ନୂଆଦିଲ୍ଲୀ: ଆଗକୁ ପ୍ରମୁଖ ପର୍ବପର୍ବାଣୀ ଆସୁଥିବାରୁ ଖାଇବା ତେଲ ଦର ହ୍ରାସ କରିବାକୁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପାମ୍ ଅଏଲ୍, ସୋୟା ଅଏଲ୍ ଏବଂ ସୂର୍ଯ୍ୟମୁଖୀ ତେଲ ସମେତ ଅଶୋଧିତ ଖାଦ୍ୟ ତେଲ ଉପରେ ମୌଳିକ ଆମଦାନୀ ଶୁଳ୍କ(ବେସିକ କଷ୍ଟମ ଡ୍ୟୁଟି) ହ୍ରାସ କରାଯାଇଛି। ବୁଧବାର ବିଳିମ୍ବିତ ରାତିରେ ଏକ ନୋଟିସ୍ ଜାରି କରି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ସରକାରଙ୍କର ଏହି ନିଷ୍ପତ୍ତି ପରେ ଦେଶରେ ଖାଦ୍ୟ ତେଲ ଦର ଶସ୍ତା ହୋଇପାରେ। ଖାଦ୍ୟ ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିପାରେ। ଅର୍ଥମନ୍ତ୍ରଣାଳୟର ସୂଚନା ଅନୁସାରେ, ଆଜି ଠାରୁ(ସେପ୍ଟେମ୍ବର ୨୪) ନୂଆ ଦର ଲାଗୁ ହେବ। ସରକାର କ୍ରୁଡ ଶୋୟା ଓ କ୍ରୁଡ ପାମ ତେଲ ଉପରେ ୧୦% ବେସିକ ଶୁଳ୍କରୁ ହ୍ରାସ କରି ୫% କରି ଦେଇଛନ୍ତି। ଫଳରେ ତେଲ ଉପରେ ଲାଗୁଥିବା ଏହି ଦର ଅଧା କମିଯିବ। ସେପରି ରିଫାଇଣ୍ଡ ଶୋୟା ଓ ପାମ ତେଲ ଉପରେ ଶୁଳ୍କ ୩୨.୫%ରୁ କମାଇ ୨୭.୫% କରାଯାଇଛି। କ୍ରୁଡ ସୂର୍ଯ୍ୟମୁଖୀ ତେଲ ଉପରେ ୧୦ ପ୍ରତିଶତ ଶୁଳ୍କ ହଟାଇ ଶୂନ୍ୟୟ କରିଦିଆଯାଇଛି।

ରିଫାଇଣ୍ଡ ତେଲ ଉପରେ କମିଲା ଶୁଳ୍କ

ରିଫାଇଣ୍ଡ ସୂର୍ଯ୍ୟମୁଖୀ ତେଲ ଉପରେ କଷ୍ଟମ ଡ୍ୟୁଟିକୁ ୩୨.୫%ରୁ ହ୍ରାସ କରି ୨୨.୫% ହ୍ରାସ କରାଯାଇଛି। ଶୁଳ୍କ କମିଲେ ଆମଦାନୀ ଖର୍ଚ୍ଚ କମିବ। ତେଣୁ ଦର ମଧ୍ୟ ହ୍ରାସ ପାଇପାରେ। ହେଲେ ଶୁଳ୍କ କମିଲେ ବି କମ୍ପାନୀମାନେ ଦର ହ୍ରାସ କରିବେ ନା ଅନ୍ୟ ଆଳ ଦେଖାଇ ଲୋକଙ୍କ ଠାରୁ ଟଙ୍କା ଲୁଟିବାକୁ ଦର ସ୍ଥିର ରଖିବେ, ତାହା ସମୟ କହିବ।

ଭାରତ ନିଜର ପ୍ରାୟ ଦୁଇ-ତୃତୀୟାଂଶ ଖାଦ୍ୟ ତେଲର ଚାହିଦା ଆମଦାନି ମାଧ୍ୟମରେ ପୂରଣ କରେ। ଏଥିରେ ମୁଖ୍ୟତଃ ପାମ୍ ତେଲ, ସୋୟା ତେଲ ଓ ସୂର୍ଯ୍ୟମୁଖୀ ତେଲ ସାମିଲ ରହିଛି। ଭାରତ ମାଲେସିଆ, ଇଣ୍ଡୋନେସିଆ, ଆର୍ଜେଣ୍ଟିନା, ରୁଷିଆ ଓ ୟୁକ୍ରେନ୍ରୁ ଏହି ତେଲ ଆମଦାନି କରିଥାଏ।

ପତଞ୍ଜଳି ଫୁଡ୍ସ ଲିମିଟେଡ୍‌ର ଉପାଧ୍ୟକ୍ଷ ଆଶିଷ ଆଚାର୍ଯ୍ୟଙ୍କ କହିବା ଅନୁସାରେ, ଶୁଳ୍କ ହ୍ରାସର ସବୁଠାରୁ ଅଧିକ ଲାଭ ସୂର୍ଯ୍ୟମୁଖୀ ତେଲକୁ ମିଳିବ। ଏହା ଫଳରେ ରିଫାଇନରମାନଙ୍କ ପାଇଁ ସୂର୍ଯ୍ୟମୁଖୀ ତେଲ ଅଧିକ ଆକର୍ଷଣୀୟ ହୋଇପାରେ। ଏହା ସହିତ ସୋୟା ତେଲ ଓ ପାମ୍ ତେଲର ଚାହିଦାର କିଛି ଅଂଶ ସୂର୍ଯ୍ୟମୁଖୀ ତେଲ ଦଖଲ କରିପାରେ।

Also Read- New Packaging Rule 2026: ଏଣିକି ସାବୁନ, ସାମ୍ପୁ, ଟୁଥପେଷ୍ଟ କିମ୍ବା କସ୍ମେଟିକ୍ସ ପ୍ରଡକ୍ଟରେ ଲାଗିବ ଭେଜ୍ ନନଭେଜ୍ ଚିହ୍ନ

ଭାରତରେ ପାମ, ସୋରିଷ ଏବଂ ବାଦାମ ତେଲର ବ୍ୟବହାର

ପାମ ତେଲ: ଏହା ସବୁଠାରୁ ଶସ୍ତା, ଏହାକୁ ଟେକଆଉଟ୍ ଖାଦ୍ୟ, ଖାଦ୍ୟ, ବିସ୍କୁଟ ଏବଂ ଢାବାରେ ସର୍ବାଧିକ ବ୍ୟବହୃତ କରାଯାଏ।ସୋୟାବିନ୍ ତେଲ: ହାଲୁକା ଏବଂ ଶସ୍ତା ହୋଇଥିବାରୁ, ଏହା ଭାରତୀୟ ପରିବାରରେ ପ୍ରତିଦିନ ରୋଷେଇ ପାଇଁ ସବୁଠାରୁ ଲୋକପ୍ରିୟ ତେଲ।ସୋରିଷ ତେଲ: ଉତ୍ତର ଏବଂ ପୂର୍ବ ଭାରତରେ ଏହି ତେଲ ଖୁବ୍ ପ୍ରିୟ, ଏହାର ସ୍ୱାଦ ଏବଂ ସ୍ୱାସ୍ଥ୍ୟପାଇଁ ଲାଭକାରୀ ଗୁଣ ଯୋଗୁ ଭାରତରେ ଏହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି।ସୂର୍ଯ୍ୟମୁଖୀ ତେଲ: ଏହାକୁ ପାଚନ ପାଇଁ ହାଲୁକା ବୋଲି ବିବେଚନା କରାଯାଏ, ଯାହା ସ୍ୱାସ୍ଥ୍ୟ ପ୍ରତି ସଚେତନ ସହରାଞ୍ଚଳ ପରିବାର ଦ୍ୱାରା ଏହାକୁ ବହୁଳ ଭାବରେ ବ୍ୟବହୃତ କରିଥାଏ।ବାଦାମ ତେଲ: ମୁଖ୍ୟତଃ ଗୁଜୁରାଟ ଏବଂ ଦକ୍ଷିଣ ଭାରତରେ ବ୍ୟବହୃତ, ଏହି ତେଲ ପକୋଡା ତିଆରି କିମ୍ବା ଡିପ୍-ଫ୍ରାଇଂ ପାଇଁ ଉତ୍କୃଷ୍ଟ।