କାକଟପୁର, ୦୪/୧୦ :ସ୍ତ୍ରୀର ଫଟୋ,ଭିଡିଓକୁ ଇନଷ୍ଟାଗ୍ରାମରେ ଭାଇରାଲ କରିବା ସ୍ବାମୀକୁ ମହଙ୍ଗା ପଡ଼ିଛି। ଶନିବାର ସାଇବର ଥାନା ପୁଲିସ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲକୁ ପଠାଯାଇଛି।

ସେ ହେଲା କାକଟପୁର ଥାନା ଅଧୀନ ବରଜିସାହିର ମନୋଜ ସିଂ (୩୭) । ତା'ଠାରୁ ପୁଲିସ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି। ପୁଲିସ ସୂଚନାନୁଯାୟୀ,ପତ୍ନୀ ସରସ୍ୱତୀ ଓ ଦୁଇ ଛୁଆଙ୍କୁ ଛାଡ଼ି ମନୋଜ ଅନ୍ୟ ଜଣେ ବିବାହିତ ମହିଳାଙ୍କ ସହ ଦୀର୍ଘ ୮ ବର୍ଷ ଧରି ଅଲଗା ରହୁଛନ୍ତି। ଶାଶୂ,ଶଶୁର ଓ ଦୁଇ ପିଲାଙ୍କୁ ନେଇ ସରସ୍ବତୀ ରହୁଛନ୍ତି ।

Also Read :- ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୨

୨ ମାସ ତଳେ ମନୋଜ ସରସ୍ବତୀଙ୍କ ଫଟୋ ଓ ଭିଡିଓକୁ ଏଡିଟ୍ କରି ଇନଷ୍ଟାଗ୍ରାମରେ ଭାଇରାଲ କରିଥିଲେ। ଏପରିକି ସରସ୍ବତୀଙ୍କ ମୋବାଇଲ ନମ୍ବର ଦେଇ ଯୌନକର୍ମୀ ବୋଲି ବଦନାମ କରିଥିଲେ। ଏହାସହ ସରସ୍ଵତୀଙ୍କୁ ଜୀବନରେ ମାରିଦେବାକୁ ସୋସିଆଲ୍ ମିଡିଆରେ ଧମକ ଦେଉଥିଲା ମନୋଜ। ସରସ୍ବତୀ ଗତ ଜୁନ୍ ୮ ତାରିଖରେ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲା ।