ଝାରସୁଗୁଡ଼ା: ସାତ ଜନ୍ମର ସାଥୀ କରି ହାତ ଧରିଥିଲା । କିନ୍ତୁ ପରକୀୟା ପ୍ରୀତିରେ ଅନ୍ଧ ହୋଇ ଉଜାଡି ଦେଲା ନିଜ ସଂସାର । ଅନ୍ୟ ମହିଳା ସହ ସଂପର୍କକୁ ସ୍ତ୍ରୀ ବିରୋଧ କରିବାରୁ ପିଟିପିଟି ମାରିଦେଲା । ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ହଂଶାମୁରା କଣ୍ଟାପାଲି, ଘୁନଘୁଟି ପଡ଼ାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ମହିଳା ହେଲେ ସୌଦାମିନୀ କିସାନ(୨୮) । ପୋଲିସ ପତ୍ନୀହନ୍ତା ସ୍ୱାମୀଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଅଭିଯୁକ୍ତ ସ୍ୱାମୀ ରାହୁଲଙ୍କ (୨୮) ଅନ୍ୟ ଜଣେ ଯୁବତୀଙ୍କ ସହ ପରକୀୟା ସଂପର୍କ ଥିଲା । ସ୍ୱାମୀର ପରକୀୟା ପ୍ରୀତିକୁ ସ୍ତ୍ରୀ ସୌଦାମିନୀ ବିରୋଧ କରି ଆସୁଥିଲେ । ଯେଉଁଥି ପାଇଁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ବଚସା ହେଉଥିଲା । ଶନିବାର ରାତିରେ ସ୍ତ୍ରୀ ସୌଦାମିନୀ କିସାନ ଏବଂ ସ୍ୱାମୀ ରାହୁଲଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ରାହୁଲ ଠେଙ୍ଗାରେ ପିଟିପିଟି ସ୍ତ୍ରୀ ସୌଦାମିନୀଙ୍କୁ ହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ତଦନ୍ତ ଚଲାଇଛି ।