ଆଠମଲ୍ଲିକ: ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ୫୫ର ଲୁହାମୁଣ୍ଡା ନିକଟରେ ଦିଲଖୁସ ନାମକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ ଯାତ୍ରୀ ଆହତ ହୋଇଛନ୍ତି। କୋଇଲା ବୋଝେଇ ଟ୍ରକକୁ ରାସ୍ତା କଡରେ ଛିଡା ହେଇଥିଲା। ବସଟି ଭାରସାମ୍ୟ ହରାଇ କୋଇଲା ଟ୍ରକକୁ ଧକ୍କା ଦେଇଥିଲା।

ସେମାନଙ୍କୁ ସ୍ଥାନୀୟ ଲୋକ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ। ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

also read-ରାମାୟଣ ନାଟକ ଚାଲୁଥିବା ବେଳେ ପାଲଟିଲା ରଣକ୍ଷେତ୍ର, କିନ୍ନରଙ୍କୁ ଘୋଷାଡି ପିଟିଲେ କିନ୍ନର

ସୂଚନା ଅନୁସାରେ, ରାତି ପ୍ରାୟ ୨.୩୦ ମିନିଟ ସମୟରେ ଦିଲଖୁସ ବସ୍ ଭୁବନେଶ୍ୱରରୁ ବାହାରି ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା। ଲୁହାମୁଣ୍ଡା ନିକଟରେ ବସଟି ଏକ କୋଇଲା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ବସ କଣ୍ଡକ୍ଟରଙ୍କର ମୃତ୍ୟୁ ହୋଇଥିବାର ସୁଚନା ମିଳିଛି।