ବଲାଙ୍ଗିର ୫।୭: ବଲାଙ୍ଗିର ଜିଲ୍ଲାରେ ଲାଗି ରହିଛି ବର୍ଷା । ଆଉ ଲଗାଣ ବର୍ଷା ଗରିବଙ୍କ ପାଇଁ କାଳ ସାଜିଛି । ଗତକାଲି ରାତିରେ ବର୍ଷା ଯୋଗୁଁ କାନ୍ଥପଡି ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍ ପଥର୍ଲା ପଞ୍ଚାୟତ ଲୁହୁରେନପାଲି ଗାଁରେ ।

​​​​​​​Also Read:- ଇସ୍କନର ଅ-ତିଥି ସ୍ନାନଯାତ୍ରା-ରଥଯାତ୍ରା ନେଇ ଗଜପତିଙ୍କ ଅସନ୍ତୋଷ, କର୍ତ୍ତୃପକ୍ଷଙ୍କୁ ପୁଣି ଥରେ ଲେଖିଲେ ଚିଠି

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ୬୫ ବର୍ଷୀୟ ବୃଦ୍ଧ ଗଣ୍ଡାରାମ କୁମ୍ଭାର ଓ ସ୍ତ୍ରୀ ଲକ୍ଷ୍ମୀ କୁମ୍ଭାର ଝାଟିମାଟି ଘରେ ଶୋଇଥିଲେ । ପ୍ରବଳ ବର୍ଷା ଯୋଗୁଁ ଘର ଭାଙ୍ଗିଯାଇ ଦୁଇ ଜଣ ଚାପି ହୋଇଯାଇଥିଲେ । ରବିବାର ସକାଳୁ ପଡୋଶୀ ଦେଖିବା ପରେ ଗୁରୁତର ଅବସ୍ଥାରେ ଲକ୍ଷ୍ମୀଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । କିନ୍ତୁ ଘଟଣାସ୍ଥଳରେ ଗଣ୍ଡରାମଙ୍କର ଜୀବନ ଚାଲିଯାଇଥିଲା । ପୁଇଁତଲା ପୋଲିସ ଶବ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛି । ସେହିପରି ଗୋଟିଏ ବାଛୁରୀ ଛୁଆର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।