ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟି-୨୦ ମାନ୍ୟତା ଜାରି ରହିଛି। ମାନ୍ୟତାରେ ଭାରତୀୟ ଦଳ ନିଜର ଶୀର୍ଷ ସ୍ଥାନ ବଳବତ୍ତର ରଖିଛି। ଟପ୍-୧୦ ବ୍ୟାଟର ତାଲିକାରେ ଭାରତୀୟ ବ୍ୟାଟରଙ୍କ ଦବଦବା ଦେଖିବାକୁ ମିଳିଛି। ଅଭିଷେକ ଶର୍ମା ଏକ ନମ୍ବର ସ୍ଥାନରେ ରହିଛନ୍ତି।

ଆୟରଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଟି-୨୦ର ପ୍ରଥମ ୭ ଜଣଙ୍କ ମଧ୍ୟରୁ ଚାରି ଜଣ ଭାରତୀୟ ଖେଳାଳି ଅଛନ୍ତି। ଅଭିଷେକ ପ୍ରଥମ ସ୍ଥାନରେ ଥିବା ବେଳେ ଟି-୨୦ ବିଶ୍ଵକପରେ ଦମଦାର ପ୍ରଦର୍ଶନ କରିଥିବା ଇଶାନ କିଷନ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ସବୁଠୁ ବଡ଼ କଥା ଅଭିଷେକ ଓ ଇଶାନଙ୍କ ମଧ୍ୟରେ ମାତ୍ର ୪ ପଏଣ୍ଟର ବ୍ୟବଧାନ ରହିଛି। ତୃତୀୟ ସ୍ଥାନରେ ଥିବା ପାକିସ୍ତାନର ସାହିବଜାଦା ଫରହାନ ମଧ୍ୟ ବେଶି ଦୂରରେ ନାହାନ୍ତି।

Also Read: ୩୬ ବର୍ଷ ପରେ କୀର୍ତ୍ତିମାନ, ଇତିହାସ ରଚିଲେ ନ୍ୟୁଜିଲାଣ୍ଡ ବୋଲର...ବୁମରାଙ୍କ ସହ ହେଲେ ଏକ ନମ୍ୱର

ଟପ୍-୭ରେ ଭାରତର ୪ ବ୍ୟାଟର

ଟି-୨୦ ମାନ୍ୟତାର ପ୍ରଥମ ୭ ଖେଳାଳିଙ୍କ ମଧ୍ୟରେ ଭାରତର ୪ ବ୍ୟାଟର ଅଛନ୍ତି। ନିକଟରେ ସଂପନ୍ନ ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତୀୟ ଏ ଦଳର ନେତୃତ୍ଵ ନେଇଥିବା ତିଳକ ବର୍ମା ଷଷ୍ଠ ସ୍ଥାନରେ ଅଛନ୍ତି। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଏବେ ମଧ୍ୟ ସପ୍ତମ ସ୍ଥାନରେ ଅଛନ୍ତି। ହେଲେ ସୂର୍ଯ୍ୟ ନା ଏବେ ଭାରତୀୟ ଦଳର ଅଧିନାୟକ ଅଛନ୍ତି ନା ଟି-୨୦ ଦଳରେ ଅଛନ୍ତି। ତଥାପି ସୂର୍ଯ୍ୟ ସପ୍ତମ ସ୍ଥାନ ସୁରକ୍ଷିତ ରଖିଛନ୍ତି।

ଏହି ଚାରି ଖେଳାଳିଙ୍କ ବ୍ୟତୀତ କୌଣସି ଭାରତୀୟ ବ୍ୟାଟର ଟି-୨୦ ମାନ୍ୟତାରେ ଟପ୍-୨୦ରେ ସାମିଲ୍ ନାହାନ୍ତି। ବିଶ୍ଵକପରେ ଦମଦାର ପ୍ରଦର୍ଶନ କରିଥିବା ସଞ୍ଜୁ ସାମସନ ୨୧ତମ ଏବଂ ଶିବମ ଦୁବେ ୨୭ତମ ସ୍ଥାନରେ ରହିଛନ୍ତି। ଟି-୨୦ରେ ବୋଲିଂ ମାନ୍ୟତାରେ ବରୁଣ ଚକ୍ରବର୍ତ୍ତୀ ଦ୍ଵିତୀୟ ଏବଂ ଯଶପ୍ରୀତ ବୁମରା ଷଷ୍ଠ ସ୍ଥାନରେ ରହିଛନ୍ତି।