ୍ଜନକ ସ୍ଥିତିରେ ରହିଛି । ହିମନଦୀ ହ୍ରଦ ଫାଟିବା ଦ୍ୱାର ହେବାକୁ ଥିବା ବନ୍ୟା (ଜିଏଲଓଏଫ୍) ସ୍ଥିତିରେ ବିପଦର ଆକଳନ କରିବା ପ୍ରଯୁକ୍ତି ବିକଶିତ ହୋଇସାରିଛି, କିନ୍ତୁ ଏହାଠୁ ସୁରକ୍ଷା ଏବେ ବି ସବୁଠୁ ବଡ଼ ଆହ୍ୱାନ ହୋଇରହିଛି । ଦେଶରେ ବିଭିନ୍ନ ସ୍ଥାନରେ ବନ୍ୟା ପ୍ରତ୍ପୀଡ଼ିତ ଅଞ୍ଚଳ ଜବରଦଖଲରେ ରହିଛି । ନଦୀ ତଳିଆ ଅଞ୍ଚଳରେ  ବେଆଇନ ଗତିବିଧି ଜାରି ରହିଛି । ନଦୀ ବେସିନ ସମ୍ୱନ୍ଧୀୟ ଯୋଜନାର ଅଭାବ ରହିଛି । ଏପରି ସ୍ଥିତିରେ ଯଦି ଜିଏଲଓଏଫ୍ ପରି କିଛି ଘଟେ, ତେବେ ତାହାର ମୁକାବିଲା ପାଇଁ କୌଣସି ଠୋସ୍ ସମାଧାନ ନଜର ଆସୁ ନାହିଁ । ରିପୋର୍ଟ ଅନୁସାରେ ଦେଶରେ ୨୫ରୁ ଅଧିକ ଗ୍ଲାସିୟର ହ୍ରଦ ସମ୍ୱେଦନଶୀଳ ସ୍ଥିତିରେ ଅଛି ଏବଂ ହିମାଳୟର ୪୦୦ରୁ ଅଧିକ ଗ୍ଲାସିୟର ହ୍ରଦ ଦ୍ରୁତ ଗତିରେ ତରଳିବାରେ ଲାଗିଛି ।

ତିବ୍ବତ ସଂଲଗ୍ନ ନେପାଳର ରସୁୱା ଜିଲ୍ଲାର ଭୋଟେକୋଶୀ ନଦୀରେ ହଠାତ୍‌ ଆସିଥିବା ପ୍ରବଳ ବନ୍ୟା ଯୋଗୁଁ ପ୍ରଚୁର ଧନଜୀବନ ହାନି ହୋଇଛି । ନେପାଳର ଉତ୍ତର ଭାଗରେ ଚୀନ୍-ତିବ୍ବତ ସୀମାରୁ ବାହାରିଥିବା ଭୋଟେକୋଶୀ ନଦୀକୁ ଏକ ହିମାଳୟୀ ନଦୀ ବୋଲି କୁହାଯାଏ । ନେପାଳର ଏହି ଭୟଙ୍କର ବିପର୍ଯ୍ୟୟ ପଛରେ ହିମବାହ ହ୍ରଦ ଫାଟିବା ମୁଖ୍ୟ କାରଣ ବୋଲି କୁହାଯାଉଛି ।

ଦେଶର ଅନେକ ଭାଗରେ ବାରମ୍ବାର ଆସୁଥିବା ବନ୍ୟା ସମସ୍ୟା ଏହି କାରଣରୁ ଗମ୍ଭୀର ହୋଇପଡ଼ୁଛି, କାରଣ ବନ୍ୟା ପ୍ଲାବିତ ଅଞ୍ଚଳରେ ଜବରଦଖଲ ହୋଇସାରିଛି । ନଦୀ ଶଯ୍ୟାରେ ଅନିୟନ୍ତ୍ରିତ କାର୍ଯ୍ୟକଳାପ ଜାରି ରହିଛି ଏବଂ ନଦୀ ବେସିନ୍ ଯୋଜନାର ଅଭାବ ରହିଛି । ଏହାଯୋଗୁଁ ଯେତେବେଳେ ବନ୍ୟା ଆସେ, ସେତେବେଳେ ଭୟଙ୍କର କ୍ଷତି ହୁଏ । ଯଦି ଏହା ଉପରେ ଗାମ୍ଭୀରତା ସହ କାମ କରାଯାଏ, ତେବେ ଜନ, ଧନ ଏବଂ ସମ୍ପତ୍ତିର କ୍ଷତିକୁ ଏଡ଼ାଯାଇପାରିବ । ବିପର୍ଯ୍ୟୟ ପରିଚାଳନା ଉପରେ ଡଃ ରାଧା ମୋହନଦାସ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ ମନ୍ତ୍ରଣାଳୟର ସଂସଦୀୟ କମିଟିର ୨୬୧ତମ ରିପୋର୍ଟରେ ଏହି କଥା କୁହାଯାଇଛି ।

କେନ୍ଦ୍ରୀୟ ଜଳ ଆୟୋଗ ରିମୋଟ୍ ସେନ୍ସିଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ହିମବାହ ହ୍ରଦଗୁଡ଼ିକର ନିରୀକ୍ଷଣ କ୍ଷେତ୍ରରେ ନିଜର ଆଭ୍ୟନ୍ତରୀଣ କ୍ଷମତା ବିକଶିତ କରିଛି । ଏହା ହିମବାହ ହ୍ରଦ ଫାଟିବା (GLOF) ସ୍ଥିତିରେ ବିପଦର ଆକଳନ କରିବାରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଏହିପରି ମାନଚିତ୍ରଗୁଡ଼ିକୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ଅନୁଷ୍ଠାନ ଏବଂ ସାର୍ବଜନୀନ ଉଦ୍ୟୋଗଗୁଡ଼ିକ ସହିତ ସେୟାର କରାଯାଉଛି ।

Also Read: ନେପାଳରେ ତାଣ୍ଡବ ରଚିବ ଆଉ ଏକ Flash Flood ! ଚୀନ୍‌ର ଚେତାବନୀକୁ ନେଇ ବଢ଼ିଲା ଭୟ

କେନ୍ଦ୍ରୀୟ ଜଳ ଆଯୋଗ ପ୍ରତିମାସରେ ନିରୀକ୍ଷଣ ରିପୋର୍ଟ ପ୍ରସ୍ତୁତ କରେ । ଏହା ମାଧ୍ୟମରେ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ହିମବାହ ହ୍ରଦଗୁଡ଼ିକର ନିରୀକ୍ଷଣ ସମ୍ବନ୍ଧୀୟ ପରାମର୍ଶ ଦିଆଯାଇଥାଏ । ଭାରତୀୟ ହିମାଳୟରେ ଅବସ୍ଥିତ ହିମବାହ ହ୍ରଦଗୁଡ଼ିକର ବିପଦ ଆକଳନ ପାଇଁ ମାପଦଣ୍ଡ ନିର୍ଦ୍ଧାରଣ କରାଯାଇଛି । ଯେଉଁ ହ୍ରଦଗୁଡ଼ିକ ଅଧିକ ସମ୍ବେଦନଶୀଳ, ସେଗୁଡ଼ିକୁ ଚିହ୍ନଟ କରି ବିପଦ ଆଧାରରେ ବର୍ଗୀକୃତ କରାଯାଉଛି ।

ଦେଶରେ ବିପର୍ଯ୍ୟୟର ବିପଦ ସ୍ଥିତି

୭୫୧୬ କିଲୋମିଟର ଦୀର୍ଘ ଉପକୂଳ ମଧ୍ୟରୁ ପ୍ରାୟ ୫୭୦୦ କିଲୋମିଟର ଉପକୂଳ ବାତ୍ୟା ଏବଂ ସୁନାମି ବିପଦ ମୁହଁରେ ରହିଛି । କୃଷି ଉପଯୋଗୀ ଜମିର ପ୍ରାୟ ୬୮ ପ୍ରତିଶତ ଭାଗ ମରୁଡ଼ି ପ୍ରବଣ । ପାହାଡ଼ିଆ ଅଞ୍ଚଳଗୁଡ଼ିକ ଭୂସ୍କଳନ ଏବଂ ହିମସ୍କଳନ ବିପଦରେ ରହିଛନ୍ତି । ଏଥିମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ଭୂଭାଗ ଭୂସ୍କଳନ ବିପଦ କ୍ଷେତ୍ରରେ ଆସେ । ୫୧୬୧ଟି ସହରାଞ୍ଚଳ ପୌର ସଂସ୍ଥା ବନ୍ୟା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ।