India, South Korea VOYAGES MOU: ଚୀନ ଉପରେ ଅତ୍ୟଧିକ ନିର୍ଭରଶୀଳତା ଯୋଗୁ ପଡ଼ୋଶୀ ଅନେକ ସମୟରେ ଭାରତକୁ ନାନା ହଇରାଣ କରୁଛି। ତେଣୁ ବେଜିଂ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଏକ ବଡ଼ ପଦକ୍ଷେପ ନେଇଛି ଭାରତ। ଦକ୍ଷିଣ କୋରିଆ ସହ ହୋଇଛି ଭୋଏଜେସ୍ ଚୁକ୍ତି। ଏହି ଚୁକ୍ତି ଅନୁସାରେ ଏବେ ଭାରତରେ ତଆରି ହେବ ହାଇଟେକ୍ କ୍ରେନ୍। ପୋର୍ଟ କ୍ରେନ୍ ପାଇଁ ଭାରତ ଚୀନ ଉପରେ ୯୦% ନିର୍ଭରଶୀଳତା ଥିଲା। ହେଲେ ଏବେ ଦକ୍ଷିଣ କୋରିଆ ଭାରତକୁ ସବୁପ୍ରକାର ସହଯୋଗ କରିବ ବୋଲି କହିଛି।

Alos Read-Air India: ନୂଆ କ୍ୟାବିନ୍, 4K ସ୍କ୍ରିନ୍...ଅପଗ୍ରେଡ୍ ପରେ ଏଭଳି ଦେଖାଯାଉଛି ଏୟାର ଇଣ୍ଡିଆ ବିମାନ

ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗଙ୍କ ନେତୃତ୍ୱରେ କୋରିଆନ ପ୍ରତିନିଧି ଦଳ ତିନିଦିନିଆ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ଦକ୍ଷିଣ କୋରିଆ ସହ ବଡ଼ ଡିଲ୍ କରିଛି ଭାରତ। ଦୁଇ ଦେଶ ମଧ୍ୟରେ 'ଶେୟାର୍ଡ ଭିଜନ ଫର ଅପରେସନ ଅଫ ୟାର୍ଡ ଆସିଷ୍ଟେଡ୍ ଗ୍ରୋଥ୍ ୱିଥ୍ ଏଫିସିଏନ୍ସି ଆଣ୍ଡ ସ୍କେଲ (VOYAGES) ଚୁକ୍ତି ହୋଇଛି।

ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ (BEML), ଏଚଡି କୋରିଆ ଶିପବ୍ୟୁଲ୍ଡିଂ ଆଣ୍ଡ ଅଫଶୋର ଇଞ୍ଜିନିଂୟରିଂ (HD KSOE), ଏବଂ HD Hyundai Samho କୋ., ଲିମିଟେଡ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏହି କମ୍ପାନୀଗୁଡ଼ିକ ମିଶି ଭାରତରେ ପରବର୍ତ୍ତୀ ପିଢ଼ିର ପାରମ୍ପରିକ ଏବଂ ସାମୁଦ୍ରିକ ଏବଂ ପୋର୍ଟ କ୍ରେନଗୁଡ଼ିକର ଡିଜାଇନ୍ ଏବଂ ନିର୍ମାଣ କରିବେ। ବର୍ତ୍ତମାନ, ବନ୍ଦର କ୍ରେନ୍ ପାଇଁ ଭାରତର ଚୀନ୍ ଉପରେ ୯୦ ପ୍ରତିଶତରୁ ଅଧିକ ନିର୍ଭରଶୀଳ ରହିଛି। ଏବେ ଦକ୍ଷିଣ କୋରିଆର ସହଯୋଗରେ ଭାରତ ନିଜେ ଏଗୁଡ଼ିକୁ ନିର୍ମାଣ କରିବା ଆରମ୍ଭ କରିବ। ଯାହା ଭାରତ ପାଇଁ ଏକ ବଡ଼ ସଫଳତା।

Also Read- Fertilizer production decreased: କମିଲା ସାର ଉତ୍ପାଦନ; କେମିତି ହେବ ଚାଷ ? ଘାରିଲା ଖାଦ୍ୟ ସଂକଟ ଭୟ

ଏଥିପାଇଁ କୋରିଆନ ଜାହାଜ ଉପକରଣ ନିର୍ମାତା ସଂଘ ଆଗାମୀ ମାସଗୁଡ଼ିକରେ ଭାରତରେ ଏହାର କାର୍ଯ୍ୟାଳୟ ସ୍ଥାପନ କରିବ। ଏହାପରେ ଘରୋଇ ସହାୟକ କମ୍ପାନୀ ସହ ମିଶି କାମ ଆରମ୍ଭ କରିବ। କେବଳ ସେତିକି ନୁହେଁ କୋରିଆନ କମ୍ପାନୀମାନେ ଭାରତର ନାବିକମାନଙ୍କୁ ମଧ୍ୟ କମ୍ପାନୀରେ ନିଯୁକ୍ତି ଦେଇପାରିବେ ବୋଲି ଭାରତ ଅନୁମତି ଦେଇଛି। ତା’ ଛଡ଼ା ସରକାରୀ ପ୍ରୋତ୍ସାହନ ପାଇବା ବ୍ୟବସ୍ଥା କରାଯିବ ବୋଲି ଭାରତ ସରକାର ପ୍ରତିଶ୍ରୁତି ଦେଇଛନ୍ତି।