ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳା ଯାଉଛି। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଟି-୨୦ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ  ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନି।

ଏହି ମ୍ୟାଚ୍‌ରେ ଭାରତର ଚୂଡ଼ାନ୍ତ ଏକାଦଶରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି। ୱିକେଟକିପର ବ୍ୟାଟର ସଞ୍ଜୁ ସାମ୍‌ସନ୍‌ ଦଳକୁ ଫେରିଛନ୍ତି। ତେବେ ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏବଂ ସ୍ପିନ୍ ଅଲ୍‌ରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ।

ବୁମରାଙ୍କ ଉପସ୍ଥିତି ଦଳ ପାଇଁ ବଡ଼ ଆଶ୍ୱାସନା

ଯଶପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଉପରେ ପ୍ରତିକ୍ରିୟା ଦେଇ ଅଧିନାୟକ  ଶ୍ରେୟସ ଆୟର କହିଛନ୍ତି, "ବୁମ୍‌ରାଙ୍କ ଭଳି ଜଣେ ଅଭିଜ୍ଞ ତଥା ମ୍ୟାଚ୍ ୱିନର୍ ବୋଲର ଦଳରେ ରହିବା ଆମ ପାଇଁ ବହୁତ ବଡ଼ ସୌଭାଗ୍ୟ। ସେ ମ୍ୟାଚର ମୋଡ଼ ବଦଳାଇବାରେ ସିଦ୍ଧହସ୍ତ।"

ଉଭୟ ଦଳର ଚୂଡ଼ାନ୍ତ ଏକାଦଶ

ଭାରତ

ସଞ୍ଜୁ ସାମସନ୍ (ୱିକେଟକିପର), ଅଭିଷେକ ଶର୍ମା, ଇଶାନ କିଶନ, ଶ୍ରେୟସ ଅବ୍ୟର (ଅଧିନାୟକ), ତିଳକ ବର୍ମା, ନିତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା ଏବଂ ବରୁଣ ଚକ୍ରବର୍ତ୍ତୀ।

ଆଫଗାନିସ୍ତାନ

ଇବ୍ରାହିମ୍ ଜାଦ୍ରାନ୍ (ଅଧିନାୟକ), ରହମାନୁଲ୍ଲା ଗୁରବାଜ୍ (ୱିକେଟକିପର), ସେଦିକୁଲ୍ଲା ଅଟଲ୍, ଦାରବିଶ ରସୁଲୀ, ଅଜମତୁଲ୍ଲା ଉମରଜାଇ, ଗୁଲବଦୀନ୍ ନୈବ, ମହମ୍ମଦ ନବୀ, ରଶିଦ୍ ଖାନ୍, ମୁଜୀବ୍ ଉର୍ ରହମାନ୍, ନୂର ଅହମ୍ମଦ ଏବଂ ଫଜଲହକ୍ ଫାରୁକୀ।