ଚେଷ୍ଟର ଲେ ଷ୍ଟ୍ରିଟ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଆୟରଲାଣ୍ଡ ବିପକ୍ଷରେ ଐତିହାସିକ ସିରିଜ୍ ପରାଜୟକୁ ଭୁଲି ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇଛି। ପ୍ରଥମ ମ୍ୟାଚରେ ଟସ୍ ଜିତି ଅଧିନାୟକ ଶ୍ରେୟସ ଆୟର ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଘରୋଇ ମାଟିରେ ଇଂଲଣ୍ଡ ପ୍ରଥମେ ବୋଲିଂ କରିବ। ଅଧିନାୟକ ଭାବେ ଆୟରଙ୍କ ଏହା ହେଉଛି ଦ୍ଵିତୀୟ ଟି-୨୦ ସିରିଜ୍। ଭାରତୀୟ ଦଳ ତିନି ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଉଛି। ସବୁଠୁ ବଡ଼ କଥା ଆଜି ମଧ୍ୟ ବୈଭବ ସୂର୍ଯ୍ୟବଂଶୀଙ୍କ ପଦାର୍ପଣ ହୋଇ ପାରିଲାନି।

ଇଂଲଣ୍ଡ (ପ୍ଲେଇଙ୍ଗ୍ XI)

ଫିଲିପ୍ ସଲ୍ଟ, ଜୋସ୍ ବଟଲର୍ (ୱିକେଟକିପର), ହ୍ୟାରୀ ବ୍ରୁକ୍ (ଅଧିନାୟକ), ଜାକବ୍ ବେଥେଲ୍, ଟମ୍ ବେଣ୍ଟନ, ସାମ୍ କରନ୍, ୱିଲ୍ ଜ୍ୟାକ୍ସ, ଲିଆମ୍ ଡସନ୍, ସାକିବ୍ ମହମୁଦ୍, ଆଦିଲ୍ ରସିଦ୍, ଲୁକ୍ ଉଡ୍।

ଭାରତ (ପ୍ଲେଇଙ୍ଗ୍ XI)

ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଇଶାନ କିଷନ (ୱିକେଟକିପର), ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ଶିବମ୍ ଦୁବେ, ଅକ୍ଷର ପଟେଲ, ହର୍ଷିତ ରାଣା, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।