ସମ୍ବଲପୁର ୨୦।୦୯ : ସମ୍ବଲପୁରରେ ପୁଣି ଏନକାଉଣ୍ଟର । ସମ୍ବଲପୁର ପୋଲିସର ପୁଣି ଥରେ ଏନକାଉଣ୍ଟର । ନିଶା ଦ୍ରବ୍ୟ ଚାଲାଣ ବେଳେ ରେଙ୍ଗାଲି ପୋଲିସର ଏନାକଉଣ୍ଟର । ଏହି ଏନକାଉଣ୍ଟରରେ ନିଶା ବେପାରୀ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଅପରାଧୀକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

'ନିଶା ମୁକ୍ତ ଓଡ଼ିଶା ଅଭିଯାନ' ଅଧୀନରେ ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ସଫଳତା। ରେଙ୍ଗାଲି ଥାନା ଅନ୍ତର୍ଗତ ଜଙ୍ଗଲା ଗାଁ ନିକଟରେ ଚୋରା ନିଶାଦ୍ରବ୍ୟ ଚାଲାଣ ବେଳେ ପୋଲିସ ଜଣେ ନିଶା ମାଫିଆଙ୍କୁ ଏନକାଉଣ୍ଟର କରିଛି । ଏହି ଏନକାଉଣ୍ଟରରେ କୁଖ୍ୟାତ ନିଶା ବେପାରୀ ଆହତ ହୋଇଛି । ଏହାସହିତ ଘଟଣାସ୍ଥଳରୁ ପ୍ରଚୁର ପରିମାଣର କୋଡିନ୍ ଯୁକ୍ତ କାଶ ସିରପ୍, ଏକ ଦେଶୀ ବନ୍ଧୁକ ଏବଂ ଦୁଇଟି କାର୍ ଜବତ କରାଯାଇଛି।

Also Read:-USA ଆଗରେ ଇରାନ ରଖିଲା ୭ ସର୍ତ୍ତ : ନ ମାନିଲେ ପରମାଣୁ ଆଟାକ୍, ନକ୍ସାରୁ ହଜିଯିବ ଆମେରିକା !

ରବିବାର ସକାଳ ୬.୧୫ ମିନିଟ ସମୟରେ ଏହି ଏନକାଉଣ୍ଟର ଘଟିଛି । ରେଙ୍ଗାଲି ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କଟକ ପଟୁ ଜଙ୍ଗଲ ରାସ୍ତା ଦେଇ କାତାରବଗା-ଠେଲକୋଲୋଇ ଆଡ଼କୁ ଦୁଇଟି କାର୍ରେ ବିପୁଳ ପରିମାଣର ନିଶା କାଶ ସିରପ୍ ଚାଲାଣ ହେଉଥିବାର ସୂଚନା ମିଳିଥିଲା। ଖବର ପାଇ ପୋଲିସ ଟିମ୍ ଜଙ୍ଗଲା-ପାଣ୍ଡୋଲୋଇ ରାସ୍ତାରେ ଯାଞ୍ଚ କରିଥିଲା। ଏହି ସମୟରେ ଏକ କାର ଡ୍ରାଇଭରଙ୍କୁ ଅଟକ ରଖିଥିଲା । ଏହାପରେ ଅନ୍ୟ ଜଣେ ଅଭିଯୁକ୍ତ ନିକଟସ୍ଥ ଜଙ୍ଗଲକୁ ଫେରାର୍ ହୋଇଯାଇଥିଲା।

ସେପଟେ ଏହି ସମୟରେ ପଛରେ ଦ୍ରୁତ ଗତିରେ ଆସୁଥିବା ଏକ ନମ୍ବର ନଥିବା କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇଥିଲା। ପୋଲିସ ସେହି ଗାଡ଼ି ନିକଟକୁ ଯିବା ସମୟରେ ଡ୍ରାଇଭର ଫେରାର ହେବାକୁ ଉଦ୍ୟମ କରୁଥିଲା । ଏପିରିକି ପୋଲିସ ଉପରକୁ ଗୁଳିଚାଳନା ମଧ୍ୟ କରିଥିଲା । ପୋଲିସର ପାଲଟା ଗୁଳିରେ ଅଭିଯୁକ୍ତ ପ୍ରୀତମ ଆହତ ହୋଇଥିଲା । ପ୍ରୀତମର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ଏହାପରେ ତୁରନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।