କେନ୍ଦୁଝର/ ଯାଜପୁର: ବଜ୍ରପାତ ନେଲା ସ୍ବାମୀ- ସ୍ତ୍ରୀଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଘଟଗାଁ ବ୍ଲକ ରୁଟିଶିଳା ଗ୍ରାମରେ। ଦମ୍ପତି ବର୍ଷା ସମୟରେ କୁଟା ଭାଡ଼ି ତଳେ ଆଶ୍ରୟ ନେଇଥିବା ସମୟରେ ଏହି ଅଘଟଣ ଘଟିଥିଲା। ତେବେ ସ୍ଥାନୀୟ ଲୋକେ ଉଭୟଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଉଛନ୍ତି ବାଣେଶ୍ୱର ନାଏକ ଓ ତାଙ୍କ ପତ୍ନୀ ସଞ୍ଜୁଲତା ନାଏକ I

ସେପଟେ ଯାଜପୁର ପାଣିକୋଇଲି ଥାନା ସଠିପୁରର ସୁନିଆ ମଳିକଙ୍କ ମଧ୍ୟ ବଜ୍ରପାତରେ ଜୀବନ ଯାଇଛି। ସୁନିଆ ବିଲରେ କାମ କରୁଥୁବା ସମୟରେ ବ୍ରଜପାତ ମାରିବାରୁ ଗୁରୁତର ଆହତ ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ  ସ୍ଥାନୀୟ ଲୋକ ଓ ପରିବାର  ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ ।

Also Read: ରାତି ଅଧରେ ଭୟଙ୍କର ଦୁର୍ଘଟଣା, ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ବସ୍, ଆଖି ପିଛୁଳାକେ ଉଡ଼ିଗଲା ପ୍ରାଣବାୟୁ

ବାରିପଦାରେ ଭାଇ ସମ୍ମୁଖରେ ଚାଲିଗଲା ଭଉଣୀର ଜୀବନ

ସେପଟେ କାଳବୈଶାଖୀ ଯୋଗୁ ବଜ୍ରାଘାତରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କ ଜୀବନ ଯାଇଛି। ମୃତକ ହଉଛନ୍ତି ବୈଶିଙ୍ଗା ଥାନା ଅଧୀନ ବିଦୁକୁଡ଼ିଆ ଗ୍ରାମର ସ୍ବର୍ଗତଃ ବଂଶୀଧର ପାତ୍ରଙ୍କ ୩୭ ବର୍ଷୀୟା ଭିନକ୍ଷମ ଝିଅ ଝୁନୁ ପାତ୍ର। ସୂଚନା ଅନୁସାରେ ସେ ନିଜ ଭାଇଙ୍କ ସହ ଗାଈ ଆଣିବାକୁ ଘର ବାହାରକୁ ଯାଇଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ।

ପାଟଣାରେ ବଜ୍ରପାତରେ ୩ ଗୋରୁ ମୃତ

ଅନ୍ୟପଟେ ଶୁକ୍ରବାର ଅପରାହ୍ଣରେ ପାଟଣା ଅଞ୍ଚଳରେ ତାଣ୍ଡବ ରଚିଛି କାଳବୈଶାଖୀ। ଏଥିରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗଛ ପଡ଼ି ରହିଛି। ଆହୁରି ମଧ୍ୟ ବଜ୍ରପାତରେ ଦକ୍ଷିଣୀପଶି ଗ୍ରାମର ଦୁଇଜଣ ଗୁରୁତର ହୋଛନ୍ତି। ଉଭୟ ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା। ଆହୁରି ମଧ୍ୟ ପାଟଣା ସାହାରପଡ଼ା ବ୍ଲକ କାଳିଆଦୁମା ଗ୍ରାମରେ ଅପରାହ୍ଣରେ ବଜ୍ରପାତ ଯୋଗୁ ପଡ଼ିଆରେ ଚରୁଥିବା ୩ ଗୋରୁଙ୍କ ମୃତ ହୋଇଛି।

ଭଦ୍ରକରେ ବଜ୍ରାଘାତରେ ଜଳିଗଲା ନଡ଼ିଆ ଗଛ

ସେହିଭଳି ସନ୍ଧ୍ୟାରେ ଭଦ୍ରକରେ କାଳବୈଶାଖୀ ଯୋଗୁ କୋଡ଼ବରୁଆଁ ପଞ୍ଚାୟତ ଅଧୀନ ପଲ୍ଲୀଠାରେ ବଜ୍ରାଘାତ ଯୋଗୁ ନଡ଼ିଆ ଗଛ ଜଳିଯାଇଛି। ବିଜୁଳି ଓ ଘଡ଼ଘଡିରେ ନଡ଼ିଆ ଗଛରେ ନିଆଁ ଲାଗିଯାଇଥିଲା । ବର୍ଷା ନଥିବାରୁ କଞ୍ଚା ଗଛ ଜଳିଯାଇଛି ।